ଭଦ୍ରକ: ୨୦୨୨ ମସିହାରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଆହାରପଦା ଗ୍ରାମର ବିଦ୍ୟାଧର ମାଝୀ ଓରଫ ବିଦୁ ହତ୍ୟା ମାମଲାର ହତ୍ୟାକାରୀ ଆଦିତ୍ୟ କୁମାର ରାଉତ ଓରଫ ଗୁଡୁ (୨୨ ବର୍ଷ)କୁ ଭଦ୍ରକ ଜିଲ୍ଲା ତଥା ଦୌରା ଜଜ ସଂଗ୍ରାମ କେସରୀ ପଟ୍ଟନାୟକ ଆଜୀବନ ଜେଲ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ପୁଣି ୬ ମାସ ଜେଲ ଦଣ୍ଡ ଭୋଗିବାକୁ ବିଚାରପତି ତାଙ୍କ ରାୟରେ ଆଦେଶ ଦେଇଛନ୍ତି। 

Advertisment

୨୦୨୨ରେ ହୋଇଥିଲା ହତ୍ୟା

ବିବରଣୀ ଅନୁଯାୟୀ ୨୦୨୨ ଜୁଲାଇ ମାସ ୪ ତାରିଖରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଆହାରପଦା ଗ୍ରାମର ବିଦ୍ୟାଧର ମାଝୀଙ୍କର ଜଣେ ସମ୍ପର୍କୀୟଙ୍କର ବିବାହ ଭଦ୍ରକ ପୌରପାଳିକା ବିଜୁ କଲ୍ୟାଣ ମଣ୍ଡପରେ ହେଉଥିଲା। ଉକ୍ତ ବିବାହ ଭୋଜିକୁ ଆଦିତ୍ୟାକୁ ମଧ୍ୟ ନିମନ୍ତ୍ରଣ ହୋଇଥିଲା। ସେ ମଧ୍ୟ ଆସିଥିଲା। ମାତ୍ର ଖାଇବା ବେଳକୁ ମଟନ ସରି ଯାଇଥିବାରୁ ସେ ଏହାର ପ୍ରତିବାଦ କରିଥିଲା ଓ ସେ ସମୟରେ ବିଦ୍ୟାଧର ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।

ଆହୁରି ପଢ଼ନ୍ତୁ: Rail Over Bridge: ପ୍ରଧାନମନ୍ତ୍ରୀ ସବୁ ସମୟରେ ଓଡ଼ିଶାର ବିକାଶ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇ ଆସିଛନ୍ତି: ମୁଖ୍ୟମନ୍ତ୍ରୀ

ଯୋଜନା ବଦ୍ଧ ହତ୍ୟା

ଏହି କାରଣରୁ ଆଦିତ୍ୟ କ୍ରୋଧ ବଶତଃ ନିଜ ଗ୍ରାମ ଆହାରପଦା ଫେରିବା ରାସ୍ତାରେ ବିଜେଗଙ୍ଗାଧରପୁର ଛକରେ ତାକୁ ଆକ୍ରମଣ କରିବାକୁ ଯୋଜନା ବଦ୍ଧ ଭାବରେ ଅପେକ୍ଷା କରି ରହିଥିଲା। ବିଦ୍ୟାଧର ସେଇ ରାସ୍ତାରେ ନିଜ ଘର ଆହାରପଦାକୁ ବିଳମ୍ବିତ ରାତିରେ ଫେରିବା ବେଳେ ଆଦିତ୍ୟ ପାଖରେ ରଖିଥିବା ଏକ ଧାରୁଆ ଛୁରୀ ଦ୍ଵାରା ତାକୁ ଆକ୍ରମଣ କରି ରକ୍ତାକ୍ତ କରି ଦେଇଥିଲା। ତାଙ୍କୁ ଗୁରୁତ୍ତର ଅବସ୍ଥାରେ ଭଦ୍ରକ ଡାକ୍ତରଖାନା ସ୍ଥାନାନ୍ତର କରା ଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏ ଘଟଣା ନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ କେସ ନଂ -୩୪୩/୨୨ ଦଫା-୩୦୨ରେ ଏକ ମାମଲା ରୁଜୁ କରି ପୁଲିସ ଆଦିତ୍ୟକୁ ଗିରଫ କରି ଜେଲ ପଠାଇଥିଲା। ସେହି ଦିନ ଠାରୁ ଆଦିତ୍ୟ ବିଚାରାଧୀନ ବନ୍ଦୀ ଭାବରେ ଜେଲରେ ଅଟକ ରହିଛି ।

ଆହୁରି ପଢ଼ନ୍ତୁ: Steaming Vs Boiling Vegetables: ପରିବାକୁ ପାଣିରେ ସିଝେଇବା ନା ବାମ୍ଫ ଦେଇ ସିଝେଇବା ଭଲ? 

ରିପୋର୍ଟ: ହରିହର ନାୟକ