Paddy: ଚାଷୀଙ୍କ ସମସ୍ୟା ନେଇ ନବ ନିର୍ମାଣ କୃଷକ ସଂଗଠନର ବିକ୍ଷୋଭ

Advertisment

ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରେ ଧାନ ଢାଳି ଦେଲେ ଚାଷୀ।  ଆଜି ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ ଭିତରେ ଏଭଳି ଏକ  ଅଭାବନୀୟ ଘଟଣା ଘଟିଛି। ଭଦ୍ରକ ଜିଲ୍ଲାରେ ଚାଷୀଙ୍କ ଧାନ କିଣାରେ ମନମାନି, ଜଟଣୀ ଛଟନୀ କରିବା ଯୋଗୁଁ ଚାଷୀମାନେ...

ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରେ ଧାନ ଢାଳି ଦେଲେ ଚାଷୀ।  ଆଜି ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ ଭିତରେ ଏଭଳି ଏକ  ଅଭାବନୀୟ ଘଟଣା ଘଟିଛି। ଭଦ୍ରକ ଜିଲ୍ଲାରେ ଚାଷୀଙ୍କ ଧାନ କିଣାରେ ମନମାନି, ଜଟଣୀ ଛଟନୀ କରିବା ଯୋଗୁଁ ଚାଷୀମାନେ...

Untitled-23.jpg

ଭଦ୍ରକ (ହରିହର ନାୟକ): ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରେ ଧାନ ଢାଳି ଦେଲେ ଚାଷୀ।  ଆଜି ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ ଭିତରେ ଏଭଳି ଏକ  ଅଭାବନୀୟ ଘଟଣା ଘଟିଛି। ଭଦ୍ରକ ଜିଲ୍ଲାରେ ଚାଷୀଙ୍କ ଧାନ କିଣାରେ ମନମାନି, ଜଟଣୀ ଛଟନୀ କରିବା ଯୋଗୁଁ ଚାଷୀମାନେ ତାତିଚନ୍ତି। ଚାଷୀ ମଣ୍ଡିରେ ଧାନ ରଖି ରାତିରାତି ଅନିଦ୍ର ହୋଇ ଧାନ ଜଗିବା ଭଳି ଘଟଣାକୁ ନେଇ ଜିଲ୍ଲାର ଚାଷୀ ଉତ୍ୟକ୍ତ ଅବସ୍ଥାରେ ରହିଥିଲେ। ଧାନ ଅମଳ ପରଠାରୁ ବହୁ ବିଳମ୍ବରେ ମଣ୍ଡି ଖୋଲିବା ସହ ଚାଷୀମାନେ ଧାନ ବିକ୍ରୟ କରିବା ପାଇଁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

ଭଦ୍ରକ ଜିଲ୍ଲାରେ ଚାଷୀ ବାରମ୍ବାର ଏଭଳି ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ, ଜିଲା ଯୋଗାଣ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସମବାୟ ସମିତି ପର୍ଯ୍ୟନ୍ତ ଯାହାକୁ ଗୁହାରି ହେଲେ ମଧ୍ୟ କେହି ତାଙ୍କର ସମସ୍ୟା ବୁଝିଲେ ନାହିଁ। ମଣ୍ଡିରେ ନାହିଁ ନ ଥିବା ଅସୁବିଧା ପାଇଁ ଆଜି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଧାନ ବସ୍ତା ଢାଳି ଧାରଣାରେ ବସିଛନ୍ତି ବହୁ ଚାଷୀ। ସେମାନେ ଦାବି କରିଛନ୍ତି,  ଦୀର୍ଘ ୮ ଦିନ ହେବ ମଣ୍ଡିରେ ଧାନ ପଡି ରହିଛି, ନା ମିଲର ଟ୍ରକ ପଠାଉଛି, ନା ଚାଷୀମାନେ ଧାନ ଠିକ ଭାବରେ ବିକ୍ରୟ କରି ପାରୁଛି। ଚାଷୀମାନେ ଧାନ ଦେଇଥିଲେ ମଧ୍ୟ ୮ଦିନ ହେବ ଟଙ୍କା ପାଇ ପାରିନାହାନ୍ତି।

ସେପଟେ ଗତକାଲି ମିଲରମାନେ ମଣ୍ଡିରୁ ଧାନ ଆଉ ଉଠାଇବେ ନାହିଁ ବୋଲି କହିଥିଲେ। କିନ୍ତୁ ଚାଷୀମାନେ ଟୋକାନ ଲାପ୍ସ ହେବାକୁ ବସିଥିଲେ ମଧ୍ୟ ଧାନ ବିକ୍ରୟ କରି ପାରୁନାହାନ୍ତି। କାରଣ ମଣ୍ଡିରୁ ଧାନ ଉଠି ପାରୁନାହିଁ। ଏହି ବିଷୟରେ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କିଛି ସମସ୍ୟାର ସମାଧାନ ହୋଇ ପାରିନାହିଁ। ଫଳରେ ଆଜି ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତା ରଖି ଧାରଣାରେ ବସିଛି। ଯେପର୍ଯ୍ୟନ୍ତ ଧାନର କଟଣି, ଛଟଣୀ, ମଣ୍ଡିରେ ଧାନ ଉଠାଣ, ସମସ୍ତ ଚାଷୀର ଧାନ ବିକ୍ରୟ ସମସ୍ୟା ସମାଧାନ ନହୋଇଛି, ସେ ପର୍ଯ୍ୟନ୍ତ ଧାରଣାରେ ବସିବୁ ବୋଲି ଚେତାବନୀ ଦେଇଛନ୍ତି ନବନିର୍ମାଣ କୃଷକ ସଂଗଠନର ସଦସ୍ୟ ମାନେ। ପରିସ୍ଥିତି ଅଣାୟତ୍ତ ହେବାରୁ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯିବା ବେଳେ କେଉଁ ପରିସ୍ଥିତିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧାନ ଧରି ଚାଷୀ ଆସିଲେ।  ତାହାକୁ ନେଇ  ଖୋଲତାଡ ଚାଲିଛି।

ଆହୁରି ପଢ଼ନ୍ତୁ: Lord Jagannath: ଗଞ୍ଜାମ ଜିଲ୍ଲାରୁ ମହାପ୍ରଭୁଙ୍କ ଦର୍ଶନ କଲେ ୭୪ ଜଣ ବରିଷ୍ଠ ନାଗରିକ

ଧାନର ଜଟଣୀ ଛଟଣି ବନ୍ଦ କରିବା ସହ ଚାଷୀର ଧାନ ସରକାର ଉପଯୁକ୍ତ ମୂଲ୍ୟରେ କିଣନ୍ତୁ ବୋଲି ଆଜିର ଆନ୍ଦୋଳନରେ ସାମିଲ ଥିବା ନବ ନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତାମାନେ ଦାବି କରିଥିଲେ। ଏହି ଆନ୍ଦୋଳନ ଅଣାୟତ୍ତ ହେବାରୁ ଘଟଣା ସ୍ଥଳରେ ଆସି ନବ  ନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ ମୁଖ୍ୟ ଅକ୍ଷୟ କୁମାର ପହଞ୍ଚି ଆନ୍ଦୋଳନକୁ ଆହୁରି ତେଜିଆନ କରୁଥିଲେ। ଧାନ କିଣା ନହେଲେ ଆଗାକୁ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ସେ ଚେତାବନୀ ହେଉଥିଲେ। ମିଲର ତୃତୀୟ ପକ୍ଷ। ମିଲର କିଏ? ଚାଷୀର ଧାନ କିଣା ନେଇ ମତ ରଖିବେ। ମିଲର-ସରକାର ଭିତରେ ମଧୁ ଚନ୍ଦ୍ରିକା ହୋଇଥିବାରୁ ଭଦ୍ରକ ଜିଲ୍ଲାରେ ମିଲର ମନମନି କରି ଧାନ କିଣା ଉପରେ ନିଜର ହାକିମାତି କରୁଛନ୍ତି। ତାହା ଚାଲିବ ନାହିଁ। ଯେଉଁ ମିଲର ଧାନ କିଣିବାକୁ ମନା କରିବ। ସେ ମିଲରକୁ ତୁରନ୍ତ ଧାନ କିଣାରେ ପ୍ରଶାସନ ଅନ୍ତର କରିବା ଉଚିତ। ଧାନ କିଣା ପ୍ରକ୍ରିୟା ଭଦ୍ରକ ଜିଲ୍ଲା ପ୍ରଶାସନ ଠିକ ଭାବରେ ନକଲେ ଆଗାମୀ ଦିନରେ ଭଦ୍ରକ ଜିଲ୍ଲାରେ ଚାଷୀ ଆନ୍ଦୋଳନ ଜୋରଦାର ହେବ ବୋଲି ସେ ଚେତାବନୀ ଦେଇଥିଲେ। ଜିଲା ପ୍ରଶାସନ ଧାନ କିଣା ପାଇଁ ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଆନ୍ଦୋଳନରୁ ଓହରି ଥିଲେ। ଆଜି ଭଦ୍ରକ ଜିଲ୍ଲାରେ ଏହି ଅଭାବନୀୟ ଘଟଣା କୁ ନେଇ ସାରା ରାଜ୍ୟରେ ଚର୍ଚା ଜୋର୍ ଧରିଛି। 

ଆହୁରି ପଢ଼ନ୍ତୁ: Acid Attack: ଏସିଡ୍‌ ମାଡ଼ରେ ଜୀବନ ହାରିଥିଲେ ପୀଡିତା, ଫାଶୀଦଣ୍ଡ ପାଇଲା ଦୋଷୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe