ଲଗାଣ ବର୍ଷା ହେଲା କାଳ: ଓଲଟିଲା କାର, ୨ ଗୁରୁତର

Advertisment
ଲଗାଣ ବର୍ଷା ହେଲା କାଳ: ଓଲଟିଲା କାର, ୨ ଗୁରୁତର

ସୋର: ୧୬ ନମ୍ବର ଜାତୀୟ ରାଜପଥ ସିମୁଳିଆଠାରେ ଏକ ପୋଖରୀ ଭିତରକୁ ଭାରସାମ୍ୟ ହରାଇ ଓଲଟି ପଡ଼ିଲା କାର୍। ଏହାଫଳରେ ୨ ଜଣ ଗୁରୁତର ଆହତ  ହୋଇଥିଲେ। ‌ଉଭୟଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ସିମୁଳିଆ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କାରଟି ଧାମରାରୁ ଧାମନଗରକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା।

ଏଣେ ଲଗାଣ ବର୍ଷାରେ ସୋରରୁ ଔପଦାକୁ ସଂଯୋଗ କରୁଥିବା ରାସ୍ତା ବୁଦାଖୁଣ୍ଟା ନିକଟ ୧୫ଫୁଟର ଘାଇ ଯେଗାଯୋଗ ବିଛିନ୍ନ ହୋଇଛି। ଲୋକେ ହନ୍ତସନ୍ତ ହେବା ସହିତ କେନାଲ ପାଣି ପାସ୍ ନହେବାରୁ ରାସ୍ତାରେ ବଡ଼ ଘାଇ ସୃଷ୍ଟି ହୋଇଛି। ଏହି ରାସ୍ତା ଦେଇ ଆମ୍ବୁଲାନ୍ସ ମଧ୍ୟ ଫେରି ଯାଉଥିବା ଚିତ୍ର ସାମ୍ନାକୁ ଆସୁଥିବା ବେଳେ ଚାଷ ଜମିରେ ପାଣି ଘେରରେ ରହିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହେବ ବୋଲି କହିଛନ୍ତି ଚାଷୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe