ନିଆଁ ଲଗାଇ ସ୍ତ୍ରୀକୁ ହତ୍ୟା କରିଥିବା ସ୍ବାମୀକୁ ଆଜୀବନ ଜେଲଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଆଦେଶ

Advertisment
ଘରେ ପଶି ଚୋରି ଘଟଣା: ପଡ଼ୋଶୀ ଯୁବକ ଜେଲ୍‌ ଗଲେ

www.google.com

ଭଦ୍ରକ: ପତ୍ନୀ ହତ୍ୟା ଅପରାଧରେ ବନ୍ତ ଥାନା ତରାଗ ଗ୍ରାମର ଶିଶିର ବେହେରାଙ୍କ ପୁତ୍ର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ଭଦ୍ରକ ଅତିରିକ୍ତ ଜିଲ୍ଲା ଜଜ୍ ଆଶିଷ କୁମାର ତ୍ରିପାଠୀ ଭାରତୀୟ ପିଙ୍ଗଳ କୋଡର ଦଫା ୩୦୨ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।

ଜରିମାନା ଅନାଦେୟ ପୁନଶ୍ଚ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ମାନ୍ୟବର ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ବିବରଣୀ ଅନୁଯାୟୀ ବନ୍ତ ଥାନା ତରାଗ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା ସେହି ଗ୍ରାମର ରବୀନ୍ଦ୍ର ବାରିକଙ୍କ କନ୍ୟା ମିନାକ୍ଷୀଙ୍କୁ ଗତ ୨୦୧୨ ମସିହା ମଇ ମାସରେ ବିବାହ କରିଥିଲେ।ବିବାହ ସମୟରେ ସମସ୍ତ ଦାବି ମୁତାବକ ଯୌତୁକ ଦିଆ ଯାଇଥିଲେ ମଧ୍ୟ ବିବାହ ପରେ ସ୍ବାମୀ ପୂର୍ଣ୍ଣଚନ୍ଦ୍ର ଏକ ମୋଟର ସାଇକେଲ କିଣିବା ପାଇଁ ୫୦ ହଜାର ବାପ ଘରୁ ଆଣିବାକୁ କହିଥିଲେ। ମିନାକ୍ଷୀ ସେଥିରେ ରାଜି ନ ହେବାରୁ  ଶାଶୂ, ଶଶୁର ସମେତ ଅଜା ଜୟକୃଷ୍ଣ ପ୍ରଧାନ ମଧ୍ୟ ଅକଥନୀୟ ନିର୍ଯ୍ୟାତନା ଦେଉଥିଲେ। ଉଭୟଙ୍କର ଗୋଟିଏ ପିଲା ମଧ୍ୟ ରହିଛି। ପୂର୍ଣ୍ଣଚନ୍ଦ୍ର ମିନାକ୍ଷୀଙ୍କୁ ଘରୁ ତଡ଼ି ଦେବାକୁ ବାରମ୍ବାର ଧମକ ଦେଉଥିଲେ। ସେ ନ ଗଲେ ଦ୍ବିତୀୟ ବିବାହ କରିବା ପାଇଁ ମଧ୍ୟ ଧମକ‌ାଉଥିଲେ।

୨୦୧୬ ମସିହା ଫେବ୍ରୁଆରି ମାସ ୨୦ ତାରିଖରେ ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ ଫାଣ୍ଡିରେ ଏକ ଝିଅ ସହ ଅଟକ ଥିବାର ଜାଣି ସେଠାକୁ ଯାଇ ପୂର୍ଣ୍ଣଚନ୍ଦ୍ରକୁ ଉଦ୍ଧାର କରି ଅଣାଯିବା ପରେ ସେ ଏମିତି କେବେ ଆଉ କରିବ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଗତ ୨୦୧୬ ମସିହା ମାର୍ଚ ମାସ ୯ ତାରିଖରେ ମିନାକ୍ଷୀକୁ ନିଆଁ ଲଗାଇ ପୋଡି ଦେଉଥିବାର ଖବର ପାଇ ମିନାକ୍ଷୀଙ୍କ ବାପଘର ଲୋକ ସେଠାକୁ ଯାଇ ଝିଅକୁ ନିଆଁରେ ଜଳୁଥିବାର ଦେଖିଥିଲେ। ତାପରେ ସେମାନେ ମିନାକ୍ଷୀ ଦେହରେ କନ୍ଥା ପକାଇ ତୁରନ୍ତ ୧୦୮ ଆମ୍ବୁଲାନ୍ସରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ।  ଅବସ୍ଥା ଗୁରୁତ୍ତର ଥିବାରୁ ତାଙ୍କୁ ତୁରନ୍ତ କଟକ ସ୍ଥାନାନ୍ତର କରା ଯାଇ ସେଠାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ତାପରେ ମିନାକ୍ଷୀଙ୍କ ପିତା ରବୀନ୍ଦ୍ର ଥାନାରେ ଲିଖିତ ଏତଲା ଦେଇଥିଲେ।

ତାକୁ ଭିତ୍ତି କରି ବନ୍ତ ଥାନା କେସ ନମ୍ବର ୨୬/୨୦୧୬ ଦଫା ୪୯୮ (କ), ୨୯୪, ୩୦୭ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପରେ ମିନାକ୍ଷୀଙ୍କ ମୃତ୍ୟୁକାଳୀନ ଜମାନ ବନ୍ଦି ରେକର୍ଡିଂ କରିଥିଲା। ଯେଉଁଥିରେ ତାକୁ ସ୍ବାମୀ କିରୋସିନ ଢାଳି ନିଆଁ ଲଗାଇ ଦେଇଥିବା କଥା କହିଥିଲା। ଏହି ମାମଲାରେ ପୁଲିସ ସ୍ବାମୀ ପୂର୍ଣ୍ଣଚନ୍ଦ୍ରକୁ ଗିରଫ କରିଥିଲା ଓ ଚାର୍ଜସିଟରେ ୩୦୨ ଦଫାରେ ଦେଇ ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ପିତାମାତା ଓ ଅଜାଙ୍କୁ ମଧ୍ୟ ଅପରାଧି ଭାବରେ ସାମିଲ କରିଥିଲା।

ସେହି ଦିନରୁ ପୂର୍ଣ୍ଣଚନ୍ଦ୍ର ବିଚାରାଧିନ ବନ୍ଦୀ ଭାବରେ ଜେଲରେ ଅଟକ ରହିଛି।  ବିଚାର ସମୟରେ ଅଭିଯୋଗକାରୀ ପୂର୍ଣ୍ଣଚନ୍ଦ୍ରଙ୍କ ବିରୁଧରେ କିଛି ଅଭିଯୋଗ କରି ନ ଥିଲେ ମଧ୍ୟ ମିନାକ୍ଷୀର ମୃତ୍ୟୁକାଳୀନ ଜମାନବନ୍ଦୀକୁ ବିଶ୍ବାସକୁ ନେଇ ପୂର୍ଣ୍ଣଚନ୍ଦ୍ରକୁ ବିଚାରପତି ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ତାର ବାପା ମାଆକୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି। ଅଭିଯୋଗକାରୀଙ୍କ ତରଫରୁ ସରକାରୀ ଓକିଲ ଅରୁଣ ମିଶ୍ର, ସୂର୍ଯ୍ୟକାନ୍ତ କୁଅଁର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe