ଭଦ୍ରକ, : ଭଦ୍ରକ ଜେଲ୍ରେ ଆବଶ୍ୟକ ସଂଖ୍ୟାଠାରୁ ବହୁ ଅଧିକ ବିଚାରାଧୀନ କଏଦୀ ଦୁଃଖ ଦୁର୍ଦ୍ଦିନରେ କାଳ କାଟୁଥିବା ବେଳେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଭଦ୍ରକ ଜେଲ ପରିସରରେ ଏକ କ୍ୟାମ୍ପ କୋର୍ଟ କରାଯାଇଥିଲା। କ୍ୟାମ୍ପ କୋର୍ଟରେ ଆଜି ୩୩ ଜଣ ବିଚାରାଧୀନ ବନ୍ଦୀଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଜାମିନ୍ ମଂଜୁର କରାଯାଇଛି। ଭଦ୍ରକ ଏସଡିଜେଏମ ୧୬ ଜଣଙ୍କ ବନ୍ଦୀଙ୍କର ଜାମିନ ମଂଜୁର କରିଥିବା ବେଳେ ଧାମନଗର ଜେଏମଏଫସି ୪ ଜଣଙ୍କର ଓ ଚାନ୍ଦବାଲି ଜେଏମଏଫସି ୪ ଜଣଙ୍କର ଜାମିନ ଆବେଦନକୁ ମଂଜୁର କରିଥିଲେ। ସେହିପରି ଅପରାହ୍ନରେ ବାସୁଦେବପୁର ଜେଏମଏଫସି ୯ ଜଣ ବନ୍ଦୀଙ୍କର ଜାମିନ ମଂଜୁର କରିଥିଲେ। ମୋଟ ଭଦ୍ରକ ଜେଲରୁ ଆଜି ୩୩ ଜଣ ବନ୍ଦୀଙ୍କର ଜାମିନ୍ ମଂଜୁର କରାଯାଇଛି। ଭଦ୍ରକର ମାନ୍ୟବର ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶୋଭନ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ଭଦ୍ରକ ଜେଲ୍ରେ କ୍ୟାମ୍ପ କୋର୍ଟ ପାଇଁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ଅପର୍ଣ୍ଣା ମହାପାତ୍ର ଜେଲର ସ୍ଥିତି ଅନୁଧ୍ୟାନ କରିବା ସହ ଜେଲ ସୁପରିଟେଣ୍ଡେଣ୍ଟ କୁଅଁର ମାରାଣ୍ଡିଙ୍କ ସହ କ୍ୟାମ୍ପ କୋର୍ଟ ନେଇ ଆଲୋଚନା କରିଥିଲେ। ଗତକାଲି ଭଦ୍ରକ ବନ୍ଦ ଥିବାରୁ ଆଜିର କ୍ୟାମ୍ପ କୋର୍ଟ ଭଦ୍ରକ ଜେଲ୍ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଇ କ୍ୟାମ୍ପ କୋର୍ଟରେ ୪ଟି କୋର୍ଟ ବସିଥିଲା ବେଳେ ମୋଟ ୬ ଜଣ ଜଜ୍ ଏଇ ବିଚାର ପ୍ରକ୍ରିୟାରେ ସାମିଲ ରହିଥିଲେ। ଗତ ଅଗଷ୍ଟ ମାସଠାରୁ ଏଇ ବନ୍ଦୀମାନେ ଛୋଟମୋଟ ମାମଲାରେ ଛନ୍ଦି ହୋଇ ଜେଲ୍ରେ ଥିଲେ। ଆଜି ସେମାନଙ୍କୁ ଜାମିନ୍ ମିଳିଥିଲା।
ବିଗୁଡୁଛି ଭଦ୍ରକ ଜେଲ୍ ସ୍ଥିତି : କ୍ୟାମ୍ପ କୋର୍ଟରେ ୩୩ ବନ୍ଦୀଙ୍କୁ ଜାମିନ୍
Advertisment
Follow Us