ଚାନ୍ଦବାଲି: ପୋଖରୀରେ ବୁଡ଼ି ଅଢ଼େଇ ବର୍ଷର ଶିଶୁ ମୃତ

Advertisment
ଚାନ୍ଦବାଲି: ପୋଖରୀରେ ବୁଡ଼ି ଅଢ଼େଇ ବର୍ଷର ଶିଶୁ ମୃତ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ରବିବାର ଅପରାହ୍ଣରେ ପୋଖରିରେ ବୁଡ଼ି ଜଣେ ଅଢ଼େଇ ବର୍ଷର ଶିଶୁ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ଧୂଷୁରୀ ଥାନା ଆରଡି ବାଙ୍କେଇମୁହାଁଣ ଗ୍ରାମର ବଳରାମ ମହାନ୍ତିଙ୍କ ପୁଅ ସୁଧୀର ଘର ନକଟରେ ଅପରାହ୍ଣରେ ଖେଳୁଥିଲା। ସନ୍ଧ୍ୟା ସୁଦ୍ଧା ସୁଧୀର ନମିଳିବାରୁ ପରିବାର ଲୋକେ ବ୍ୟସ୍ତ ହୋଇ ଏଣେ ତେଣେ ଖୋଜିବାରେ ଲାଗିଲେ ମଧ୍ୟ ମିଳି ନଥିଲା। ପରେ ପରିବାର ଲୋକେ ଘର ପାଖରେ ଥିବା ପୋଖରୀରେ ଦେଖିବା ବେଳକୁ ସୁଧୀରର ମୃତଦେହ ଭାସୁଥିଲା। ପରିବାର ଲୋକେ ସୁଧୀରକୁ ଆରଡି ହସ୍ପିଟାଲ ନେଇ ଯାଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe