ଗ୍ୟାସ ପାଇପ୍ ଲିକ ହୋଇ ଅଗ୍ନିକାଣ୍ଡ

Advertisment
ଗ୍ୟାସ ପାଇପ୍ ଲିକ ହୋଇ ଅଗ୍ନିକାଣ୍ଡ

ଚାନ୍ଦବାଲି: ଚାନ୍ଦବାଲି ବ୍ଲକ ଯଶିପୁର ପଞ୍ଚାୟତ ବାରାକୋଲା ଗାଁର ମାୟାଧର ଖଟୁଆଙ୍କ ଘରେ ରୋଷେଇ ହେଉଥିବା ବେଳେ ଚୂଲିର ଗ୍ୟାସ ପାଇପରୁ ଗ୍ୟାସ ଲିକ ହୋଇ ନିଆଁ ଲାଗି ଚାଳକୁ ଧରି ଦେଇଥିଲା। ଫଳରେ ପଡ଼ିଶା ଘର ଗୟାଧର ଖଟୁଆ, ମହେନ୍ଦ୍ର ଖଟୁଆ ଓ ରାମଚନ୍ଦ୍ର ଖଟୁଆଙ୍କ ଘରକୁ ନିଆଁ ବ୍ୟାପି ଯାଇଥିଲା। ନିଆଁ ଲାଗିଥିବା ବେଲେ ଗ୍ରାମର ଲୋକେ ଚାଳ ଉଲାରୀ ପକାଇଥିବା ବେଳେ ଖବର ପାଇ ଗଦି ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତକୁ ଆଣିଥିଲା। ହେଲେ ଘରେ ସାଇତି ରଖାଯାଇଥିବା ଧାନ ଚାଉଳ, ଲୁଗାପଟା ଆଦି ସମସ୍ତ ଜିନିଷପତ୍ର ନଷ୍ଟ ହୋଇ ଯାଇଛି। ଗୋଟେ ପଟେ କରୋନା ଦାଉରୁ ଲୋକେ ଅସୁବିଧାରେ ଦିନ କାଟୁଥିବା ବେଳେ ଅନ୍ୟ ପଟେ ଅଗ୍ନିକାଣ୍ଡ ବିପଦକୁ ଦୁଇଗୁଣା କରିଦେଇଛି। ତୁରନ୍ତ ସରକାରୀ ସହାୟତା ପାଇଁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe