ଆର୍ଥିଂ ତାର ଲାଗି ଚାଲିଗଲା ଶିଶୁର ଜୀବନ

ଖେଳୁଥିବା ସମୟରେ କୀଟନାଶକ ପିଇଦେଲେ ୪ ଶିଶୁ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

Odisha Bytes

ଭଦ୍ରକ: ଦାଣ୍ଡରେ ଖେଳୁଥିବା ବେଳେ ବିଦ୍ୟୁତ ଖୁଣ୍ଟରେ ଗୁଡ଼ା ଯାଇଥିବା ଆର୍ଥିଂ ତାର ଲାଗି ୪ ବର୍ଷର ଶିଶୁର ମୃତ୍ୟୁ ହୋଇଛି। ଭଦ୍ରକ ଜିଲ୍ଲା ଧାମନଗର ଏନଏସିର ମୁଲ୍ଲା ସାହିରେ ଘଟିଛି ଏଭଳି ଦୁଃଖଦ ଘଟଣା। ଶିଶୁଟି ଦାଣ୍ଡରେ ଖେଳୁଥିବା ବେଳେ ଅସାବଧାନତାବଶତଃ ଘର ପାଖରେ ଥିବା ବିଦ୍ୟୁତ ଖୁଣ୍ଟରେ ଗୁଡା ଯାଇଥିବା ଆର୍ଥିଂ ତାରରେ ତାର ହାତ ବାଜିବାରୁ ବିଦ୍ୟୁତ ଆଘାତ ହୋଇଥିଲା।ତେଣୁ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲା

ପ୍ରଥମେ ଶିଶୁକୁ ଧାମନଗର ଓ ପରେ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ତେବେ ବିଦ୍ୟୁତ ବିଭାଗର ଖାମଖିଆଲି ମନୋଭାବ ପାଇଁ ଅଚିରେ ଶିଶୁର ଜୀବନ ଗଲା ବୋଲି ତାଙ୍କ ପରିବାର ଓ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe