ସନ୍ତାନକୁ ନ ଫେରାଇଲେ ଆତ୍ମହତ୍ୟା କରିବାକୁୁ ମା'ର ଧମକ

Advertisment
ସନ୍ତାନକୁ ନ ଫେରାଇଲେ ଆତ୍ମହତ୍ୟା କରିବାକୁୁ ମା'ର ଧମକ

ଭଦ୍ରକ : କେନ୍ଦୁଝର ଅଞ୍ଚଳର ଜଣେ ନାବାଳକ ବନ୍ତ  ଅଞ୍ଚଳର ‌ରାଷ୍ଟ୍ରୀୟ  କିଷାନ ମଜଦୁର ସଂଘର ନେତା ରବି ନାୟକଙ୍କ ଘରେ ରହୁଥିଲେ। ତାଙ୍କ ଉପରେ ଅତ୍ୟାଚାର କରାଯାଇଥିବା ନେଇ ସିଡବ୍ଲୁସି ପକ୍ଷରୁ ଏତଲା ଦିଆଯିବା ପରେ ସଂପୃକ୍ତ ଶିଶୁଙ୍କୁ ସେଠାରୁ ଉଦ୍ଧାର କରାଯାଇ ସିଡବ୍ଲସି ଅଧିନରେ ରଖାଯାଇଛି ।

ଆଜି ଏଇ ନାବାଳକଙ୍କ ମାଆ ଲକ୍ଷ୍ମୀପ୍ରିୟା ଜେନା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ତାଙ୍କ ପୁଅକୁ ଏବେ ତାଙ୍କୁ ହସ୍ତାନ୍ତର ନକଲେ ସେ  ଆତ୍ମହତ୍ୟା କରିବେ। ଆଜି ଭଦ୍ରକ ଠାରେ ରାଷ୍ଟ୍ରୀୟ କିଷାନ ମଜଦୂର ସଂଘ ପକ୍ଷରୁ ଏହାର ଉତ୍ତର ଓଡ଼ିଶା ନେତା ଭବେନ୍ଦ୍ର ସାହୁଙ୍କ ଦ୍ବାରା ଆହୁତ ସାମ୍ବାଦିକ ସମ୍ମିଳନୀରେ ନାବାଳକଙ୍କର ମାଆ ଏଭଳି ବୟାନ ଦେବା ପରେ ପରିସ୍ଥିତି ଭିନ୍ନ ଆଡକୁ ଗତିକରିଛି। ମାଆ ତାଙ୍କ ପୁଅକୁ ଫେରି ପାଇବାକୁ ନେଇ ଦାବି କରୁଥିବାବେଳେ  ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ତାଙ୍କ ପୁଅକୁ  ହସ୍ତାନ୍ତର କରାଯାଉ ବୋଲି କୃଷକ ନେତା ଭବେନ୍ଦ୍ର ସାହୁ  ସାମ୍ବାଦିକ ସମ୍ମିଳନୀରେ ଦାବି ଉଠାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe