ବେକରେ ଦଉଡ଼ି ଦେଇ ଜୀବନ ହାରିଲେ ନାବାଳିକା

Advertisment
ଖେଳୁଖେଳୁ ବିଷ ପିଇଦେଲେ ୪ ଶିଶୁ, ଡାକ୍ତରଖାନାରେ ଭର୍ତ୍ତି

ଭଦ୍ରକ: ଭଦ୍ରକର  ଜଗନ୍ନାଥପୁର ଅଞ୍ଚଳରେ ଜଣେ ନାବାଳିକା ନିଜ ଘରେ ବେକରେ ଦଉଡ଼ି ଲଦେଇ ଆତ୍ମହତ୍ୟା କରିଛନ୍ତି। ଆଜି ସକାଳୁ ଘର ଲୋକ ଏ ସମ୍ପର୍କରେ ଜାଣିବା ପରେ ଭଦ୍ରକ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଟାଉନ୍ ପୁଲିସ ଖବର ପାଇବା ପରେ ଘଟଣାସ୍ଥାଳକୁ ଯାଇ ପୁଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ଝୁଲନ୍ତା ଅବସ୍ଥାରେ ନାବାଳିକାଙ୍କ ଶବ ଉଦ୍ଧାର କରିଥିଲେ। ଶବ ଉଦ୍ଧାର ପରେ ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡ଼ିକାଲକୁ ପଠାଇଥିଲେ।

ଭଦ୍ରକ ମେଡ଼ିକାଲରେ ନାବାଳିକା ଶବ ବ୍ୟବଚ୍ଛେଦ କରାଯାଇଥିବାବେଳେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। କେଉଁ ପରିସ୍ଥିତିରେ ଓ କାହିଁକି ନାବାଳିକା ଆତ୍ମହତ୍ୟା କରିଛନ୍ତି। ସେ ସମ୍ପର୍କରେ ଟାଉନ୍ ପୁଲିସ ପରିବାର ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି। ଏହି ଘଟଣା ସଂପର୍କରେ ଟାଉନ୍ ଥାନାରେ ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe