ଭଦ୍ରକ (ହରିହର ନାୟକ): ଆଜି ମହାଶିବରାତ୍ରି। ଲୋକେ ନିଜନିଜ ଅଞ୍ଚଳର ଶିବ ମନ୍ଦିରରେ ଜାଗର ଦୀପ ଜାଳିବା ପାଇଁ ଉଜାଗର ରହିଛନ୍ତି। କିନ୍ତୁ ଅନେକ ଚାଷୀ ମନ୍ଦିର ନଯାଇ ମଣ୍ଡିରେ ଧାନ ରଖି ଜଗି ରହିଛି। ଧାନ ଚାଷ କରି ଯାହା ହଇରାଣ ହରକତ ହେଲେଣି। କଣଣୀ ହେଉ କି ଛଟନୀ ହେଉ। ଯାହା କରୁଛ କର। ମୋ ଧାନ ତକ ବିକ୍ରି କରିଦିଅ ପ୍ରଭୁ। ଏମିତି ମଣ୍ଡିରେ ଉଜାଗର ରହି ଜିଲ୍ଲାର ରମେଶ ବେହେରା ନାମକ ଜଣେ ଚାଷୀ ବିକଳ ହୋଇ ନିଜ ଦୁଃଖ ପ୍ରକାଶ କରିଛନ୍ତି।

Advertisment

ଗତ କିଛି ଦିନ ହେଲା ଚାଷୀ ଧାନ ବିକ୍ରି କରିବା ପାଇଁ ବେଢ଼ କିଛି ହଲାପଟା ହେଲାଣି। ସରକାର ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କରିବା ପରେ ଚଳିତ ବର୍ଷ ବହୁ ଚାଷୀ ବାହାରକୁ ନଯାଇ ଧାନ ଚାଷ କରିଥିଲେ। ଧାନ ଚାଷ କରି ଚାଷୀ ଏଥର ଭଲ ଅମଳ କରିଥିଲା। ଭାବିଥିଲା ଭଲ  ଟଙ୍କା ମିଳିବା। ତାର  ପରିଶ୍ରମର ମୂଲ୍ୟ ମିଳିବ। କିନ୍ତୁ ଫଳ ହେଲା ଓଲଟା। ସରକାରୀ ବ୍ୟବସ୍ଥାରେ ଧାନ ବିକ୍ରି କରିବାର କଟକଣା ଚାଷୀଙ୍କୁ ସବୁ ଆଡୁ ହଇରାଣ ହରକତ କରିଛି। ଅଖା ବାସ୍ଥା ଠାରୁ ଆରମ୍ଭ କରି ଧାନରେ କୁଇଣ୍ଟାଲ ଉପରେ ୮ ରୁ ୧୦କିଲୋ ପର୍ଯ୍ୟନ୍ତ କାଟି ନେବା ପରେ ମଧ୍ୟ ଚାଷୀଙ୍କର ଧାନ ଠିକ ଭାବରେ ଉଠି ପାରୁ ନାହିଁ। 

ଭଦ୍ରକ  ଜିଲ୍ଲାରେ ଖରିଫ ଧାନ ଅମଳ ସରିବାର ୩ ମାସ ବିତିଲାଣି ହେଲେ ବାଷୀ ଧାନ ବିକିପାରୁନି। ଜାନୁଆରି ମାସରେ ଧାନ ବିକିବାକୁ ଚାଷୀଙ୍କୁ ଟୋକନ୍‌ ମିଳିଥିଲା। ଆଜି ପର୍ଯ୍ୟନ୍ତ ଅନେକ ଚାଷୀ ଟୋକାନ ପାଇଁ ମଧ୍ୟ ଧାନ ବିକ୍ରି କରି ନାହାନ୍ତି। ଅନେକ ଚାଷୀ ଟୋକନ ମଧ୍ୟ ପାଇ ନାହାଁନ୍ତି। ଧାନ ବିକ୍ରି ଏଭଳି ଅବ୍ୟବସ୍ଥା ଚାଷୀଙ୍କୁ ବେଶ ହତାଶ କରିଛି। ସରକାର ମଧ୍ୟ କିଛି ଶୁଣୁ ନାହାନ୍ତି।

ଆହୁରି ପଢ଼ନ୍ତୁ: Russia-Pakistan: ପାକିସ୍ତାନ ପାଇଁ ହୃଦୟ ଖୋଲିଲା ରୁଷ: ଦୁଇ ଦେଶ ସିଧାସଳଖ ସ୍ଥଳପଥରେ ଯୋଡ଼ି ହେବେ

ଜିଲ୍ଲାର ମିଲର ସଂଘ ମଧ୍ୟ ଧାନ କିଣିବା ନାହିଁ ବୋଲି ଧମକ ଦେଇଛି। ଧାନ କିଣିବା ପାଇଁ ଓ ଧାନ ମିଲି କରି ଚାଉଳ ସରକାରଙ୍କୁ ଯୋଗାଇବା ପାଇଁ ଏକ ଠିକା ବେପାରୀ। ଯେଉଁଠି ମିଲର ମଣ୍ଡିରୁ ଧାନ ଉଠାଇ ବ ନାହିଁ ବୋଲି ଧମକ ଦେଇଛି। ସେଠାରେ ଧାନ କିଣାରେ କିଭଳି ବ୍ୟବସ୍ଥା ଯାରାଜିଛି। ତାହା ଅନୁମାନ କରାଯାଉଛି। ଭଦ୍ରକ ଜିଲ୍ଲାରେ ମିଲରଙ୍କ ମନମାନି ଚାଲିବ ନାହିଁ। ଏହାର ପ୍ରତିବାଦ କରି ଗତ ୪ ଦିନ ତଳେ  ଭଦ୍ରକ ଜିଲ୍ଲାର ବହୁ ଚାଷୀ ଉତ୍ୟକ୍ତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ଧାନ ଵସ୍ଥା ରଖି ଆନ୍ଦୋଳନ କରୁଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ପ୍ରଶାସନ ଚାଷୀର ଧାନ କିଣିବାକୁ ରାଜି ହୋଇଛି। ସବୁ ଧାନ ଉଟିବା ପର୍ଯ୍ୟନ୍ତ ମଣ୍ଡି ଖୋଲା ରହିବ। ମିଲର  ଧାନ ଉଠାଇ ବାକୁ ବାଧ୍ୟ। ନହେଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନର ଚେତାବନୀ ପରେ ମିଲର ଆଉ ମନ ମାନି କରିବ ନାହିଁ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: Sports: ମହିଳା ରାଇଜିଂ ଷ୍ଟାର୍ସ ଏସିଆ କପ୍‌: ପାକିସ୍ତାନକୁ ହରାଇଲା ଭାରତ

ତେବେ ଚାଷୀ ଏହାରି ଭିତରେ  ଠାକୁରଙ୍କୁ ଡାକୁଚି। ହେ ପ୍ରଭୁ ଯାହା  ହେଉଛି ହେଉ ପଛେ ମୋ ଧାନ ଗଣ୍ଡାଙ୍କ କିଭଳି ସରକାରୀ ମଣ୍ଡିରେ ବିକ୍ରି କରିଦିଅ। ମଣ୍ଡିରେ ଧାନ ରଖି ରାତି ଉଜାଗର ରହି ଚାଷୀ ଭଦ୍ରକ ଜିଲ୍ଲାରେ ଏଭଳି ବିକଳ ହେଉଛି। ଚାଷୀର ଏଭଳି ବିକଳ ଅବସ୍ଥା ଦେଖିଲା ପରେ ଆଗାମୀ ଦିନରେ କେଉଁ ଚାଷୀ ଧାନ ଚାଷ କରିବାକୁ ଆଉ ମନ ବଲାଇବ ନାହିଁ। ସବୁ ଠାରୁ ବଡ଼ କଥା ହେଉଛି, ଧାନ ସଂଗ୍ରହ ବେଳେ  ଏଫଏକ୍ୟୁ ମାନର ଧାନ ସଂଗ୍ରହ କଟକଣା ସମ୍ପୂର୍ଣ ଭାବରେ  ଚାଷୀଙ୍କୁ ଅଡ଼ୁଆରେ ପକାଉଛି।