ଭଦ୍ରକରେ ଗୋଷ୍ଠୀ ସଂକ୍ରମଣ ଆଡକୁ ମୁହାଁଉଛି କି କରୋନା !

Advertisment
ସୁନ୍ଦରଗଡ଼ରେ ବେଲଗାମ୍‌ କରୋନା ସଂକ୍ରମଣ, ପୁଣି ୮୪ ଆକ୍ରାନ୍ତ ଚିହ୍ନଟ

Sky News

ଭଦ୍ରକ: ଭଦ୍ରକ ଜିଲ୍ଲାରେ ହୁ ହୁ ହୋଇ ବଢୁଛି କରୋନା। ଆକ୍ରାନ୍ତଙ୍କ ସଂଖ୍ୟା ଗାଁ ଠୁଁ ସହର ସବୁଆଡେ ମାଡି ମାଡି ଚାଲିଛି। ପ୍ରଥମେ ପ୍ରଥମେ କେବଳ ପ୍ରବାସୀ ଫେରନ୍ତା ଆକ୍ରାନ୍ତ ହେଉଥିଲେ। ଏବେ ପ୍ରବାସୀ ଫେରନ୍ତା କେବଳ ଆକ୍ରାନ୍ତ ହେଉଛନ୍ତି ତାହା ନୁହେଁ। ଏବେ ଲୋକାଲ କଣ୍ଟାକ୍ଟ ଅଧିକ ସଂଖ୍ୟକ କରୋନା ଆକ୍ରାନ୍ତ ହେଉଛନ୍ତି। ଜିଲ୍ଲାରେ ଆଜି ଏକାବେଳେ ୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଘଟଣା ଲୋକଙ୍କୁ ଆତଙ୍କିତ କରିଦେଇଛି। ଏମାନଙ୍କ ମଧ୍ୟରୁ ୧୨ ଜଣ କ୍ବାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୮ ଜଣ ଲୋକାଲ କଣ୍ଟାକ୍ଟରୁ ଚିହ୍ନଟ ହୋଇଛନ୍ତି। ଲୋକାଲ କଣ୍ଟାକ୍ଟରୁ ଚିହ୍ନଟ ହେଉଥିବା କରୋନା ପଜିଟିଭ କେସ୍ ଏବେ ଜିଲ୍ଲାରେ ବେଶ୍ ଅଧିକ ହୋଇଛି। ସବୁଠାରୁ ଚିନ୍ତାର କାରଣ ହେଉଛି ଏହି ଲୋକାଲ କଣ୍ଟାକ୍ଟ କରୋନା ଆକ୍ରାନ୍ତ କେତେ ଲୋକଙ୍କ ସହ ମିଶିଛନ୍ତି ଓ କୁଆଡେ କୁଆଡେ ଯାଇଛନ୍ତି, ତାହା ଚିହ୍ନଟ କରିବା ପ୍ରଶାସନ ପକ୍ଷେ ସହଜ ହେଉନାହିଁ। ଆଜି ଯେଉଁ ୧୮ ଜଣ ଲୋକାଲ କଣ୍ଟାକ୍ଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନେ କାହା କାହା ସହ ମିଶିଛନ୍ତି। ତାହାକୁ ଆଉ ପ୍ରଶାସନ ଚିହ୍ନଟ କରିବା ପାଇଁ ଅନେକ ସମୟ ଲାଗି ଯାଉଛି।

ଏଇ ସମୟ ଭିତରେ ଲୋକାଲ କଣ୍ଟାକ୍ଟ କେସ୍ ଆହୁରି ବଢି ବଢି ଯାଉଛି। ଯାହା ଫଳରେ ଭଦ୍ରକରେ ଗୋଷ୍ଠୀ ସଂକ୍ରମଣ ଆଡକୁ କରୋନା ମୁହାଁଉଛି। କରୋନା ପଜିଟିଭ ଯେଉଁମାନଙ୍କର ବାହାରୁଛି ସେମାନଙ୍କୁ ତୁରନ୍ତ ସେହି ସ୍ଥାନରୁ ଉଠାଇବା ପାଇଁ ପ୍ରଶାସନ ପାଖରେ ସେତିକି ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ନାହାଁନ୍ତି। କେବଳ କର୍ମଚାରୀ ନୁହେଁ, ନର୍ସ, ଫାର୍ମାସିଷ୍ଟ, ଏନଏନଏମ ମଧ୍ୟ ଆବଶ୍ୟକ ସଂଖ୍ୟକ ନାହାନ୍ତି। ଭଦ୍ରକରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା କରୋନା ଆକ୍ରାନ୍ତଙ୍କୁ ତୁରନ୍ତ ଚିହ୍ନଟ କରିବାରେ ଆଉ ଏକ ଅନ୍ତରାୟ ସୃଷ୍ଟି କରିଛି। କେବଳ କର୍ମଚାରୀ ନୁହେଁ, ମେଡିକାଲ‌ରେ ଆବଶ୍ୟକତା ଅନୁଯାୟୀ ଆମ୍ବୁଲାନସ୍ ନଥିବାରୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେମାନଙ୍କୁ କୋଭିଡ୍ ହସପିଟାଲକୁ ନେଇ ଚିକିତ୍ସା କରିବା ପାଇଁ ଦୁଇ ତିନି ଦିନ ସମୟ ଲାଗି ଯାଉଛି। ପ୍ରଥମେ ପ୍ରଥମେ କମ୍ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଥିଲା। ଏମାନଙ୍କୁ ନେବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ଗୋଟିଏ କି ଦୁଇଟି ଆମ୍ବୁଲାନସ୍ ପଠାଇ ଦେଉଥିଲେ ସେମାନେ ସଙ୍ଗେ ସଙ୍ଗେ ଉଠାଇ ଆଣୁଥିଲେ।

publive-image image source--cdc

ମାତ୍ର ଏବେ ଗୋଟିଏ ଗୋଟିଏ ଦିନରେ ଅଧିକ ସଂଖ୍ୟକ ଆକ୍ରାନ୍ତ ବାହାରୁ ଥିବାରୁ କମ୍ ସଂଖ୍ୟକ କର୍ମଚାରୀ ଓ ଆମ୍ବୁଲାନସ୍ ଥିବାରୁ ଏମାନଙ୍କୁ ନେବା ସହଜ ହେଉ ନାହିଁ। ଏଇ ସମୟ ଅବଧି ଭିତରେ ପଜିଟିଭ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମଧ୍ୟ ଅନ୍ୟ କିଛି ଲୋକଙ୍କ ସହ ମିଶି ଯାଉଛି। ଏହାକୁ ମଧ୍ୟ ଟ୍ରେସ୍ ଆଉଟ୍ କରାଯାଉ ନାହିଁ। କରୋନା ପଜିଟିଭମାନଙ୍କ ସଂପର୍କରେ ଖବର ମିଳିବ ମାତ୍ରେ ପ୍ରତି ବ୍ଲକ ୱାରୀ ଆମ୍ବୁଲାନ୍ସ ରଖାଯିବା କଥା। ସେଠାକୁ ଖବର ଯିବା ମାତ୍ରେ ପ୍ରତି ବ୍ଲକରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଆମ୍ବୁଲାନସ୍ ସେହିସବୁ ବ୍ଲକକୁ ଯାଇ ଗ୍ରାମାଞ୍ଚଳରୁ କରୋନା ଆକ୍ରାନ୍ତଙ୍କୁ ତୁରନ୍ତ ଆଣି କୋଭିଡ୍ ହସପିଟାଲକୁ ନେଇ ଆସିପାରନ୍ତା। ମାତ୍ର ଭଦ୍ରକରେ ତ୍ବରିତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାରେ କିଛି ବ୍ୟବସ୍ଥା କରାଯାଉ ନାହିଁ। ଆବଶ୍ୟକ ଡାକ୍ତର ମଧ୍ୟ ନାହାନ୍ତି। ରାଜ୍ୟ ସରକାର ଭଦ୍ରକରେ କୋଭିଡ୍ ନିୟନ୍ତ୍ରଣ କରିବାରେ ସଫଳ ହେବାକୁ ହେଲେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବା ଉଚିତ ବୋଲି ମତ ପ୍ରକାଶ ପାଇଛି। କରୋନା ଆକ୍ରାନ୍ତଙ୍କ ସହ ମିଶିଥିବା ଲୋକଙ୍କୁ ଉପଯୁକ୍ତ ଭାବେ ଚିହ୍ନଟ କରାଯାଇ ଭଦ୍ରକରେ ସ୍ବାବ ଟେଷ୍ଟକୁ ବୃଦ୍ଧି କରାଯାଉ ନାହିଁ।

ସ୍ବାବ ଟେଷ୍ଟ ପ୍ରତିଦିନ ବୃଦ୍ଧି କରାଗଲେ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ବହୁ ଅଧିକ ବାହାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। କରୋନା ମ୍ୟାନେଜମେଣ୍ଟ କେଉଁଠି ନା କେଉଁଠି ଫେଲ୍ ମାରୁଥିବାରୁ ଭଦ୍ରକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି। ଏଭଳି ହେମାଳିଆ ବ୍ୟବସ୍ଥା ପାଇଁ ଭଦ୍ରକ ସହର ଓ ଗାଁ ଶେଷରେ କରୋନାମୟ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏଥିପାଇଁ କଟକଣା କଡାକଡି କରାନଗଲେ ଜୁଲାଇ ଶେଷ ବେଳକୁ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଶହ ପାର ହୋଇଯାଇଥିବ। ସେହିପରି ଆକ୍ର‌ାନ୍ତ ସଂଖ୍ୟାକୁ ଦୃଷ୍ଟିରେ ରଖି ଗତକାଲି ଠାରୁ ଭଦ୍ରକ ଜିଲ୍ଲାର ସମସ୍ତ ୭ଟି ବ୍ଲକ ଓ ୪ଟି ପୌରାଞ୍ଚଳକୁ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ କରାଯାଇଛି। ଯେଉଁମାନେ ଲକ୍ ହାଉନ୍ ନିୟମ ଭଙ୍ଗ କରୁଛନ୍ତି ସେମାନଙ୍କ ଉପରେ ପ୍ରଶାସନ ଓ ପୁଲିସ ପକ୍ଷରୁ କଡା କାର୍ଯ୍ୟ‌ାନୁଷ୍ଠାନ ଗ୍ରହଣ କରାଯାଉଛି। ଭଦ୍ରକରେ ଲକଡାଉନର ଆଜି ୫ମ ଦିନରେ ସହର ଶୂନ୍ ଶାନ୍ ରହିଛି। ଲୋକମାନେ ମଧ୍ୟ ଭୟଭୀତ ହୋଇ ଆଉ ସହରକୁ ଆସୁନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe