ଆସାମ-ଝାଡ଼ଖଣ୍ଡ ପୁଲିସର ନକଲି ଡ୍ରେସ୍ ଭଦ୍ରକରେ ଜବତ୍, ଅଭିଯୁକ୍ତ ଗିରଫ

ନକଲି ପୁଲିସକୁ ଅସଲି ପୁଲିସ ଗିରଫ କରିଛି। ଏଥି ସହିତ ନକଲି ଆର୍ମି ଓ ପୁଲିସ ପୋଷାକ ଜବତ ହୋଇଛି। କାର ସହ ବନ୍ଧୁକ ଜବତ ହେବା ସହ ଅନେକ ପୁଲିସ ବ୍ୟାଚ୍ ମଧ୍ୟ ଜବତ୍ ହୋଇଛି। କେଉଁଠି ପୁଲିସ, ଆର୍ମି, ଆରପିଏଫ୍‌ ଓ ଏଏସ୍‌ପି ପରିଚୟ ଦେଉଥିବା ସୂଚନା ମିଳିଛି।

New Project (15)

ଭଦ୍ରକ: ନକଲି ପୁଲିସକୁ ଅସଲି ପୁଲିସ ଗିରଫ କରିଛି। ଏଥି ସହିତ ନକଲି ଆର୍ମି ଓ ପୁଲିସ ପୋଷାକ ଜବତ ହୋଇଛି। କାର ସହ ବନ୍ଧୁକ ଜବତ ହେବା ସହ ଅନେକ ପୁଲିସ ବ୍ୟାଚ୍ ମଧ୍ୟ ଜବତ୍ ହୋଇଛି। କେଉଁଠି ପୁଲିସ, ଆର୍ମି, ଆରପିଏଫ୍‌ ଓ ଏଏସ୍‌ପି ପରିଚୟ ଦେଉଥିବା ସୂଚନା ମିଳିଛି। ଏମିତି ଏକ ଠକ୍ ପୁଲିସକୁ ଧରିଛି ଭଦ୍ରକ ଗ୍ରାମାଂଚଳ ପୁଲିସ। ଅଭିଯୁକ୍ତ ଜଣକ ରାହୁଲ ଏସ ରଣାୱତ ନାମର ନେମ୍ ପ୍ଲେଟ ବ୍ୟବହାର କରୁଥିଲା। ତାର ବ୍ୟବହାର କରୁଥିବା କାରରେ ପୁଲିସ ଲୋଗୋ ଲଗାଇବା ସହ ସାଇରନ୍ ଲାଇଟ୍ ମଧ୍ୟ ବ୍ୟବହାର କରୁଥିଲା ଏହି ଠକ୍ ପୁଲିସ। 

ଭଦ୍ରକ ଗ୍ରାମାଞ୍ଚଳ ପୁଲିସ କହିଛି ଜିଲ୍ଲାରେ ଏକ ହୋଟେଲ ନିକଟରେ ଅନେକ ଦିନ ହେବ ଝାଡ଼ଖଣ୍ଡ ରେଜିଷ୍ଟ୍ରେସନ୍ ଥିବା ଏକ କାର ଦୀର୍ଘ ଦିନ ହେବ ଥିଲା। ସନ୍ଦେହ ହେବାରୁ ପୁଲିସ ଖୋଳତାଡ଼ କରିବା ବେଳେ ରାହୁଲ ଏସ ରାଣାୱାତ ବିଷୟରେ ଖବର ମିଳିଥିଲା। ଏହି ଠକକୁ ଧରିବା ପରେ ଯେଉଁ ଯେଉଁ ପୋଷାକ ମିଳିଥିଲା ସେହି ବିଭାଗ ସହ ଯୋଗାଯୋଗ ପରେ ସେ ଜଣେ ଠକ୍ ବୋଲି ସ୍ପଷ୍ଟ ହୋଇଛି।

ଏକ ହୋଟେଲ ନିକଟରେ ଅନେକ ଦିନ ହେବ ଝାଡ଼ଖଣ୍ଡ ରେଜିଷ୍ଟ୍ରେସନ୍ ଥିବା ଏକ କାର ଦୀର୍ଘ ଦିନ ହେବ ଥିଲା। ସନ୍ଦେହ ହେବାରୁ ପୁଲିସ ଖୋଳତାଡ଼ କରିବା ବେଳେ ରାହୁଲ ଏସ ରାଣାୱାତ ବିଷୟରେ ଖବର ମିଳିଥିଲା।

ଅଭିଯୁକ୍ତ ପାଖରୁ ଆସାମ ପୁଲିସ, ଝାଡ଼ଖଣ୍ଡ ପୁଲିସ ସହ ଅନେକ ରାଜ୍ୟର ପୁଲିସ ଡ୍ରେସ୍ ଜବତ୍ ହୋଇଛି। ଭଦ୍ରକ ପୁଲିସର ପ୍ରାଥମିକ ତଦନ୍ତରୁ ୩୮ଟି ପୁଲିସ ସହ ଜଡ଼ିତ ଥିବା ସାମଗ୍ରୀ ଜବତ୍ ହୋଇଛ। ଏଭଳି ଏକ ଅଭିନବ ଠକେଇକୁ ନେଇ ତଦନ୍ତ ଚଳାଇଛି  ଭଦ୍ରକ ପୁଲିସ। ଏହି ଘଟଣାରେ ସଂପୃକ୍ତ ଠକକୁ ଗିରଫ କରାଯାଇ ତାକୁ କୋର୍ଟ ଚାଲାଣ କରାଯାଇଛି। ଆଜି ଏହି ଘଟଣା ସଂପର୍କରେ ଭଦ୍ରକର ଅତିରିକ୍ତ ଏସ୍‌ପି ଅରୂପ ଅଭିଷେକ ବେହେରା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

Bhadrak

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe