Advertisment

Murder Bhadrak: ଫାଇନାଲ ମ୍ୟାଚ୍ ଦେଖିବା ବେଳେ ଯୁବକଙ୍କୁ ଘରୁ ଡାକିନେଇ ହତ୍ୟା

Advertisment

ଫାଇନାଲ କ୍ରିକେଟ ମ୍ୟାଚ୍ ଦେଖିବା ବେଳେ ଯୁବକଙ୍କୁ ଘରୁ ଡାକି ନେଇ ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ଗୁଣ୍ଠୁନିଆ ଠାରେ ହତ୍ୟା । ମୃତକ ହେଉଛନ୍ତି ଚରମ୍ପା ବରାଳ ପୋଖରୀ ରେଳବାଇ କଲୋନୀର ଶ୍ରୀକୁମାର ସ୍ବାମୀ ।

ଫାଇନାଲ କ୍ରିକେଟ ମ୍ୟାଚ୍ ଦେଖିବା ବେଳେ ଯୁବକଙ୍କୁ ଘରୁ ଡାକି ନେଇ ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ଗୁଣ୍ଠୁନିଆ ଠାରେ ହତ୍ୟା । ମୃତକ ହେଉଛନ୍ତି ଚରମ୍ପା ବରାଳ ପୋଖରୀ ରେଳବାଇ କଲୋନୀର ଶ୍ରୀକୁମାର ସ୍ବାମୀ ।

Untitled-7.jpg

murder at bhadrak Photograph: (sambad.in)

ଭଦ୍ରକ: ଫାଇନାଲ କ୍ରିକେଟ ମ୍ୟାଚ୍ ଦେଖିବା ବେଳେ ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା। ସଂଘବଦ୍ଧ ଭାବେ ସର୍ବସାଧାରଣ ସ୍ଥାନରେ ହତ୍ୟା କରାଯାଇଛି। ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ଗୁଣ୍ଠୁନିଆ ଠାରେ ହତ୍ୟା କରାଯାଇଛି । ମୃତକ ହେଉଛନ୍ତି ଚରମ୍ପା ବରାଳ ପୋଖରୀ ରେଳବାଇ କଲୋନୀର ଶ୍ରୀକୁମାର ସ୍ବାମୀ ।

୫ ଜଣ ଯୁବକ ମିଳିତ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ

ସୂଚନା ଅନୁଯାୟୀ, ଶ୍ରୀକୁମାର କ୍ରିକେଟଫାଇନାଲ ମ୍ୟାଚ ଟିଭିରେ ଘରେ ଦେଖୁଥିଲେ । ମ୍ୟାଚ୍ ସମୟରେ ତାଙ୍କୁ ଫୋନ ଆସିବା ପରେ ସେ ଘରୁ ବାହାରି ଗୁଣ୍ଠୁଣିଆ ବଜାରକୁ ଯାଇଥିଲେ। ସେଠାରେ ପ୍ରାୟ ୫ ଜଣ ଯୁବକ ତାଙ୍କୁ ମିଳିତ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ଉପସ୍ଥିତ ଥାଇ ମଧ୍ୟ କୌଣସି ବିରୋଧ କରିନଥିବା ସୂଚନା ମିଳିଛି । 

Miscreants Throw Bomb: ଅଧରାତିରେ ଆତଙ୍କ ଖେଳାଇଲେ ଦୁର୍ବୃତ୍ତ, ବୁଲିଲା ଖଣ୍ଡା: ଫିଙ୍ଗିଲେ ବୋମା, ମୁଖ୍ୟ ଅଭିଯୁକ୍ତ ଅଟକ

ତେବେ ପରେ ଲୋକେ ଶ୍ରୀକୁମାରଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ହତ୍ୟାକାରୀମାନେ ବିଭିନ୍ନ ଘଟଣାରେ ସାମିଲ ଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe