Sand Smuggling: ମାଲେମାଲ ମାଫିଆ ବେପାରୀ, ସରକାର ଭକୁଆ

Advertisment

ଭଦ୍ରକ ଜିଲ୍ଲାର ବୈତରଣୀ ନଦୀରେ ବାଲି ମାଫିଆ ବେଶ୍  ସକ୍ରିୟ ଅଛନ୍ତି। ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକ୍‌ରୁ ବାଲି ଚୋରି ବେଧଡକ ଭାବରେ ଚାଲିଛି। ବୈତରଣୀ ନଦୀ ପଠାରେ ବାଲି ମାଫିଆମାନେ ବନ୍ଧୁକ ଧରି ବୁଲୁଛନ୍ତି।

ଭଦ୍ରକ ଜିଲ୍ଲାର ବୈତରଣୀ ନଦୀରେ ବାଲି ମାଫିଆ ବେଶ୍  ସକ୍ରିୟ ଅଛନ୍ତି। ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକ୍‌ରୁ ବାଲି ଚୋରି ବେଧଡକ ଭାବରେ ଚାଲିଛି। ବୈତରଣୀ ନଦୀ ପଠାରେ ବାଲି ମାଫିଆମାନେ ବନ୍ଧୁକ ଧରି ବୁଲୁଛନ୍ତି।

IMG_20260123_172106

ଭଦ୍ରକ (ହରିହର ନାୟକ):  ଭଦ୍ରକ ଜିଲ୍ଲାର ବୈତରଣୀ ନଦୀରେ ବାଲି ମାଫିଆ ବେଶ୍  ସକ୍ରିୟ ଅଛନ୍ତି। ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକ୍‌ରୁ ବାଲି ଚୋରି ବେଧଡକ ଭାବରେ ଚାଲିଛି। ବୈତରଣୀ ନଦୀ ପଠାରେ ବାଲି ମାଫିଆମାନେ ବନ୍ଧୁକ ଧରି ବୁଲୁଛନ୍ତି। ଯିଏ ତାଙ୍କ ରାସ୍ତାରେ କଣ୍ଟା ସାଜିବ ସେମାନଙ୍କୁ ଉଡ଼ାଇ ଦେବେ ବୋଲି ଧମକ ଡରୁଛନ୍ତି। ଅତୀତରେ ଏଭଳି ଧମକ ଦେଇ ଏହି ବାଲି ମାଫିଆମାନେ ଏହି ଅଞ୍ଚଳରେ ଆତଙ୍କ ରାଜ ଚଳାଇ ଆସୁଛନ୍ତି। ପୁଲିସ ଓ ପ୍ରାଶାସନିକ ଅଧିକାରୀଙ୍କୁ ନିଜ ପ୍ୟାକେଟରେ ପୁରାଇ ରଖିଛନ୍ତି ବୈତରଣୀର ବାଲି ମାଫିଆମାନେ। ପ୍ରଶାସନିକ ଅଙ୍କୁଶ ନଥିବାରୁ ମାଫିଆ ମାଲେମାଲ ହେଉଛନ୍ତି। କୋଟିକୋଟି ଟଙ୍କାର ବାଲି ଚୋରି କରାଯାଇ ବାହାରକୁ ଚାଲାଣ ହେଉଛି। ସରକାର ରାଜସ୍ବ ହରାଉଛନ୍ତି। ନେତା, ପୁଲିସ, ରାଜସ୍ୱ ବିଭାଗର ଅଧିକାରୀ ମାଲେମାଲ ହେଉଛନ୍ତି। ଜିଲ୍ଲାରେ ଥିବା ଲଘୁ ଖଣିଜ ସଂପଦ ଅଫିସ ଜିଲ୍ଲାରେ  ନିଷ୍କ୍ରିୟ ହୋଇ ରହିଛି। 

ଜିଲ୍ଲାର ଭଣ୍ଡାରିପୋଖରୀ ତହସିଲ ଅଞ୍ଚଳରେ ଚୋରା ବାଲି ଉତ୍ତୋଳନ ଓ ପରିବହନ ଦିନକୁ ଦିନ ବ୍ୟାପକ ମାତ୍ରାରେ ବୃଦ୍ଧି ପାଉଛି। ବୈତରଣୀ ନଦୀର ମଣିନାଥପୁର, ମୁଢ଼ାପଦା, ଦାଣ୍ଡକୂଳ, ରଘୁନାଥପୁର, କୁମ୍ଭାରିଆ, ବାଲିପୋଖରୀ, ନେରଡ଼ା, ଝୁଟୁଣା ଆଦି ଅଞ୍ଚଳର ବୈତରଣୀ ନଦୀ ଶଯ୍ୟାରୁ ଦୈନିକ ଶହ ଶହ ଟ୍ରିପ ଚୋରା ବାଲି ଟ୍ରାକ୍ଟର ଓ ହାଇଓ୍ୱାରେ ଚାଲାଣ ହେଉଛି। ଏହି ଅଞ୍ଚଳରେ ଥିବା ମଞ୍ଜୁରୀ ରୋଡ଼ ପୁଲିସ ଓ ଭଣ୍ଡାରିପୋଖରୀ ପୁଲିସ ଏହି ବାଲି ଚିରଙ୍କୁ ସମ୍ପୂର୍ଣ୍ଣ ଭାବରେ ପ୍ରୋତ୍ସାହିତ କରୁଛନ୍ତି। ଭଣ୍ଡାରିପୋଖରୀ ତହସିଲଦାର ମଧ୍ୟ ଏଭଳି ବେଆଇନ କାର୍ଯ  ସମ୍ପର୍କରେ ସବୁ ଜାଣିଛନ୍ତି। କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ୍ୟ। 

ହାତବାନ୍ଧି ବସିଛି ପୁଲିସ

ସେହିପରି ଧାମନଗର ବ୍ଲକର ହସନାବାଦ, ଅର୍ଜୁନପୁର, ବାଲିପାଟଣା, ଆନନ୍ଦପୁର, ଅସ୍ତକ ଅଞ୍ଚଳରେ ପ୍ରତିଦିନ ସହ ସହ ଟ୍ରାକ୍ଟର ବେଆଇନ ଭାବରେ ନଦୀରୁ ବାଲି ଉଠାଉଛନ୍ତି। ଏହି ବାଲିକୁ ବାହାରକୁ ଚାଲାଣ କରାଯାଉଛି। ବିଳମ୍ବିତ ରାତିରେ ହାଇବା ଟ୍ରକ ସବୁ ଧାମନଗର ଓ ଧୁସୁରୀ ଧାନ ଆଗ ଦେଇ ଯାଉଛି। ପୁଲିସ ଏହି  ଚୋରା ବାଲି ଟ୍ରକ୍ ଦେଖୁଛି। କିନ୍ତୁ ଧରୁ ନାହିଁ। ମାସିକିଆ ବଟି ସେମାନଙ୍କ ମୁହିଁ ବନ୍ଦ କରି ରଖିଛି। ନୀରବ ଦ୍ରଷ୍ଟା ସାଜିଛି ଧାମନଗର ଓ ଧୂସୁରୀ ଅଞ୍ଚଳର ପୁଲିସ। ଏହି ବୁଇ ବ୍ଲକର ଚୋରା ବାଲି ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ କ୍ଷମତାପ୍ରାପ୍ତ ଜିଲ୍ଲା ଲଘୁଖଣିଜ ଅଧିକାରୀ ବାଲିଚୋରଙ୍କ ସହ  ସମ୍ପର୍କ ପ୍ରତିଷ୍ଠା କରି ସେମାନଙ୍କୁ ପ୍ରଶାସନିକ ପୃଷ୍ଠପୋଷକତା ରହୁଥିବା ସାଧାରଣରେ ଅଭିଯୋଗ ହୋଇଛି। ଚୋରା ବାଲି ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ କ୍ଷମତାପ୍ରାପ୍ତ ପୁଲିସ  ମଧ୍ୟ ଏ କ୍ଷେତ୍ରରେ ପ୍ରତିଯୋଗିତାମୂଳକ ଭାବେ ବାଲି ମାଫିଆଙ୍କ ସହ ସମ୍ପର୍କ ଯୋଡ଼ି ସେମାନଙ୍କୁ ଅନୁରୂପ ଭାବେ ପୃଷ୍ଠପୋଷକତା କରୁଥିବା ଜଣାଯାଇଛି। ବାଲିଟ୍ରାକ୍ଟରରୁ ପୁଲିସର ଚାନ୍ଦା ଆଦାୟ ଅଡିଓ ଭାଇରାଲ ହେବା ଘଟଣା ଭଦ୍ରକ ଜିଲ୍ଲାରେ ଗତ କିଛି ଦିନ ହେଲା ବେଶ୍ ଚର୍ଚ୍ଚାକୁ ଆସିଥିବା ବାଲି ମାଫିଆଙ୍କୁ ଗିରଫ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।  

ପରିବେଶ ପ୍ରଦୂଷଣ, ରାଜସ୍ବ ହାନୀ

କେବଳ ସେତିକି ନୁହେଁ, ଏଇ ଦୁଇ ବ୍ଲକର ବୈତରଣୀ ନଦୀକୂଳରେ ବେଆଇନ ଭାବରେ ଇଟା ପୋଡ଼ା ଯାଇ ପରିବେଶ ନଷ୍ଟ କରାଯାଉ ଥିବା ବେକେ ରାଜସ୍ବ ବିଭାଗ ନୀରବ ରହିବା ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଦିଗରେ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଭଦ୍ରକର ବୁଦ୍ଧିଜୀବୀ ଫୋରମ୍ ର ସଦସ୍ୟମାନେ ଦାବି କରିଛନ୍ତି। ଭଦ୍ରକର ଲଘୁ ଖଣିଜ ସଂପଦ ବିଭାଗ ରହିଥିଲେ ମଧ୍ୟ ଏହି ବିଭାଗର ଅଧିକାରୀଙ୍କର ବାରମ୍ବାର ବଦଳି ହେବା ଯୋଜୁଁ ଏହି ବିଭାଗ ଏକ ରକମ ଅଚଳ ହୋଇପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe