ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଧାମରା ବନ୍ଦର ନିକଟରେ ରବିବାର ମାଛ ଧରା ଟ୍ରଲର ଧକ୍କାରେ ଏକ ମାଲବୋଝେଇ ବୋଟ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ ୩ଜଣ ପାଣିରେ ଭାସି ଯାଇଥିଲେ। ସେମାନଙ୍କୁ ଧାମରା ମେରାଇନ୍ ପୋଲିସ ଓ ଦମକଳ ବାହିନୀର କର୍ମଚାରୀମାନେ ଉଦ୍ଧାର କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଚାନ୍ଦବାଲିରୁ ଦୋକାନ ସାମଗ୍ରୀ ନେଇ ଧାମରା ଯାଉଥିବାବେଳେ ଟ୍ରଲରଟି ମତ୍ସ ପେତାଶୟ(ଜେଟି) ଠାରୁ ୧୫୦ ମିଟର ଦୂରରେ ମାଲବୋଝେଇ ବୋଟ୍କୁ ଧକ୍କା ଦେଇଥିଲା। ଫଳରେ ଦୁର୍ଘଟଣା ଘଟିଥିଲା। ବୈତରଣୀ ନଦୀର ମୁହାଣରେ ମାଲବୋଝେଇ ବୋଟ୍ ଯାଉଥିବା ବେଳେ ସନ୍ଧ୍ୟାରେ କୁହୁଡି ଯୋଗୁଁ ଟ୍ରଲର ଓ ବୋଟ୍ର ଚାଳକ ଜାଣି ପାରି ନ ଥିଲେ।
ଉଦ୍ଧାର ହୋଇଥିବା ୩ଜଣ ଯୁବକଙ୍କୁ ଧାମରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
Follow Us