ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ୍

Advertisment
ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ୍

ଭଦ୍ରକ: ତିହିଡ଼ି ଥାନା ଅଧୀନ ପାଳିଆବିନ୍ଧା ପଞ୍ଚାୟତ ଅଞ୍ଚଳର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଉକ୍ତ ଗାଁର ଜଣେ ଯୁବକ ରାସ୍ତାରୁ ଟେକିନେଇ ଏକ ମନ୍ଦିର ପଛ ପଟେ ବଳ ପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ପରିବାର ପକ୍ଷରୁ ଆଗତ ହୋଇଥିବା ଅଭିଯୋଗକୁ ଭିତ୍ତିକରି ପୁଲିସ କେସ୍‌ ନଂ ୨୫୨/୧୯, ଦଫା ୩୭୬(୩) ଆଇପିସି ଓ ୬ ପସ୍କୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତ ନିରଞ୍ଜନ ଜେନା(୨୬)କୁ ଗିରଫ କରିଛି। ପୁଲିସର ସୂଚନା ଅନୁଯାୟୀ ଛାତ୍ରୀ ଜଣଙ୍କ ଗୁରୁବାର ସଂଧ୍ୟାରେ ଦୋକାନରୁ ସଉଦା ନେଇ ଘରକୁ ଫେରୁଥିବା ବେଳେ ପୂର୍ବରୁ ଜଗି ରହିଥିବା ସେହିଗାଁର ବାବୁରାମ ଜେନାଙ୍କ ପୁଅ ନିରଞ୍ଜନ ଜେନା(୨୬) ତାଙ୍କୁ ରାସ୍ତା ଉପରୁ ଉଠାଇ ନେଇ ସ୍ଥାନୀୟ ଜାଡି ଠାକୁରାଣୀ ମନ୍ଦିର ପଛପଟେ ବଳପୂର୍ବକ ଭାବେ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ କରିବା ପରେ ନିରଞ୍ଜନ ସେଠାରୁ ଫେରାର୍‌ ହୋଇଯାଇଥିଲା। ଘରକୁ ଫେରିବା ପରେ ଛାତ୍ରୀ ଜଣଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଅବଗତ କରିଥିଲା। ଅଭିଯୋଗ ପରେ ପୁଲିସ ନିରଞ୍ଜନକୁ ଗିରଫ କରିଥିଲା। ଶନିବାର ଉଭୟଙ୍କ ଡାକ୍ତରୀ ମାଇନା କରାଯିବା ସହିତ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe