ବନ୍ଧୁକ ଦେଖାଇ ଯୁବକଙ୍କଠାରୁ ଦୁର୍ବୃତ୍ତ ଲୁଟି ନେଲେ ଲାପଟପ, ମୋବାଇଲ ଓ ୩ ଲକ୍ଷ ଟଙ୍କା

Advertisment
ଲକ୍ଷାଧିକ ଟଙ୍କା ଲୁଟ୍‌

Odisha Bytes

ଭଦ୍ରକ/ରାଣୀତାଲ: ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ବ୍ଲକ ଅନ୍ତର୍ଗତ ସାବରଙ୍ଗ ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ଠାରୁ ୬ ଜଣ ଅଜଣା ଦୁର୍ବୃତ୍ତ ରାସ୍ତାରେ ବନ୍ଧୁକ ଦେଖାଇ ଲାପଟପ୍, ମୋବାଇଲ ଓ ୩ ଲକ୍ଷ ୩୦୦ ଟଙ୍କା ଲୁଟି ନେଇଛନ୍ତି। ଏଇ ଘଟଣାରେ ସମ୍ପର୍କରେ ଆଜି ସବାରଙ୍ଗ ଥାନାରେ ଯୁବକ ଜଣକ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ଘଟଣାରୁ ପ୍ରକାଶ ଯେ, ସବରଙ୍ଗ ଥାନା ଅନ୍ତର୍ଗତ ଛକପୁର ଗ୍ରାମର ଓମ ପ୍ରକାଶ ସାହୁ ନାମକ ଜଣେ ଯୁବକ ନିଜର ଜନସେବା କେନ୍ଦ୍ର ବନ୍ଦ କରି ପାଳିଆ ଛକ ଦେଇ ନିଜ ଘରକୁ ଫେରୁଥିଲେ। ପାଳିଆ ଛକ ନିକଟରେ ୩ଟି ବାଇକରେ ୬ ଜଣ ଅଜଣା ଯୁବକ ଆସି ଓମ ପ୍ରକାଶଙ୍କୁ ବନ୍ଧୁକ ଦେଖାଇବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇ ଫାଙ୍କା ଗୁଳି ଚାଳନା କରିଥିଲେ। ଓମ ପ୍ରକାଶ ସାହୁଙ୍କ ନିକଟରୁ ଲାପ ଟପ୍, ମୋବାଇଲ , ନଗଦ ୩ ଲକ୍ଷ ୩୦୦ ଟଙ୍କା ଛଡ଼ାଇ ନେଇ ଚମ୍ପଟ ମାରିଥିଲେ। ଏଇ ଘଟଣା ସମ୍ପର୍କରେ ଓମ ପ୍ରକାଶ ସାବାରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଥାନା କେସ ନମ୍ୱର୍ ୧୭୮/୨୪ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସବାରଙ୍ଗ ଥାନା ଅଞ୍ଚଳ ଦିନକୁ ଦିନ ଅଶାନ୍ତ ହୋଇପଡ଼ିଥିବା ବେଳେ ଏଠାରେ କୋଇଲା ମାଫିଆ ଓ ମଦ ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିଚାଲିଛି। ସବାରଙ୍ଗା ପୁଲିସ ରାତ୍ରି ପାଟ୍ରୋଲିଂ ଠିକ୍ ଭାବେ କରୁ ନଥିବାରୁ ପ୍ରତିଦିନ ଏଭଳି କିଛି ନା କିଛି ଅଘଟଣ ଘଟୁଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe