ଧାମନଗର ଡବଲ ମର୍ଡର ଓ ଦୁଷ୍କର୍ମ ମାମଲା : ଜେଲ୍‌ ଗଲା ଧରମ ପୁଅ ବାବୁଆ

Advertisment
ଧାମନଗର ଡବଲ ମର୍ଡର ଓ ଦୁଷ୍କର୍ମ ମାମଲା : ଜେଲ୍‌ ଗଲା ଧରମ ପୁଅ ବାବୁଆ

ଭଦ୍ରକ/ଧାମନଗର : ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଦହିପୁର ପଞ୍ଚାୟତର ତାଳସିଠା ଗ୍ରାମରେ ଗତ ୨୯ ତାରିଖ ରାତିରେ ଘଟିଥିବା ଲୋମଟାଙ୍କୁରା ଡବଲ ମର୍ଡର, ନାବାଳିକା ଦୁଷ୍କର୍ମ ଓ ଟଙ୍କା ଲୁଟ୍‌ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋପୀନାଥ ମହାନ୍ତି ଓରଫ୍‌ ବବୁଆକୁ ଆଜି କୋର୍ଟଚାଲାଣ କରାଯାଇଛି। ଭଦ୍ରକ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯିବା ପରେ ଜାମିନ ନାମଂଜୁର ହେବାରୁ ତାକୁୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ଆଜି ବାବୁଆ ଦ୍ଵାରା ଦୁଷ୍କର୍ମରେ ଶିକାର ହୋଇଥିବା ନାବାଳିକା ଗୀତାରାଣୀ (ଛଦ୍ମନାମ)ଙ୍କର ବୟାନ ମଧ୍ୟ କୋର୍ଟରେ ରେକର୍ଡ କରାଯାଇଛି।

ତାଳସିଠା ଗ୍ରାମର ଗୋପୀନାଥ ମହାନ୍ତି ଓରଫ ବାବୁଆ ନିଜ ମାଆ ଉପରେ ନିର୍ଯାତନା ଓ ତା’ର ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଏଭଳି ନାରକୀୟ କାଣ୍ଡ କରିଛି ବୋଲି ପୁଲିସ ଆଗରେ ବୟାନ ଦେଇଥିଲା। ତେବେ ୨ ଲକ୍ଷ ଟଙ୍କା ଲୁଟ୍‌ ଉଦ୍ଦେଶ୍ୟରେ ବାବୁଆ ତା’ର ଧରମ ମା’ ଓ ଧରମ ବାପକୁ ହତ୍ୟା କରିଛି ଏବଂ ନାବାଳିକା ଧରମ ଭଉଣୀକୁ ଦୁଷ୍କର୍ମ କରିଥିଲା ବୋଲି ପୁଲିସ ଦର୍ଶାଇବା ସହିତ ଧାମନଗର ଥାନାରେ ୧୬୦/୧୮ରେ ଗତ ତା ୩୦/୭/୧୮ରେ ମାମଲା ରୁଜୁକରି ଆଜି ତାକୁ କୋର୍ଟ ଚାଲାଣ କରିଥିଲା। ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ବାବୁଆକୁ ଦେଖିବା ପାଇଁ ଆଜି କୋର୍ଟରେ ଲୋକଙ୍କ ଭିଡ଼ ଜମିଥିଲା। ତେବେ କୋର୍ଟ ଚାଲାଣବେଳେ ବି ଆଜି ବାବୁଆ ତା’ର ପୂର୍ବ ବୟାନ ଦୋହରାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe