Advertisment

Encroachment: ରାସ୍ତା ସମ୍ପ୍ରସାରଣ ପାଇଁ ହଟୁଛି ୭୦ ବର୍ଷର ଗଛ

Advertisment

ଭଦ୍ରକ ସହରରେ ସବୁ ସ୍ଥାନରୁ ଜବରଦଖଲ ଉଚ୍ଛେଦ ହେଲା। ମାତ୍ର ପୁରୁଣାବଜାରରୁ ଭଦ୍ରକାଳୀ ପୀଠ ପର୍ଯ୍ୟନ୍ତ ରସ୍ଥାରୁ ଜବରଦଖଲ ଉଚ୍ଛେଦ କେବେ ହେବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ପ୍ରଥମେ ଭଦ୍ରକ କଚେରି ବଜାର, ନୂଆବଜାର, କଲେଜ...

ଭଦ୍ରକ ସହରରେ ସବୁ ସ୍ଥାନରୁ ଜବରଦଖଲ ଉଚ୍ଛେଦ ହେଲା। ମାତ୍ର ପୁରୁଣାବଜାରରୁ ଭଦ୍ରକାଳୀ ପୀଠ ପର୍ଯ୍ୟନ୍ତ ରସ୍ଥାରୁ ଜବରଦଖଲ ଉଚ୍ଛେଦ କେବେ ହେବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ପ୍ରଥମେ ଭଦ୍ରକ କଚେରି ବଜାର, ନୂଆବଜାର, କଲେଜ...

IMG_20260307_133117

ଭଦ୍ରକ (ହରିହର ନାୟକ): ଭଦ୍ରକ ସହରରେ ସବୁ ସ୍ଥାନରୁ ଜବରଦଖଲ ଉଚ୍ଛେଦ ହେଲା। ମାତ୍ର ପୁରୁଣାବଜାରରୁ ଭଦ୍ରକାଳୀ ପୀଠ ପର୍ଯ୍ୟନ୍ତ ରସ୍ଥାରୁ ଜବରଦଖଲ ଉଚ୍ଛେଦ କେବେ ହେବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ପ୍ରଥମେ ଭଦ୍ରକ କଚେରି ବଜାର, ନୂଆବଜାର, କଲେଜ ରୋଡ଼, ବାଇପାସ୍ ଛକ, ବନ୍ତ ଛକ, ଆରଡି ଛକ, ଚରମ୍ପା ଷ୍ଟେସନବଜାରରୁ ଉଚ୍ଛେଦ ହେଲା। ସରକାରୀ ଜମିରୁ ହଟିଛି ଜବରଦଖଲ। ବର୍ତ୍ତମାନର ଭୌଗୋଳିକ ସ୍ଥିତି, ଜନସଂଖ୍ୟା ବୃଦ୍ଧି ସହ ସହରର ନୂତନ ପରିକଳ୍ପନା ପାଇଁ ଜବରଦଖଲ ଉଚ୍ଛେଦ କରାଗଲା। ଉଚ୍ଛେଦ ଯୋଗୁଁ ସହରରେ ପ୍ରାୟ  ୭୦୦ରୁ ଅଧିକ ଦୋକାନୀ ନିହାର ଜୀବିକା ହରାଇଛନ୍ତି। ସେମାନଙ୍କୁ ଏବେ ଥଇଥାନ ପାଇଁ ପ୍ରଶାସନ ଚିନ୍ତା କରିଛି।

ପୁରୁଣା ବସ୍‌ଷ୍ଟାଣ୍ଡ ଓ ଆର୍ ଏମ ସି ମାର୍କେଟ କମ୍ପ୍ଲେକ୍ସରେ ସେମାନଙ୍କୁ ଥଇଥାନ କରାଯିବା ସହ ଅପର୍ତିବିନ୍ଧା ଛକରେ ନିର୍ମିତ ୩ ମହଲା ବିଶିଷ୍ଟ ମାର୍କେଟ କମୋଲେକ୍ସାରେ ଦୋକାନୀଙ୍କୁ ଥଇଥାନ କରାଯିବ ବୋଲି ଭଦ୍ରକ ବିଧାୟକ  ସିତାନଶୁ ଶେଖର ମହାପାତ୍ର ପ୍ରତିଶ୍ରୁତି ଦେଉଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ଦୋକାନ ଘର ନିର୍ମାଣ କରାଯାଇ ଉଚ୍ଛେଦ ଦୋକାନୀଙ୍କୁ  ଦୋକାନ ଘର ଯୋଗାଇ ଦେବାପାଇଁ ଯୋଜନା ପ୍ରସ୍ତୁତ କରିଛି। 

0ଉଚ୍ଛେଦ ପରେ  ଏବେ ଭଦ୍ରକର ମହତାବ ଛକ ଠାରୁ ଟାଉନ୍ ହଲ ଛକ ପର୍ଯ୍ୟନ୍ତ  ୧୭ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇ ରାସ୍ତା କାମ ଆରମ୍ଭ ହୋଉଛି। ଏଥି ପାଇଁ ଟେଣ୍ଡର ସାରି ରାସ୍ତା କାମପାଇଁ ଶୁଭ ଦିଆ ସାରିଛି।  ରାସ୍ତା କାମ ମଧ୍ୟ ଆରମ୍ଭ ହୋଉଛି। ରାସ୍ତାରେ ଥିବା ପ୍ରାୟ ୭୦  ବର୍ଷ ରୁ ଅଧିକ ସମୟ ଧରି ଥିବା ବିରାଟ ଗଛ ସବୁ କଟା ଆରମ୍ଭ ହୋଇଛି। ସହରର ମୁଖ୍ୟ ରାସ୍ତାରୁ ଗଛ କଟା ଯାଇ ରାସ୍ତା ସମ୍ପ୍ରସାରଣ କରାଯାଇଥିବା ବେକେ ପୁରୁଣା ବିଦ୍ଯୁତ ଖୁଣ୍ଟ ଗୁଡ଼ିକ ଉଠି ନାହିଁ। ତୁରନ୍ତ ବିଦ୍ୟୁତ ଖୁଣ୍ଟି ଉଠା ଯାଇ ରାସ୍ତା କାମ କୁ ଭଲ ଭାବରେ ନିର୍ମାଣ କରିବାକୁ ଦାବି ହୋଇଛି। ସହର ଭିତରେ ଏହି ରାସ୍ତା କାମ ଆରମ୍ଭ ହୋଇଥିବା ବେକେ ୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଚରମ୍ପା ଷ୍ଟେସନ  ବଜାର ରାସ୍ତା କାମ ପାଇଁ ଶୁଭ ଦିଆଜିଛି। କିନ୍ତୁ ଏହି ରାସ୍ତା କାମ ଆରମ୍ଭ ହୋଇ ନଥିବାରୁ ଚରମ୍ପା ବାସୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। 

ଆହୁରି ପଢ଼ନ୍ତୁ: Bhadrak College: ଅବ୍ୟବସ୍ଥାରେ ଭଦ୍ରକ ମହାବିଦ୍ୟାଳୟ: ପଢ଼ୁଛନ୍ତି ୮ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ

ସେହିପରି କଚେରୀ ବଜାରରୁ ପାଟଣାସାହି ଛକ ପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟା ସରିଯାଇଥିବା ବେଳେ ପୁରୁଣା ବଜାର ପାଟଣାସାହି ଛକରୁ ପୁରୁଣା ବଜାର ସଙ୍ଗତ ଛକ ପର୍ଯ୍ୟନ୍ତ ଉଚ୍ଛେଦ ନ ହୋଇ କାମ ବନ୍ଦ ହୋଇ ରହିଛି। ଚନ୍ଦନ ବଜାର, ପୁରୁଣା ବଜାର, ଭଦ୍ରକାଳୀ ସାହି ପର୍ଯୁନ୍ତ ରାସ୍ତାରୁ ଜବର ଦଖଲ ଉଚ୍ଛେଦ ପାଇଁ ଦାବି ହେଉଛି। ଏହି  ରାସ୍ତା ଦେଇ ଗାଡ଼ି ମୋଟର ଯାତାୟାତ କରିବାର ସମସ୍ୟା ହେଉଛି। ସଂକୀର୍ଣ୍ଣ ରାସ୍ତାଯୋଗୁଁ ରାସ୍ତା ଅତିକ୍ରମ ପାଇଁ ଘଣ୍ଟାଏ ସମୟ ଲାଗୁଛି। ଦମକଳ ଗାଡି, ଆମ୍ବୁଲାନ୍ସ ଗାଡି ଆସିଲା ବେଳକୁ ସଂପୂଣ୍ଣ ରାସ୍ତା ବନ୍ଦ ହୋଇଯାଉଛି। ଉକ୍ତ ରାସ୍ତା ଦେଇ ସ୍କୁଲ କଲେଜ ଛାତ୍ର/ଛାତ୍ରୀ ଯିବାଆସିବା, ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କ ଯିବା ଆସିବା ରହିଛି। ପ୍ରତ୍ୟେକ ଦିନ ଜନସାଧାରଣ ହଇରାଣରେ ପଡୁଛନ୍ତି। ଏଠି ଟ୍ରାଫିକର କୌଣସି ବ୍ୟବସ୍ତା ନାହିଁ। ଏଥ୍ ପାଇଁ କାହାର  ନଜର ନାହିଁ। ପୁରୁଣା ବଜାର  ରାସ୍ତାରୁ ଜବର ଦଖଲ ଉଚ୍ଛେଦ କରି   ରାସ୍ତା ସମ୍ପ୍ରସାରଣ କରିବାକୁ  ଜନସାଧାରଣରେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe