ଭଦ୍ରକ (ହରିହର ନାୟକ): ଭଦ୍ରକ  ଜିଲ୍ଲା ସଦର ମହକୁମାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ରହିଥିବା ବେଳେ  ଭଦ୍ରକ‌ ଜିଲ୍ଲାର ଚାନ୍ଦବାଲିଠାରେ ଦ୍ବିତୀୟ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ପ୍ରସ୍ଥାବ ଦିଆଯାଇଥିଲା। ଚାନ୍ଦବାଲିଠାରେ ଏଇ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପଦ୍ମ ଘୁଂଚି ଘୁଂଚି ଯାଉଛି। ଚାନ୍ଦବାଲିରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାପାଇଁ ଲୋକମାନେ ଆଶାବାଦୀ ରହିଥିବା ବେଳେ କେନ୍ଦ୍ର ସରକାର ଏବେ ସୁଦ୍ଧା ଚାନ୍ଦବାଲିରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଦେଇ ଆଗକୁ ବଢୁ ନଥିବାରୁ ଏହାକୁ ନେଇ ଉଭୟ ବିଜେଡି ଓ କଂଗ୍ରେସ ନେତାମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

Advertisment

କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଦେଇ ଅହେତକୁ  ବିଳମ୍ବ ହେଉଛି। ବିଶେଷକରି ଚାନ୍ଦବାଲି ବିଧାୟକ ଡ. ବ୍ୟୋ‌ମକେଶ ରାୟ ଏଇ କେନ୍ଦ୍ରୀୟ ପ୍ରକଳ୍ପ କିଭଳି ଚାନ୍ଦବାଲିରେ ପ୍ରତିଷ୍ଠା ହେବ ସେ ନେଇ ତତ୍ପରତା ପ୍ରକାଶ କରୁଥିଲେ ମଧ୍ୟ ଅନେକ କାରଣ ପାଇଁ ଏହି କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କାମ ଆଗକୁ ଯାଇ ପାରୁ ନାହିଁ। ଚାନ୍ଦବାଲିରେ କେନ୍ଦ୍ରୀୟ ବିଦ୍ୟାଳୟ ଯଥାଶୀଘ୍ର କରାନଗଲେ ଏହାକୁ ନେଇ ଜନ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଲୋକମାନେ ଚେତାବନୀ ଦେଇଛନ୍ତି। ନିଜସ୍ବ ପରିସର ନିର୍ମାଣ ନହେବା ପର୍ଯ୍ୟନ୍ତ କୌଣସି ଭଡା ଘରେ କିମ୍ବା ଅନ୍ୟ କେଉଁ ଶିକ୍ଷାନୁଷ୍ଠାନ ଭିତରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି। କେବଳ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରସଙ୍ଗ ନୁହେଁ, ଚାନ୍ଦବାଲିକୁ ଏକ ସବ୍ ଡିଭିଜନର ମାନ୍ୟତା ଦେବା ପାଇଁ ବହୁ ଦିନରୁ ଦାବି ହୋଇ ଆସୁଛି। ବିଜେଡି ସରକାର ସମୟରେ ଚାନ୍ଦବାଲି ସବ୍ ଡିଭିଜନ ପାଇଁ ବହୁବାର ଦାବି ହୋଇଥିଲା। ମାତ୍ର ଦେତେବେଳର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚାନ୍ଦବାଲିକୁ ସବୁ କ୍ଷେତ୍ରରେ ଅଣଦେଖା କଲେ। ଧାମରା ପୋର୍ଟ ଅଞ୍ଚଳର ବିକାଶ କଥା ହେଉ କି ଆରଡ଼ିର ତିନିତର ସେତୁ ପ୍ରସଙ୍ଗ ହେଉ ସବୁଥିଲେ ଚାନ୍ଦବାଲିକୁ ପଛରେ ପକାଇ ଦିଆଗଲା। ଏବେ ମଧ୍ୟ ସବୁ କ୍ଷେତ୍ରରେ ଚାନ୍ଦବାଲି ଅବହେଳିତ ହୋଇ ରହିଛି।

ଆହୁରି ପଢ଼ନ୍ତୁ: Tribal Tradition: ମହୁଲ ଗଛକୁ ପୂଜା ପରେ ବିବାହ-ବ୍ରତ କରନ୍ତି କୋୟା ସଂପ୍ରଦାୟ

ସେହିପରି ଚାନ୍ଦବାଲିରେ ବହୁବର୍ଷ ତାକୁ ଏକ ନବୀନ ପ୍ରଶିକ୍ଷଣ କେନ୍ଦ୍ର ରହିଛି। ମାତ୍ର ଏଠାରେ ୨୦ ଜଣ ଛାତ୍ର ଛାତ୍ରୀ ଶିକ୍ଷା ଅର୍ଜନ କରୁଛନ୍ତି। ଏହି ନାବିକ ପ୍ରଶିକ୍ଷଣ କେନ୍ଦ୍ରକୁ ନାବୀକ୍ ପ୍ରଶିକ୍ଷଣ ମହାବିଦ୍ୟାଳୟ ପ୍ରତିଷ୍ଠା କରି ସର୍ବନିମ୍ନ ୧୨୮ ଜନ ଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ଦେବାକୁ ଦାବି ହୋଇଛି। ପୁରୁଣା ବନ୍ଦର ନଗରୀ ଚାନ୍ଦବାଲି ହୋଇଥିବାରୁ ଚାନ୍ଦବାଲି ପ୍ରତି ରାଜ୍ୟ ବିଜେପି  ସଭାପତି  ତଥା ପୂର୍ବତନ ମନ୍ତ୍ରୀ ମନମୋହନ  ସାମଲ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ଆହୁରି ପଢ଼ନ୍ତୁ: MLA Sanjay Shukla: ଦୁବାଇରେ ଫସିଲେ ପୂର୍ବତନ ବିଧାୟକ ସଞ୍ଜୟ ଶୁକ୍ଲା ଓ ଅନେକ ଶିଳ୍ପପତି

ପ୍ରକାଶ ଥାଉ କି, ଭଦ୍ରକ  ଜିଲ୍ଲାରେ ୭ଟି ବ୍ଲକ ରହିଛି। ଜିଲ୍ଲାରେ ୪ଟି ପୌରାଞ୍ଚଳ ରହିଥିବା ବେଳେ ଏବେ ପୁଣି ନୂଆ କରି ୨ ଟି ନୂଆ ଏନ୍‌ଏସି ଧୁସୁରି ଓ ତିହିଡିକୁ ସାମିଲ କରା ଯାଇଛି। ଧାମରା ଏନ୍‌ଏସି ହେବା କଥା ତାହା ଅଟକି ରହିଛି। ମାତ୍ର ଏହି ଜିଲ୍ଲାରେ ଗୋଟିଏ  ହେଲେ ସବ ଡିଭିଜନ ନାହିଁ। ଭୌଗଳିକ ସ୍ଥିତି ଦୃଷ୍ଟିରୁ  ଚାନ୍ଦବାଲି ବ୍ଲକକୁ ଏକ ସବ୍‌ଡିଭିଜନର ମାନ୍ୟତା ଦେବା ପାଇଁ ବିଭିନ୍ନ ରାଜନୈତିକ ଦଳ ଦାବି କରି ଆସୁଛନ୍ତି। ଚାନ୍ଦବାଲି ବ୍ଲକ ଏକ ନଦୀ ଘେରା ବ୍ଲକ ଭାବେ ରହିଛି। ଗୋଟିଏ ପଟରେ ସାଳନ୍ଦୀ ପାର୍ଶ୍ବରେ ଆରଡିର ୫ ପଞ୍ଚାୟତ ରହିଥିବା ବେଳେ ଅନ୍ୟ ପଟରେ  ମନ୍ତେଇ ନଦୀ  ପାର୍ଶ୍ବ‌େରେ ଥିବା  ଧାମରା ସୀମରେ  ୮ ଟି ପଞ୍ଚାୟତ  ରହିଛି। ଏବେ ମନ୍ତେଇ ସେତୁ ହେବା ପରେ  ଏଇ ସେତୁ ଉପରେ ଗମନା ଗମନ ଆରମ୍ଭ ହୋଇଛି।