bhadrak collector Photograph: (sambad.in)
ଭଦ୍ରକ: ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୁନ୍ଦର ପରିବେଶ ତିଆରି କରିବା ପାଇଁ କାମ ଚାଲିଛି। ଦୀର୍ଘ ଦିନ ହେଲା ଏହି କାମ ଚାଲିଥିବାବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ପରିତ୍ୟକ୍ତ ଅବସ୍ଥାରେ ଅନେକ ସାମଗ୍ରୀ ପଡ଼ି ରହିଛି। ଯେଉଁଥିପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସର ଅସୁନ୍ଦର ଦେଖାଯାଉଛି। ଭଦ୍ରକରେ ନୂଆ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ତିଆରି ହେବାବେଳେ ଏହାର ବିଲଡ଼ିଂ ପ୍ଲିନ୍ଥ ବହୁ ତଳିଆ ଭାବରେ କରାଯାଇଥିବାରୁ ଅଧିକ ବର୍ଷା କିମ୍ବା ବନ୍ୟା ପରିସ୍ଥିତି ସୃଷ୍ଠି ହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବୁଡିଯିବାର ବହୁ ସମ୍ଭାବନା ରହିଛି। ତେଣୁ ଆଗକୁ କିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସୁରକ୍ଷିତ ରହିବା ସେଥିପାଇଁ ଯୋଜନା ପ୍ରସ୍ତୁତ କରାଯାଇ ଜିଲ୍ଲାପାଳଙ୍କ ଅଫିସ ପରିସରରୁ କିଭଳି ବର୍ଷା ଜଳ ନିଷ୍କାସନ କରାଯିବ ସେ ନେଇ ପୂର୍ତ୍ତ ବିଭାଗ ପକ୍ଷରୁ ଡ୍ରେନ ନିର୍ମାଣ ଓ ଏହି ଅଫିସ ପରିସରରେ ଫେବର ପ୍ଲେଟ ପକାଇବା କାର୍ଯ୍ୟ ଚାଲିଛି।
ପଡ଼ିଆରୁ ମାଟି ଖୋଲା ଯାଇ ନୂତନ ମାଟି ଓ ବାଲି ଫିଲିଂ କରାଯିବା ସହ ତା ଉପରେ ଫେବର୍ ପ୍ଲେଟ ପକାଯାଉଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ସୁନ୍ଦର କରିବା ପାଇଁ ସବୁ କାମ ଚାଲିଛି। ତାହା ଶେଷ ହୋଇପାରୁ ନାହିଁ। ତେବେ ଏହା କେବେ ଶେଷ ହେବ ତାହା କେହି କହିପାରୁନାହାନ୍ତି। ଜିଲ୍ଲାପାଳ ମଧ୍ୟ ଏହି କାର୍ଯ୍ୟ ତ୍ବରାନ୍ବିତ କରିବା ଦିଗରେ ବାରମ୍ବାର କହିଛନ୍ତି । ତଥାପି ପୂର୍ତ୍ତ ବିଭାଗ ନିଜର ମନମାନିରେ କାମ କରୁଛି। କାରଣ କାମ ଯେତେଦିନ ଲମ୍ବିବ ବିଭାଗର ବିଲ ସେତେ ଅଧିକ ହେବ ।
କାମ କରୁଥିବା ଯନ୍ତ୍ରୀ ଆଉ ଠିକାଦାରଙ୍କ ବିଲ କରି ସେତେ ଅଧିକ ଲାଭ ଖାଇବେ। ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ କାମ କରିବାରେ ଯଦି ଏତେ ବିଳମ୍ବ ହେଉଛି, ଜିଲ୍ଲାର ଅନ୍ୟ ସବୁ ଉନ୍ନୟନମୂଳକ କାମ କେତେ ବିଳମ୍ବ ହେଉଥିବା ତାହା ସ୍ପଷ୍ଟ ଅନୁମାନ କରାଯାଇପାରୁଛି। ଅନ୍ୟପଟେ ଜିଲ୍ଲାରେ ପୂର୍ତ୍ତ ବିଭାଗ ଆରଡି ଓ ଭଦ୍ରକ ରାସ୍ତା ତାଡି ଦେଇ ନଷ୍ଟ କରି ଦେଇଥିବାବେଳେ କାମ ତ୍ୱରାନ୍ୱିତ କରାଯାଇ ପାରୁ ନାହିଁ। ସେହିପରି ଏହି ବିଭାଗର ଭଦ୍ରକ ବରପଦା ଆଗରପଡା ରାସ୍ତା କାମ ନିମ୍ନମାନର ହେଉଛି। ଭଦ୍ରକ ପୂର୍ତ୍ତ ବିଭାଗର ଦୁର୍ନୀତିମୂଳକ କାମ ପାଇଁ ଭିଜିଲାନ୍ସ ତଦନ୍ତ ଦାବି କରାଯାଇଛି ।
Follow Us