Photo by : Wahgazab.com
ଭଦ୍ରକ : ନିଜ ଝିଅ ସହ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ବାପକୁ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଆଜି ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଏହି ଥାନା ଅନ୍ତର୍ଗତ ମଧୁସୂଦନପୁର ଅଞ୍ଚଳର ବାଇଧର (ଛଦ୍ମନାମ)। ୧୪ ତାରିଖ ରାତିରେ ସେ ନିଜ ୧୨ ବର୍ଷର ଝିଅ ବବିତା (ଛଦ୍ମନାମ) ସହ ଦୁଷ୍କର୍ମ କରିଥିବା ଗତକାଲି ଥାନାରେ ଅଭିଯୋଗ ହୋଇଥିିଲା। ପୁଲିସ ଏନେଇ କେସ୍ ନମ୍ବର ୩୯/୧୮ରେ ମାମଲା ରୁଜୁ କରି ତଦନ୍ତ କରୁଥିଲା। ଆଜି ଗିରଫ ବାଇଧରକୁ ଡାକ୍ତରୀମାଇନା ପରେ କୋର୍ଟ ଚାଲାଣ କରାଯାଇଛି।
Follow Us