ଆଜି ମତଦାନ : ଭଦ୍ରକରେ ଲୋକସଭା ଓ ଏହା ଅନ୍ତର୍ଗତ ୭ ବିଧାନସଭା କ୍ଷେତ୍ରର ପ୍ରମୁଖ ପ୍ରାର୍ଥୀ କିଏ? ଜାଣନ୍ତୁ କାହା ଭିତରେ ହେଉଛି ଲଢ଼େଇ

Advertisment
ଆଜି ମତଦାନ : ଭଦ୍ରକରେ ଲୋକସଭା ଓ ଏହା ଅନ୍ତର୍ଗତ ୭ ବିଧାନସଭା କ୍ଷେତ୍ରର ପ୍ରମୁଖ ପ୍ରାର୍ଥୀ କିଏ? ଜାଣନ୍ତୁ  କାହା ଭିତରେ ହେଉଛି  ଲଢ଼େଇ

ଭଦ୍ରକ ଲୋକସଭା କ୍ଷେତ୍ରରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସଂପୂର୍ଣ୍ଣ ନୂଆ ଚେହେରାମାନଙ୍କୁ ନେଇ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ  ହୋଇଛନ୍ତି।  ବିଜେଡି ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପତ୍ନୀ ମଞ୍ଜୁଲତା ମଣ୍ଡଳଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ପୂର୍ବତନ ସାଂସଦ ଅନନ୍ତ ସେଠୀଙ୍କ ଝିଅ ମଧୁସ୍ମିତା ସେଠୀଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପକ୍ଷରେ ବିଜେଡି ଟିକେଟର ବଞ୍ଚିତ ହୋଇଥିବା ସାଂସଦ ଅର୍ଜୁନ ସେଠୀ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେବା ପରେ ବିଜେପି ତାଙ୍କ ପୁଅ ଅଭି‌ମନ୍ୟୁ ସେଠୀଙ୍କୁ ପ୍ରାର୍ଥୀ କରିଛି। ତେଣୁ ଏହି ତିନି ନୂଆ ଚେହେରାକୁ ନେଇ ସମଗ୍ର ଲୋକସଭା କ୍ଷେତ୍ରରେ ରାଜନୈତିକ ପ୍ରଚାର ଜମିଛି।

ଭଦ୍ରକ ଲୋକସଭା ସହିତ ଏହା ଅନ୍ତର୍ଗତ ସୋର, ସିମୁଳିଆ, ଭଣ୍ଡାରୀପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର ଓ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଜୋରଦାର  ଲଢ଼େଇ ହେବ  ।  ଭଣ୍ଡାରୀପୋଖରୀରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ନବୀନ ମନ୍ତ୍ରିମଣ୍ଡଳର ସଦସ୍ୟ ଥିବା ପ୍ରଫୁଲ୍ଲ ସାମଲଙ୍କ ଭିତରେ ହେବ ଜୋରଦାର ଟକ୍କର  । ସେହିପରି ଚାନ୍ଦବାଲିରୁ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ସିମୁଳିଆରୁ ପିସିସି ଉପସଭାପତି ଓ ପୂବର୍ତନ ସାଂସଦ ଅନନ୍ତ ସେଠୀ ଓ ବିଜେପିର ବରିଷ୍ଠ ନେତା ପଦ୍ବଲୋଚନ ପଣ୍ଡା ଲଢ଼ୁଛନ୍ତି।  ଆସନ୍ତୁ ଜାଣିବା ଆଉ କିଏ କେଉଁଠାରୁ ପ୍ରାଥର୍ଥୀ ହୋଇଛନ୍ତି।

publive-image

publive-image

publive-image

publive-image

publive-image

publive-image

publive-image

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe