ଗାଡ଼ି ଯାଞ୍ଚ ବେଳେ ଲାଗିଲା ୫ ଲକ୍ଷ ୮୩ ହଜାର ଟଙ୍କାର ଜରିମାନା

ଦୁର୍ଘଟଣା ହ୍ରାସ ଲକ୍ଷ୍ୟରେ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଗୁରୁବାର ଜିଲ୍ଲା ପରିବହନ ବିଭାଗ ଓ ତିହିଡ଼ି, ପିରହାଟ ପୁଲିସର ମିଳିତ ସହଯୋଗରେ ଗାଡ଼ି ଯାଞ୍ଚରୁ ୫ ଲକ୍ଷ ୮୩ ହଜାର ଟଙ୍କାର ଜରିମାନା କରାଯାଇଥିବା ଜଣାପଡ଼ିଛି।

e08532dc-011a-4f30-b048-febd47a0c487

ଭଦ୍ରକ/ତିହିଡ଼ି: ଦୁର୍ଘଟଣା ହ୍ରାସ ଲକ୍ଷ୍ୟରେ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଗୁରୁବାର ଜିଲ୍ଲା ପରିବହନ ବିଭାଗ, ତିହିଡି, ପିରହାଟ ପୁଲିସର ମିଳିତ ସହଯୋଗରେ ଗାଡ଼ି ଯାଞ୍ଚରୁ ୫ ଲକ୍ଷ ୮୩ ହଜାର ଟଙ୍କାର ଜରିମାନା କରାଯାଇଛି। ଏହି ଯାଞ୍ଚ ସମୟରେ ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ଜଣେ, ବିନା ହେଲମେଟରେ ଗାଡ଼ି ଚାଳନା ଯୋଗୁଁ ୩୦ ଜଣଙ୍କୁ, ସିଟ ବେଲଟ ପିନ୍ଧି ନ ଥିବା ଦୁଇ ଓ କିଛି ଯାତ୍ରୀବାହୀ ଗାଡ଼ିରେ ପଣ୍ୟ ସାମଗ୍ରୀ ପରିବହନ କାରଣରୁ ଚାଲାଣ କଟାଯାଇଥିବା ଜଣାପଡିଛି।

ଏହି ଯାଞ୍ଚ ସମୟରେ ଜିଲ୍ଲା ପରିବହନର ରାସ୍ତା ସୁରକ୍ଷା ଅଧିକାରୀ ସେକ ଅବଦୁଲ ରହିମ, ଟ୍ରାଫିକ ସବ ଇନ୍ସପେକ୍ଟର ଶର୍ମିଷ୍ଠା ମିଶ୍ର, କନିଷ୍ଠ ଏମ୍‌ ଭି ଆଇ ପ୍ରିୟଙ୍କା ପ୍ରଧାନ, ଅତିରିକ୍ତ ଟ୍ରାଫିକ ସବଇନ୍ସପେକ୍ଟର ଶ୍ୟାସୁନ୍ଦର ନାୟକଙ୍କ ସମେତ ଉଭୟ ତିହିଡି ଓ ପିରହାଟ ପୁଲିସର କର୍ମଚାରୀ, ପରିବହନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe