ଓଭରବ୍ରିଜ ଉପରୁ ଓଲଟିଲା ଥଣ୍ଡା ପାନୀୟ ବୋଝେଇ ଆଇଚର୍: ଚାଳକ ଓ ହେଲପର୍ ଗୁରୁତର

Advertisment
ଓଭରବ୍ରିଜ ଉପରୁ ଓଲଟିଲା ଥଣ୍ଡା ପାନୀୟ ବୋଝେଇ ଆଇଚର୍: ଚାଳକ ଓ ହେଲପର୍ ଗୁରୁତର

ଭଣ୍ଡାରିପୋଖରୀ ୧: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥର ହନୁମାନ ମନ୍ଦିର ନିକଟରେ ଓଭରବ୍ରିଜ ଉପରୁ ଏକ ଥଣ୍ଡା ପାନୀୟ ବୋଝେଇ ଆଇଚର ଓଲଟି ପଡ଼ିଛି। ବୁଧବାର ଭୋର ସମୟରେ ଗାଡ଼ିଟି ବାଲେଶ୍ଵର ପଟୁ କଟକ ଅଭିମୁଖେ  ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଏଥିରେ ହେଲପର ଓ ଚାଳକ ଗୁରୁତର ଥିବାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଇଚର ଟ୍ରକଟି ବାଇପାସ ରାସ୍ତାକୁ ଓଲଟି ପଡ଼ିଥିବା ବେଳେ ସେହି ସମୟରେ ଉକ୍ତ ରାସ୍ତାରେ କେହି ନଥିବାରୁ ଏକ ବଡ଼ ବିପଦ ଟଳି ଯାଇଥିବା କୁହାଯାଉଛି। ଖବର ପାଇ ଭଣ୍ଡାରିପୋଖରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe