ଚାନ୍ଦବାଲିରେ ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ: ୧୧ରୁ ଅଧିକ ଆହତ, ୫ ଗୁରୁତର

Advertisment
ଚାନ୍ଦବାଲିରେ ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ:  ୧୧ରୁ ଅଧିକ ଆହତ, ୫ ଗୁରୁତର

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ.ଏ.ସି. ଅନ୍ତର୍ଗତ ୧୫ ନମ୍ବର ୱାର୍ଡ଼ ରାମପଲ୍ଲୀଠାରେ ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ୧୧ରୁ ଅଧିକ ଆହତ ହୋଇଛନ୍ତି।ଚାନ୍ଦବାଲି ଏନ.ଏ.ସି. ଅନ୍ତର୍ଗତ ୧୫ ନମ୍ବର ୱାର୍ଡ଼ କାଉନସିଲର ଲତିକା ଦାସ ବି ଆହତ ହୋଇଥିବାର ସୂଚନା ମିଳିଛି।

ଉଭୟ ପକ୍ଷରୁ ୧୧ରୁ ଅଧିକ ମହିଳା ଏବଂ ପୁରୁଷ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ପ୍ରଥମେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏବେବି ଗାଁରେ ଉତ୍ତେଜିତ ପରିସ୍ଥିତି ଲାଗିରହିଥିବାରୁ ପୁଲିସ ଉଭୟ ମେଡିକାଲ ଏବଂ ଗାଁରେ ପ୍ରହରା ଦେଉଛି।

publive-image
ସ୍ଲମ ଏରିଆ ରାମପଲ୍ଲୀର ଉନ୍ନତି ନିମନ୍ତେ ପ୍ରଦାନ କରାଯାଇଥିବା ଅର୍ଥର ହିସାବକିତାବକୁ ନେଇ କିଛି ଦିନ ହେବ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା। ଦୁଇ ଦିନ ତଳେ ଘଟଣାର ସୂତ୍ରପାତ ହୋଇଥିବା ବେଳେ ଗତ ରାତିରେ ରକ୍ତାକ୍ତ ସଂଘର୍ଷ ହୋଇଥିବା ଜଣାପଡ଼ିଛି। ବାଡ଼ି, ଠେଙ୍ଗା ଓ ଶାବଳ ଦୁଇ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଥିଲେ। ଏବେ ବି ସେଠାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe