ଭଦ୍ରକ: ୮ ଦିବସୀୟ ଯୋଗ ଶିବିର ଉଦ୍‌ଯାପିତ

Advertisment
ଭଦ୍ରକ: ୮ ଦିବସୀୟ ଯୋଗ ଶିବିର ଉଦ୍‌ଯାପିତ

ଭଦ୍ରକ: ସ୍ୱତନ୍ତ୍ର ଉପ-କାରାଗାର ପରିସରରେ ଆର୍ଟ ଅଫ ଲିଭିଙ୍ଗ ସଂସ୍ଥା ପରିଚାଳନାରେ ୮ ଦିବସୀୟ ଯୋଗ ଶିବିର ରବିବାର ଉଦଯାପନ ହୋଇଯାଇଛି। ଅନ୍ତେବାସୀମାନଙ୍କୁ ଯୋଗ ମାଧ୍ୟମରେ ନିରୋଗ ତଥା ଶୃଂଖଳିତ କରିବାର ପ୍ରୟାସ ଜେଲ ସଂସ୍କକାରର ଏକ ପ୍ରାମୁଖ ଅଙ୍ଗ ବୋଲି ଜେଲର କୁଆଁର ମାରାଣ୍ଡି ପ୍ରକାଶ କରିଛନ୍ତି।

ସଂସ୍ଥାର ଅନୁଦେଷ୍ଟା ପ୍ରଫେସର କୌସିକ ସାହୁ, ଯୋଗ ଶିକ୍ଷୟତ୍ରୀ ଗୀତା ମହାନ୍ତି, ଯୋଗ ପରିଚାଳକ ଡଃ.ଶୋଭାନ ସେଠ୍‌ ପ୍ରମୁଖ ଅନ୍ତେବାସୀମାନଙ୍କୁ ପ୍ରତ୍ୟହ ସକାଳ ୭.୩୦ରୁ ଦିନ ୧୧ ଟା ପର୍ଯ୍ୟନ୍ତ ଯୋଗ ଶିକ୍ଷା ଦେଉଥିଲେ। ଏହି ଯୋଗ କାର୍ଯ୍ୟକ୍ରମରେ ୭୦ ଜଣ ଅନ୍ତେବାସୀ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ସେମାନେ ବିଶେଷ ଆନନ୍ଦିତ ବୋଲି ବନ୍ଦୀ ସଂଗ୍ରାମ ରାଉତ, ମାୟାଧର ମଲ୍ଲିକ, ଭଗବାନ ମହାରଣା ପ୍ରମୁଖ ପ୍ରକାଶ କରିଛନ୍ତିି। ଏହି ଯୋଗ ଶିବିରକୁ ଅନ୍ୟମାନଂକ ମଧ୍ୟରେ ଉପ କାରାରକ୍ଷୀ ପ୍ରକାଶ କୁମାର ରଣା, ସହକାରୀ କାରାରକ୍ଷୀ ସନାତନ ସାହୁ, ଫର୍ମାସିଷ୍ଟ ଜନ୍ମେଜୟ ମହାନ୍ତି, ମୁଖ୍ୟ କାରାରକ୍ଷୀ ଶ୍ୟାମ ସୁନ୍ଦର ବାରିକ ପ୍ରମୁଖ ପରିଚାଳନାରେ ସହଯୋଗ କରିବା ସହ ଆଜୀବନ ବନ୍ଦୀ ଚନ୍ଦ୍ର ଶେଖର ପଣ୍ଡା, ସୋମନାଥ ସ୍ୱାଇଁ, ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ସହାୟତା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe