ଗହଣା ଦୋକାନୀଙ୍କଠାରୁ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ସୁନା ଲୁଟ୍

Advertisment
ଗହଣା ଦୋକାନୀଙ୍କଠାରୁ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ସୁନା ଲୁଟ୍

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଞ୍ଚଳରେ ସୁନା ଗହଣା ଲୁଟିନେଲେ ଲୁଟେରା। ଜଣେ ଜୁଏଲାରି ମାଲିକଙ୍କଠାରୁ ଲୁଟେରା ୫୦ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ସୁନା ଝାମ୍ପି ନେଇଛନ୍ତି ସେମାନେ। ବାସୁଦେବପୁର ଥାନା ନିକଟ ବେତଡା ବଜାରରେ ଏହି ଲୁଟପାଟ ହୋଇଛି।

ଗହଣା ବ୍ୟବସାୟୀଜଣକ ଘରୁ ଗହଣା ସବୁ ନେଇ ନିଜ ଦୋକାନକୁ ଯାଉଥିବା ବେଳେ ହାଠତ୍ ବାଇକରେ ଦୁଇ ଜଣ ଲୁଟେରା ଆସି ଏହି ଗହଣା ଥିବା ବ୍ୟାଗ୍ ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି। ବ୍ୟାଗରେ ପ୍ରାୟ ୫୦ଲକ୍ଷରୁ ଉଦ୍ଧ୍ୱର୍ ମୂଲ୍ୟ ଗହଣା ଥିବା କହିଛନ୍ତି ବ୍ୟବସୟୀ। ଅଭିଯୋଗ ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe