ଇନସ୍‌ପେକ୍ଟର ଅମିତ ବିଶ୍ୱାଳଙ୍କୁ ସସ୍‌ପେଣ୍ଡ କଲେ ଡିଜିପି ରାଜେନ୍ଦ୍ର ଶର୍ମା

Advertisment
ଇନସ୍‌ପେକ୍ଟର ଅମିତ ବିଶ୍ୱାଳଙ୍କୁ ସସ୍‌ପେଣ୍ଡ କଲେ ଡିଜିପି ରାଜେନ୍ଦ୍ର ଶର୍ମା

ଭୁବନେଶ୍ୱର/ଭଦ୍ରକ: ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ଶର୍ମା ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ଇନସ୍‌ପେକ୍ଟର ଅମିତ ବିଶ୍ୱାଳଙ୍କୁ ସସ୍‌ପେଣ୍ଡ କରିଛନ୍ତି। ଇନ୍‌ସପେକ୍ଟର ଅମିତ ବିଶ୍ୱାଳ କିଛି ଦିନ ତଳେ ଭିଜିଲାନସ୍‌ ଜାଲରେ ପଡ଼ି ଗିରଫ ହୋଇଥିଲେ।

ସୂଚନାଯୋଗ୍ୟ ଆଇଆଇସି ଅମିତ ବିଶ୍ୱାଳ ଚଳିତ ମାସ ୧୧ତାରିଖରେ ଭଦ୍ରକରୁ ୭୦ ହଜାର ଟଙ୍କା ନେଇ ନିଜ ପୈତୃକ ନିବାସ ମୟୂରଭଂଜ ଜିଲ୍ଲାର ବାରିପଦା ଯାଉଥିଲେ। ଏହି ସମୟରେ ଭିଜିଲାନ୍ସ ବିଭାଗକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ସନ୍ଦେହ ହେବାରୁ ବାଲେଶ୍ୱର ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସ ବିଭାଗର ବାଲେଶ୍ୱର ଡିଏସପି, ଭଦ୍ରକ ଡିଏସପି ଏବଂ ମୟୂରଭଂଜ ଟିମ୍‌ ମିଳିତ ଭାବରେ ବାଲେଶ୍ୱର ସଦର ଥାନା ଅଂଚଳରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଅମିତଙ୍କ କାରରୁ ୭୦ ହଜାର ଟଙ୍କା ମିଳିଥିଲା। ଅନ୍ୟପକ୍ଷରେ ଟଙ୍କା କେଉଁଠୁ ମିଳିଥିଲା ଓ କେମିତି ମିଳିଥିଲା ଆଇଆଇସି ଅମିତ ବିଶ୍ୱାଳ ଭିଜିଲାନ୍ସ ବିଭାଗର ଅଧିକାରୀଙ୍କ ଆଗରେ ସ୍ୱଷ୍ଟ ଭାବରେ ଉତ୍ତର ଦେଇ ପାରି ନଥିଲେ। ଭିଜିଲାନ୍ସ ବିଭାଗ ସେହି ଦିନ ଅମିତଙ୍କୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe