ଭଣ୍ଡାରିପୋଖରୀ: ଅଗ୍ନିକାଣ୍ଡରେ ଜଳିଗଲା ୮ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

Advertisment
ଭଣ୍ଡାରିପୋଖରୀ: ଅଗ୍ନିକାଣ୍ଡରେ ଜଳିଗଲା ୮ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଭଦ୍ରକ: ଅଗ୍ନିକାଣ୍ଡରେ ଜଳିଗଲା ଛଅଟି ପରିବାରର ୮ ବଖରା ଘର। ଏହାଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି। ଭଣ୍ଡାରିପୋଖରୀ ବ୍ଲକ ତେସିଗାଁ ଗ୍ରାମ ପଞ୍ଚାୟତ ବିଶୋଳ ଶାସନର କାର୍ତ୍ତିକ ଦାସଙ୍କ ସମେତ ଅନ୍ୟ ୫ଟି ପରିବାର ଅଗ୍ନିକାଣ୍ଡରେ ସର୍ବସ୍ୱାନ୍ତ ହୋଇଯାଇଛନ୍ତି।ବିଶୋଳ ଶାସନର କାର୍ତ୍ତିକ ଦାସ, ବଳଭଦ୍ର ଦାସ, ମନୋଜ ନାୟକ, ଲମ୍ବୋଦର ନାୟକ, ଦୀପକ ନାୟକ ଓ ପ୍ରଦୀପ ନାୟକଙ୍କ ଘର ସମ୍ପୂର୍ଣ୍ଣ ଜଳିଯାଇଛି।

ସୂଚନା ଅନୁଯାୟୀ, ବିଳମ୍ବିତ ରାତି ପ୍ରାୟ ତିନିଟା ସମୟରେ ପୁରା ପରିବାର ଶୋଇଥିବା ଅବସ୍ଥାରେ ଘରେ ନିଆଁ ଲାଗିଯାଇଥିଲା। ପରିବାର ନିଜ ଜୀବନ ବଞ୍ଚାଇବା ପାଇଁ ପ୍ରାଣ ବିକଳରେ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ଯ ନିଆଁ ସମ୍ପୂର୍ଣ୍ଣ ବ୍ୟାପି ଯାଇ ୮ ବଖରା ଘର ଜଳି ପୋଡ଼ି ଛାରଖାର ହୋଇଯାଇଛି। ଘରେ ଗଚ୍ଛିତ ଥିବା ଟଙ୍କା, ଧାନ, ଚାଉଳ, ଓ ଆସବାବପତ୍ର ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ବିପନ୍ନମାନଙ୍କୁ ସରକାରୀ ସହାୟତା ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe