ଭଦ୍ରକ: କାଉଡ଼ିଆଙ୍କ ସେବାରେ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ। ଭଦ୍ରକର କୋଠାର ଛକ ନିକଟରେ ମନ୍ତ୍ରୀ ରବିବାର ନିଜକୁ କାଉଡ଼ିଆଙ୍କ ସେବାରେ ସାମିଲ କରିଛନ୍ତି। ଭଦ୍ରକ ଆଖଣ୍ଡଳମଣୀ ଅଭିମୁଖେ ଆସିଥିବା କାଉଡ଼ିଆମାନଙ୍କର ପାଦ ଧୋଇଦେବା ସହିତ ସେମାନଙ୍କ ସେବା କରିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ। ମନ୍ତ୍ରୀଙ୍କର ଏଭଳି ମହନୀୟତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ପ୍ରତ୍ୟେକ ବର୍ଷ ଶ୍ରାବଣ ମାସ ଅବସରେ ସୂର୍ଯ୍ୟବଂଶୀ ସୂରଜ ନିଜକୁ କାଉଡ଼ିଆଙ୍କ ସେବାରେ ନିୟୋଜିତ କରୁଥିବା ଦେଖିବାକୁ ମିଳିଥାଏ।
କାଉଡ଼ିଆଙ୍କ ପାଦ ଧୋଇଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
Advertisment
Follow Us