ଭଦ୍ରକରେ କ୍ରିପ୍ଟୋ କଏନ୍ ଠକେଇ ମାମଲା: କୋଟିପତି ଆଶାରେ ଜମାକାରୀ ସର୍ବସ୍ବାନ୍ତ

Advertisment

ଭଦ୍ରକ ଓ ତିହିଡ଼ିରେ ଇଓଡବ୍ଲୁର ଛାନ୍‌ଭିନ୍

ଭଦ୍ରକ ଓ ତିହିଡ଼ିରେ ଇଓଡବ୍ଲୁର ଛାନ୍‌ଭିନ୍

କ୍ରିପ୍ଟୋ କରେନ୍ସି ନାଁରେ ଚିଟ୍‌ଫଣ୍ଡ ଠକେଇ: ୬ ଜିଲ୍ଲାରୁ ୧୫ କୋଟି ହଡ଼ପ

Image Courtesy of Mint

ଭଦ୍ରକ: କ୍ରିପ୍ଟୋ କଏନ୍ ଠକେଇ ଘଟଣାରେ ଶହ ଶହ କୋଟିର ଘୋଟଲା ହୋଇଥିବା ବେଳେ ଏଥିରେ ଅନେକ ଲୋକ ଅର୍ଥ ବିନିଯୋଗ କରି ସର୍ବସ୍ବାନ୍ତ ହୋଇଛନ୍ତି। ଏହି ଠକେଇ କାରବାରର ଚେର ଭଦ୍ରକରୁ ଭୁବନେଶ୍ବର ଯାଏ ଲମ୍ବିଛି। ଘଟଣା ସଂପର୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଖୋଳତାଡ ଆରମ୍ଭ କରିବା ବ‌େଳେ ଭଦ୍ରକର ଏକାଧିକ ଲୋକଙ୍କ ନାଁ ସାମ୍‌ନାକୁ ଆସିଥିଲା। ଗତ ୪ ଦିନ ତଳେ ଭଦ୍ରକର କିଛି ବ୍ୟକ୍ତିଙ୍କ ଘରକୁ ଇଓଡବ୍ଲୁ ଅଧିକାରୀ ଆସି ପଚରାଉଚରା କରିଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଉଠାଇ ନେଇଥିଲେ। ଏହି ଘଟଣା ଚର୍ଚ୍ଚାକୁ ଆସିବା ପରେ ଭଦ୍ରକରେ ଇଓଡବ୍ଲୁର ଏକ ସ୍ବତନ୍ତ୍ର ଟିମ୍ ଡେରା ପକାଇ ଆଉ କେଉଁମାନେ କ୍ରିପ୍ଟୋ କଏନ୍ ମାମଲାରେ ସଂପୃକ୍ତ ଅଛନ୍ତି, ସେ ନେଇ ଛାନ୍‌ଭିନ୍ ଚଳାଇଛି।

ଭଦ୍ରକ ଓ ତିହିଡ଼ିରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା କେତେକ ବ୍ୟକ୍ତିଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛି। ରିଜର୍ଭ ବ୍ୟାଙ୍କ କ୍ରିପ୍ଟୋ କଏନ୍‌କୁ ଅବୈଧ ଘୋଷିତ କରିଥିଲେ ମଧ୍ୟ ରାକେଟ୍‌ର କିଙ୍ଗ୍‌ପିନ୍ ଓ ଅନ୍ୟମାନେ ଲୋକଙ୍କୁ ପ୍ରଲୋଭିତ କରି ଏଥିରେ ଅର୍ଥ ବିନିଯୋଗ କରିବାକୁ ପ୍ରବର୍ତ୍ତାଉଥିଲେ। ଧରପଗଡ଼ ପରେ ଏହି ମାମଲାରେ ସଂଶ୍ଲିଷ୍ଟ ବ୍ୟକ୍ତି ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଭୟରେ ପ୍ରମାଦ ଗଣୁଛନ୍ତି। କ୍ରିପ୍ଟୋ ଓ ବିଟ୍‌ କଏନ୍‌ରେ ଅର୍ଥ ବିନିଯୋଗ କଲେ କୋଟିପତି ହେବାର ସ୍ବପ୍ନ ଦେଖାଉଥିଲେ ରାକେଟର ସଦସ୍ୟ। ଏସଟିଏ ଟୋକେନ୍ ନାମକ ଏହି ଠକ ସଂସ୍ଥା କୋଟି କୋଟି ଟଙ୍କା ଠକେଇ କରିଛି। ରାଜଧାନୀ ଭୁବନେଶ୍ବର ସମେତ ଭଦ୍ରକ, ପୁରୀ, ବିହାର ଓ ପଞ୍ଜାବରୁ ଅନେକ ଲୋକଙ୍କୁ ଚୂନ ଲଗାଇଛି ଏହି ଜାଲି ସଂସ୍ଥା। ସୋସିଆଲ୍‌ ମିଡିଆରେ ଲୋଭନୀୟ ବିଜ୍ଞାପନ ଦେଖାଇ ଏମାନେ ଲୋକଙ୍କୁ ଜାଲରେ ପକାଉଥିଲେ। ଏ ସଂକ୍ରାନ୍ତରେ ଇଓଡବ୍ଲୁରେ ଅଭିଯୋଗ ହେବା ପରେ ଅଭିଯୁକ୍ତ ନିରୋଜ କୁମାର ଦାସ, ଗୁଲଜିତ ସିଂହ ସିଦ୍ଧୁ, ଡେଭିଡି ଗିଜୋ ନାମରେ ମାମଲା ରୁଜୁ ହୋଇଛି। ଏଥିସହ ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଛି ଇଓବ୍ଲୁ।
ଏସଟିଏ ଟୋକେନ୍ ସଂସ୍ଥା ପ୍ରଥମେ ଭଦ୍ରକରୁ ଆରମ୍ଭ ହୋଇଥିଲା। ଏଇ ଠକ ସଂସ୍ଥାର ମୁଖ୍ୟ ଭୁବନେଶ୍ବରରେ ବସି ରାଜ୍ୟରେ ବିଭିନ୍ନ ସ୍ଥାନରେ ଠକେଇ ଆରମ୍ଭ କରିଥିଲା। ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ମାର୍ଟ ଚେନ୍ ମାର୍କେଟିଂ ବ୍ୟବସ୍ଥା କରିଥିଲା। ଏହି ଚେନ୍‌ରେ ଶତାଧିକ ଲୋକ ଯୋଡ଼ି ହୋଇଥିଲେ। ଏମାନଙ୍କୁ କୋଟିପତି ହେବର ସ୍ବପ୍ନ ଦେଖ‌ାଇ ଅଧିକରୁ ଅଧିକ ଲୋକଙ୍କୁ ଏହି କାରବାରରେ ଯୋଡ଼ିବା ପାଇଁ କୁହାଯାଇଥିଲା। ଯେଉଁ ଲୋକ ଯେତେ ଲୋକଙ୍କୁ ତାଙ୍କ ଚେନ୍‌ରେ ଯୋଡ଼ିବ, ସେମାନଙ୍କୁ ଦୁଇ ଗୁଣା ଲାଭ ମିଳିବ ବୋଲି ପ୍ରଲୋଭିତ କରାଯାଇଥିଲା। ଏଥିପାଇଁ ସ୍ବତନ୍ତ୍ର ଆପ୍ ବି ଖୋଲା ଯାଇଥିଲା। ଭଦ୍ରକରେ ଏହି ଗ୍ରୁପରେ ଅନେକ ଲୋକ ଫସିଥିବା ବେଳେ ଏବେ ଇଓଡବ୍ଲୁ ତଦନ୍ତ ଚାଲୁଥିବାରୁ ଛାନିଆରେ କେହି କିଛି କହିବାକୁ ନାରାଜ ହେଉଛନ୍ତି। କ୍ରିପ୍ଟୋ କଏନ୍‌ରେ ଅଧିକ ଟଙ୍କା ମିଳିବା ଆଶାରେ ଭଦ୍ରକରେ ଅନେକ ଲୋକଙ୍କ ଟଙ୍କା ବୁଡ଼ିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe