Encroachment eviction: ଭଦ୍ରକ ସହରରେ ପୁଣି ଉଚ୍ଛେଦ ଅଭିଯାନ ଆରମ୍ଭ

Advertisment

ଆଜି ଠାରୁ ପୁଣି ଭଦ୍ରକ ସହରରେ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଉଛି। ଗତ ଦୁଇ ବର୍ଷ ହେଲା ଭଦ୍ରକ ସହରର ରାସ୍ତାପାର୍ଶ୍ଵ ଉଠା ଦୋକାନ ଠାରୁ ଆରମ୍ଭ କରି ସହରର ମୁଖ୍ୟ ସ୍ଥାନ ଗୁଡ଼ିକରେ ବହୁ ପ୍ରଭାବଶାଳୀ ଲୋକ ଦୀର୍ଘ ବର୍ଷ ହେଲା ବଡ଼ବଡ କୋଠା କରି ଘର ଭଡ଼ା ଲଗାଇବା ସହ...

ଆଜି ଠାରୁ ପୁଣି ଭଦ୍ରକ ସହରରେ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଉଛି। ଗତ ଦୁଇ ବର୍ଷ ହେଲା ଭଦ୍ରକ ସହରର ରାସ୍ତାପାର୍ଶ୍ଵ ଉଠା ଦୋକାନ ଠାରୁ ଆରମ୍ଭ କରି ସହରର ମୁଖ୍ୟ ସ୍ଥାନ ଗୁଡ଼ିକରେ ବହୁ ପ୍ରଭାବଶାଳୀ ଲୋକ ଦୀର୍ଘ ବର୍ଷ ହେଲା ବଡ଼ବଡ କୋଠା କରି ଘର ଭଡ଼ା ଲଗାଇବା ସହ...

IMG_20260217_123329

ଭଦ୍ରକ (ହରିହର ନାୟକ): ଆଜି ଠାରୁ ପୁଣି ଭଦ୍ରକ ସହରରେ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଉଛି। ଗତ ଦୁଇ ବର୍ଷ ହେଲା ଭଦ୍ରକ ସହରର ରାସ୍ତାପାର୍ଶ୍ଵ ଉଠା ଦୋକାନ ଠାରୁ ଆରମ୍ଭ କରି ସହରର ମୁଖ୍ୟ ସ୍ଥାନ ଗୁଡ଼ିକରେ ବହୁ ପ୍ରଭାବଶାଳୀ ଲୋକ ଦୀର୍ଘ ବର୍ଷ ହେଲା ବଡ଼ବଡ କୋଠା କରି ଘର ଭଡ଼ା ଲଗାଇବା ସହ ଦୋକାନ କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଥିଲେ। ଏହି ଜବରଦଖଲକାରୀଙ୍କ ପାଇଁ ଭଦ୍ରକ ସହରର ରାସ୍ତାଘାଟ ସଙ୍କୁଚିତ ହୋଇ ରହିଥିଲା।

ବିଜେପି ସରକାରକୁ ଆସିବା ପରେ ପ୍ରଥମେ ଭଦ୍ରକ ସହରକୁ ଜବରଦଖଲ ମୁକ୍ତ କରିବାକୁ ପ୍ରୟାସ ଆରମ୍ଭ କରିଥିଲା। ବିଧାୟକ ଶୀତାନଶୁ ଶେଖର ମହାପାତ୍ରଙ୍କ ଉଦ୍ୟମ କ୍ରମେ ଭଦ୍ରକ ସହର ଜବର ଦଖଲ ମୁକ୍ତ ହୋଇଛି। ଭଦ୍ରକ ସହରକୁ ସରସ ସୁନ୍ଦର କରିବା ପାଇଁ ଯେଉଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଛି। ତାହାକୁ କାର୍ଯ୍ୟକାରୀ କରିବା ପାଇଁ ସହର ଭିତରୁ ସବୁ ସ୍ଥାନରୁ ଜବର ଦଖଲ ଉଚ୍ଛେଦ କରାଜାଛି। ଭଦ୍ରକର ବନ୍ତ ଛକ ଠାରୁ ଆରମ୍ଭ କରି ଆରଡି ଛକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ଠାରୁ ଆରମ୍ଭ କରି ଅପର୍ତ୍ତିବିନ୍ଧା ଛକ, କଲେଜ ରୋଡ଼, କଚେରି ରୋଡ଼, ନୂଆ ବଜାର, ମେଡ଼ିକାଲ ଛକ, ଶନି ମନ୍ଦିର, ବାଇପାସ୍ ଛକ, ଚାନ୍ଦବାଲି ରାସ୍ତା, ଚରମ୍ପା ଷ୍ଟେସନ ବଜାର ସବୁ ସ୍ଥାନରେ ଉଠା ଯାଉଛି ଜବର ଦଖଲ। ଅନେକ ସ୍ଥାନରେ କୋର୍ଟ କେଶକୁ ନେଇ ଅଟକି ଥିବା ଉଚ୍ଛେଦ ଅଭିଯାନକୁ ତ୍ଵରାନିତ କରାଯିବ ବୋଲି ନିଷ୍ପତ୍ତି ହୋଉଛି।

ଗତ କିଛି ଦିନ ଧରି ବନ୍ଦ ରହିଥିବା ଉଚ୍ଛେଦ ଅଭିଯାନ ଆଜି ଠାରୁ ପୁଣି ଆରମ୍ଭ ହୋଇଛି। ଭଦ୍ରକ ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଏକ ଦୁଇ ମହଲା କୋଠା ଉପରେ ପୁଣି ଚାଲିଛି ବୁଲଡୋଜର। ଆଜି ସକାଳ ୧୦ଟା ଠାରୁ ଏହି ମାର୍କେଟ କମ୍ପ୍ଲେକ୍ସକୁ ଡୋଜର ଲଗାଇ ଭାଙ୍ଗି ଦିଆଯାଇଛି। ଭଦ୍ରକର ରହି ମାର୍କେଟ କମ୍ପ୍ଲେକ୍ସଟି ପୁରୁଣା ବସଷ୍ଟାଣ୍ଡ ସମ୍ମୁଖ ଜାଗାରେ ରହିଥିବାରୁ ଏଇ ସ୍ଥାନରେ ରାସ୍ତା ପ୍ରସସ୍ତୀକରଣ କରାଯିବା ପାଇଁ ରାସ୍ତା କାମ ଆରମ୍ଭ ହୋଇଯାଇଛି। ସହରର ମୁଖ୍ୟ ରସ୍ଥ ପ୍ରଶସ୍ତିକରଣ ପାଇଁ ସାଢେ଼ ୧୭ କୋଟି ଟଙ୍କାର ପ୍ରକଳ୍ପ ଗତ ମାସ ଶିଳାନ୍ୟାସ କରାଯାଇଥିଲା। ଟେଣ୍ଡର କାମ ଆରମ୍ଭ ହୋଇଯାଇଛି।

ଭଦ୍ରକ ସହରର ଉଭୟ ପାର୍ଶ୍ଵ ମୁଖ୍ୟ ରାସ୍ତା ପ୍ରସସ୍ତୀ କରଣ କରାଯିବା ସହ ଡ୍ରେନ ଖୋଲା କାମ ମଧ୍ୟ ଆରମ୍ଭ ହୋଇଯାଇଛି। ଏହି ରାସ୍ତା ଓ ଡ୍ରେନ କାମ ଆରମ୍ଭ ହୋଇଯାଇଥିବା ବେକେ ରାସ୍ତା ପ୍ରଶସ୍ଥି କରଣ ସୀମା ମଧ୍ୟରେ ଯାହା ବି ପଡ଼ିବ ତାହାକୁ ଭଙ୍ଗା ଯିବ ବୋଲି ନିଷ୍ପତ୍ତି ହୋଇଛି। କୌଣସି ସରକାରୀ ଯାଗା। ଉପରେ କାହାର ଆଉ ଦଖଲ ରହିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଯାହାର ଫଳ ସ୍ୱରୂପ ଆଜି ଠାରୁ ପୁଣି ଭଦ୍ରକ ସହରରେ ଜବର ଦାଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଉଛି। ଭଦ୍ରକ ସହରର ଏହି ଜବର ଦାଖଲ ଉଚ୍ଛେଦକୁ ସହରବାସୀ ସ୍ଵାଗତ କରିଥିବା ବେକେ ସହରକୁ ସରସ ସୁନ୍ଦର କରିବା ପାଇଁ ବିକାଶ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉ ବୋଲି ଲୋକେ ମତ ଦେଉଛନ୍ତି। 

ଆହୁରି ପଢ଼ନ୍ତୁ: BJD: ରାଜ୍ୟ ସରକାରଙ୍କ ଚା‌ଷୀ ନୀତି, ଆଇନ୍‌ଶୃଙ୍ଖଳା ବିରୋଧରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ

ଆଜି ଯେଉଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ସେଠାରେ ଥିବା ପୁରୁଣା ବସ୍‌ଷ୍ଟାଣ୍ଡର ପ୍ରାୟ ଦୁଇ ଏକର ପରିମିତ ଜମି ଉପରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହେବା ନେଇ  ଭଦ୍ରକ ବିଧାୟକ ଶ୍ରୀ ମହାପାତ୍ର ଶିଳାନ୍ୟାସ କରିଛନ୍ତି। ଆର୍‌ଏମ୍‌ସି ପକ୍ଷରୁ ଖୁବ ଶୀଘ୍ର ଉଚ୍ଛେଦ ଦୋକାନୀମାନଙ୍କୁ ଏହି ନୂତନ ମାର୍କେଟ କଂପେକ୍ସ ମଧ୍ୟରେ ଦୋକାନ କରିବା ପାଇଁ ଦୋକାନ ଘର ଯୋଗାଇ ଦିଆଯିବ ବୋଲି ବିଧାୟକ ପ୍ରକାଶ କରୁଛନ୍ତି। ପ୍ରଥମ ପର୍ଯ୍ୟାୟର  ୧୦୦ ଜଣ ଦୋକାନୀଙ୍କୁ ଏହି ନୂତନ ମାର୍କେଟ ପରିସରରେ ଦୋକାନ କରିବା ପାଇଁ ସୁଯୋଗ ଦିଆଯିବ। ପରବର୍ତ୍ତୀ ପର୍ଯ୍ୟିରେ ଅନ୍ୟ  ସ୍ଥାନରେ ହେବାକୁ ଥିବା ମାର୍କେଟ କମ୍ପ୍ଲେକ୍ସ ରେ ଅନ୍ୟ ଦୋକାନୀମାନଙ୍କୁ ଥଇଥାନ କରାଯିବ ବୋଲି ବିଧାୟକ ଶ୍ରୀ ମହାପାତ୍ର ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe