ଆଜି ଭଦ୍ରକାଳୀଙ୍କ ପୀଠରେ ଶେଷ ପୂଜା: ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି ମା

ଆଜି ଭଦ୍ରକାଳୀଙ୍କ ପୀଠରେ ଶେଷ ପୂଜା: ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି ମା

ଭଦ୍ରକକ: ଆଜି ସପ୍ତମ ଦିନରେ ମା ଭଦ୍ରକାଳୀ ମହାଲକ୍ଷ୍ମୀ ବେଶରେ ପୂଜା ପାଉଛନ୍ତି। ଆଜି ମା ଭଦ୍ରକାଳୀଙ୍କ ପୀଠରେ ମାଙ୍କର ଶେଷ ପୂଜା। ମହାଯଜ୍ଞର ପୂର୍ଣ୍ଣାହୁତି ଅପରାହ୍ଣ ୪ ଟାରେ ଅନୁଷ୍ଠିତ ହେବ । ଏଥି ପାଇଁ ଆଜି ହଜାର ହଜାର ଭକ୍ତଙ୍କର ସମାଗମ ହେବ । ଆଜି ମଧ୍ୟ ଚରମ୍ପା କାଲୀ ପୂଜାର ଶେଷ ଦିନ । ଆସନ୍ତା କାଲି ମା କାଳୀଙ୍କର ଭସାଣ ଉତ୍ସବ ଅନୁଷ୍ଠିତ ହେବ।

publive-image

ସୂଚନାଯୋଗ୍ୟ,  ପୂଜାର ପ୍ରଥମ ଦିନ ମା ଭଦ୍ରକାଳୀ ବେଦମାତା ବେଶରେ ପୂଜା ପାଇଛନ୍ତି । ତାପରେ ତାଙ୍କୁ ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ମା ଦର୍ଶନ ଦେଉଛନ୍ତି।  ପଞ୍ଚମ ଦିନରେ ମା ଭଦ୍ରକାଳୀ ଜଗଦ୍ଧାତ୍ରୀ ବେଶରେ ପୂଜା ପାଇଛନ୍ତି । ମାଆଙ୍କର ଏହି ପୂଜା ପାଇଁ ଶହଶହ ଭକ୍ତ ମନ୍ଦିରକୁ ଯାଇ ପୂଜା ଅର୍ଚ୍ଚନା କରିବା ସହ ଦୀପ ଦାନ କରିଛନ୍ତି। ମାଆଙ୍କର ଏହି ପୂଜା ପାଇଁ ମନ୍ଦିର କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଛନ୍ତି। ଏଣେ ଷଷ୍ଠ ଦିନରେ ମା ଭଦ୍ରକାଳୀ ମହା ସରସ୍ଵତୀ ବେଶରେ ପୂଜା ପାଇବେ। ସେହିପରି ସପ୍ତମ ଦିନରେ ମା ଭଦ୍ରକାଳୀ ମହାଲକ୍ଷ୍ମୀ ବେଶରେ ପୂଜା ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe