ଭଦ୍ରକ: ଭଦ୍ରକରେ ଆଜି ବାଇକ୍ ଚେକିଂ ଚାଲିଥିବା ବେଳେ ଭଦ୍ରକ ଟାଉନ୍ ପୁଲିସ୍ ଜଣେ ବ୍ୟକ୍ତିଙ୍କଠାରୁ ବ୍ରାଉନ୍ ସୁଗାର ଜବତ କରିଥିବା ସୂଚନା ରହିଛି। ପୁଲିସ୍ ସଂପୃକ୍ତ ବ୍ୟକ୍ତିଙ୍କଠାରୁ ୩୨୦ ଗ୍ରାମ୍ର ବ୍ରାଉନ୍ ସୁଗାର୍ ଜବତ କରିଥିବା ଜାଣିବାକୁ ମିଳିଛି। ଏହି ୩୨୦ ଗ୍ରାମ୍ ବ୍ରାଉନ୍ ସୁଗାରର ମୂଲ୍ୟ ୩୨ ଲକ୍ଷ ଟଙ୍କା। ପୁଲିସ୍ ବ୍ରାଉନ୍ ସୁଗାର୍ ଜବତ କରିବା ପରେ ଅଭିଯୁକ୍ତ ବ୍ୟକ୍ତି ଜଣକ ସ୍ଥାନ ଛାଡ଼ି କେଉଁଆଡ଼େ ପଳାଇ ଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି।
ଭଦ୍ରକ: ବାଇକ୍ ଚେକିଂ ବେଳେ ୩୨ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର୍ ଜବତ; ଅଭିଯୁକ୍ତ ଫେରାର୍
Advertisment
Follow Us