ଭଦ୍ରକ (ହରିହର ନାୟକ): ଭଦ୍ରକ ସହରରେ କାମରେ ଆସୁନି ଚରମ୍ପାର ଅମୃତ ପାର୍କ। ୨୦୧୭ ମସିହାରେ ଅମୃତ ଯୋଜନାରେ ‘ଅମୃତ ପାର୍କ’ ନିର୍ମାଣ ହୋଇଥିଲା। ପ୍ରାୟ ଦେଢ଼ କୋଟିରୁ ଅଧିକ ଟଙ୍କା ଖର୍ଚ କରାଯାଇ ଏହି ପାର୍କ ନିର୍ମାଣ କରାଯାଇଥିଲା। ଏହି ପାର୍କ ନିର୍ମାଣ ବେଳେ ଯେଉଁ ଚମକ ଥିଲା। ଏବେ ତାହା ମଳିନ ପଡ଼ି ଯାଇଛି। ପାର୍କ ନିର୍ମାଣ ହେଲା ସତ। ଏହା ସହରବାସୀଙ୍କ କାମରେ ଆସିଲା ନାହିଁ। ନିମ୍ନମାନର ପାର୍କ ନିର୍ମାଣ ଉପଯୁକ୍ତ ରକ୍ଷଣା ବେକ୍ଷଣ ଅଭାବ ଯୋଗୁଁ ଏହା ଶ୍ରୀ ହୀନ ହୋଇପଡିଛି। ଯେଉଁଠି ପାଇଁ ଏହି ପାର୍କ ସହରବାସୀଙ୍କୁ ଆକୃଷ୍ଟ କରିପାରି ନାହିଁ।
ସହରବାସୀଙ୍କ ଚିତ୍ତ୍ ବିନୋଦନ ପାଇଁ କେନ୍ଦ୍ରୀୟ ଯୋଜନାରେ ଏହି ବ୍ୟବସ୍ଥା ଗ୍ରହଣ କରା ଯାଇଥିଲା। ହେଲେ ସହରାଞ୍ଚଳରେ ଜାଗା ଜମି ଅଭାବ ଦର୍ଶାଇ ପୌରପାଲିକା ପକ୍ଷରୁ ଯେଉଁ ସ୍ଥାନ ଗୁଡିକ ଚିହ୍ନଟ କରାଗଲା ତାହା ପାର୍କ ପାଇଁ ସୁବିଧା ହେଲା ନାହିଁ। ସେତେବେଳେ ଚରମ୍ପାର ଏହି ଅଞ୍ଚଳକୁ ପାର୍କ ନିର୍ମାଣ ପାଇଁ ଅନୁମୋଦନ କରାଯାଇଥିଲା। ଏହି ପାର୍କ ହେଲା କିନ୍ତୁ ଗମନା ଗମନ ଦୃଷ୍ଟିରୁ ଏହା ସହରବାସୀଙ୍କ ପାଇଁ ସୁବିଧା ହେଲା ନାହିଁ। ଏହି ପାର୍କରେ ଯେଉଁ ସବୁ କାର୍ଯ୍ୟ ହୋଇଥିଲା ତାହାର ରକ୍ଷଣାବେକ୍ଷଣ ନହେବାରୁ ଏହା ସବୁ ଭାଙ୍ଗି ପଡ଼ିଛି। ଏଥିରେ
ବ୍ୟବହୃତ ସାମଗ୍ରୀ ଗୁଡିକ ଅତ୍ୟନ୍ତ ନିମ୍ନ ମାନର ହୋଇଥିବାରୁ ଅଧିକାଂଶ ଲାଇଟ ଖରାପ ହୋଇଯାଇଛି। ଚଳନ କ୍ଷମ କରିବାରେ ପୌରପାଳିକା ସମ୍ପୂର୍ଣ ବିଫଳ ହୋଇଛି। ଯେଉଁଠି ପାଇଁ ଚରମ୍ପା ପାର୍କ ଆଉ ଲୋକଙ୍କ ପାଇଁ ଆକର୍ଷଣ ହୋଇପାରି ନାହିଁ।
ପରିତ୍ୟକ୍ତ ଅବସ୍ଥାରେ ଏକାଧିକ ପାର୍କ
ସେହିପରି ଭଦ୍ରକ ସହରରେ ଥିବା ଅନ୍ୟ ୬ଟି ପାର୍କ ମଧ୍ୟରୁ ମାତ୍ର ଗୋଟିଏ ଦୁଇଟିକୁ ଛାଡି ଅନ୍ୟଗୁଡିକ ପ୍ରାୟ ଅଚଳ ହୋଇ ପଡ଼ିଥିବା ଜଣା ପଡିଛି। ପାର୍କ ନିର୍ମାଣ ପରେ ପୌଳିପାଳିକା ସେଗୁଡିକର ରକ୍ଷଣା ବେକ୍ଷଣ ଆଲରେ ନିଯୁକ୍ତିକୁ ଗୁରୁତ୍ୱ ଦେଇଥିଲେ ମଧ୍ୟ ପାର୍କ ଗୁଡ଼ିକର ସୌନ୍ଦର୍ଯ୍ୟ କାରଣ ଦିଗରେ ଅର୍ଥ ଖର୍ଚ୍ଚ କରିନାହିଁ। ପୌର ପାର୍କ ଗୁଡ଼ିକର ପୁନରୁଦ୍ଧାର ପାଇଁ କୌଣସି ଆନ୍ତରିକତା ନାହିଁ। ଭଦ୍ରକ ପୌରପାଳିକା ଦୀର୍ଘ ଦିନ ହେଲା କାର୍ଯ୍ୟ ନିର୍ବାହୀ ଅଧିକାରୀ ନଥିବାରୁ ଉପଜିଲ୍ଲାପାଳ ଏହାର ଦାୟିତ୍ୱରେ ରହିଛନ୍ତି। ଉପଜିଲ୍ଲାପାଳ ଭଦ୍ରକ ପୌର ଦାୟିତ୍ଵ ନେବା ପରେ ପୌରପାଳିକାର ପାର୍କର ଆକର୍ଷଣ ପାଇଁ କିଛି ଯୋଜନା ନକରିବା ପରିତାପର ବିଷୟ ହେଉଛି।
ସୁନ୍ଦର ପାର୍କ ନିର୍ମାଣ ଦାବି
ସହରବାସୀଙ୍କ ସାମଗ୍ରିକ ସ୍ବାର୍ଥକୁ ଦୃଷ୍ଟିରେ ରଖ୍ ଗୋଟିଏ ସ୍ଥାନରେ ଏହି ଅର୍ଥ ବିନିଯୋଗ କରି ଏକ ସୁନ୍ଦର ପାର୍କ ନିର୍ମାଣ କରାଯଆଉ ବୋଲି ଭଦ୍ରକ ଜିଲ୍ଲାର ବରିଷ୍ଠ ନାଗରିକମାନେ ଦାବି କରିଛନ୍ତି। ଚରମ୍ପା ର ରହନିଆ ଅମୃତ ପାର୍କ ଓ ଏହି ପାର୍କକୁ ଲାଗି ଥିବା ପୋଖରୀର ବିତିଂ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଦାବି ହୋଇଛି। ଯେଉଁ ବୋଟ ଗୁଡ଼ିକ ଏଠାରେ ଅଚଳ ହୋଇପଡିଛି। ତାହାକୁ ସଚଳ କରାଯାଇ ଲୋକଙ୍କୁ ବିଟିଂ ସୁଯୋଗ ଦିଆଯାଉ ବୋଲି ଚରମ୍ପା ବାସୀ ଦାବି କରିଛନ୍ତି।
ଆହୁରି ପଢ଼ନ୍ତୁ: Gold Silver Price Hike: ଆକାଶଛୁଆଁ ଅଳଙ୍କାର ଦର: ସପ୍ତାହକରେ ରୁପା ୫୫ ହଜାର ମହଙ୍ଗା, ସୁନା ୧୬,୫୦୦...
Follow Us