ଚକଖଡ଼ିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତିମୂର୍ତ୍ତି ତିଆରି କଲେ ଗୋପାଳ

Advertisment
ଚକଖଡ଼ିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତିମୂର୍ତ୍ତି ତିଆରି କଲେ ଗୋପାଳ

ଭଣ୍ଡାରିପୋଖରୀ: ଚକଖଡ଼ିରେ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତିମୂର୍ତ୍ତି ତିଆରି କରି ଚର୍ଚ୍ଚାରେ ଗୋପାଳ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଚୁଡାକୁଟି ସୋରିଷଡ଼ିହ ଗ୍ରାମର ଗୋପାଳ ସାମଲ ରାଷ୍ଟ୍ରପତି ତଥା ଓ଼ଡିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କ ଏକ ପ୍ରତିମୂର୍ତ୍ତି ତିଆରି କରିଛନ୍ତି। ମୂର୍ତ୍ତିଟିର ଉଚ୍ଚତା ରହିଛି ମାତ୍ର ୪ ସେମି। ଗୋପାଳ ପିଲାଟି ଦିନରୁ ଜେଜେ ନିଧି ସାମଲଙ୍କଠାରୁ ମୂର୍ତ୍ତି ନିର୍ମାଣ ଶିଖିବା ପରେ ମଧ୍ୟପ୍ରଦେଶରେ ୪ ବର୍ଷ ଧରି କାରୁକାର୍ଯ୍ୟ ଶିଖିବା ପରେ ଗାଁକୁ ଫେରିଥିଲେ।

କୋଭିଡ ସମୟରେ ଘରେ ଅନେକ ମୂର୍ତ୍ତି ଗଢି ନିଜେ ରୋଜଗାର କରିବା ସହିତ କେତେଜଣ ଯୁବକଙ୍କୁ ମଧ୍ୟ ରୋଜଗାର ପାଇଁ ତାଲିମ ଦେଇଥିଲେ। ଓଡ଼ିଶାର ଝିଅ ରାଷ୍ଟ୍ରପତି ହେବା ଜାଣିବା ପରେ ସେ ତାଙ୍କର ଏକ ପ୍ରତିମୂର୍ତ୍ତି ଚକଖଡ଼ିରେ ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ମଧ୍ୟ ଏହା ପୂର୍ବରୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ମୂର୍ତି ଚକଖଡ଼ିରେ ଆଙ୍କିଛନ୍ତି। ଏହା ସହିତ ସେ ଚାଟଶାଳୀ ଶିକ୍ଷକ ନନ୍ଦ ସାର, ଅଭିନେତା ମିହିର ଦାସ, କଣ୍ଠଶିଳ୍ପୀ ଲତା ମଙ୍ଗେସକର, ସ୍ଵାମୀ ବିବେକାନନନ୍ଦ, ସୁଭାଷ ବୋଷଙ୍କ ମୂର୍ତ୍ତି ମଧ୍ୟ ଚକଖଡ଼ିରେ ଆଙ୍କିଛନ୍ତି` ଆଗକୁ ଏଭଳି କାରିଗରୀ ଜାରି ରହିବ ବୋଲି କହିଛନ୍ତି ଗୋପାଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe