ଭଦ୍ରକ: ଭଦ୍ରକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ (ଆରଟିଓ)ରେ କାର୍ଯ୍ୟରତ ଜୁନିୟର ଏମଭିଆଇ ଶଙ୍କରନାରାୟଣ ଚୌଧୁରୀଙ୍କ ଅଫିସ ଓ ଘରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ଉ କରାଯାଇଛି। ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ କଟକ ଭିଜିଲାନ୍ସର ଏକ ୬ ଜଣିଆ ଟିମ୍ ଏକା ବେଳେ ୬ଟି ସ୍ଥାନରେ ଚଢ଼ଉ କରିଥିଲା। ଆଜି ଭଦ୍ରକସ୍ଥିତ ଆରଟିଓରେ ଚଢ଼ଉ କରିଥିବା ବେଳେ ତାଙ୍କ ଚରମ୍ପାସ୍ଥିତ ଭଡ଼ାଘରେ ମଧ୍ୟ ଚଢ଼ଉ କରାଯାଇଥିଲା। ମାତ୍ର ଚଢ଼ଉ ବେଳେ ଶ୍ରୀ ଚୌଧୁରୀ ଘରେ ଅନୁପସ୍ଥିତ ଥିବା ବେଳେ ତାଙ୍କ ଭଡ଼ାଘରେ ତାଲା ଝୁଲୁଥିଲା। କଟକ ଭିଜିଲାନ୍ସ ଟିମ୍ ତାଙ୍କ ଘର ଆଗରୁ ଫେରି ଆସିଥିବା ବେଳେ ଆରଟିଓରେ ଶ୍ରୀ ଚୌଧୁରୀଙ୍କ ଅଫିସ୍ ରୁମ୍ର ବିଭିନ୍ନ କାଗଜ ପତ୍ର ଯାଞ୍ଚ୍ କରି ଫେରିଯାଇଛନ୍ତି। ଆଜି ଏକା ବେଳେ ତାଙ୍କର ଅଫିସ ଓ କଟକ, ଭୁବନେଶ୍ବର ବାସଭବନ ଉପରେ ଚଢ଼ଉ କରାଯାଇଥିବା ସୂଚନା ରହିଛି। ଶ୍ରୀ ଚୌଧୁରୀଙ୍କର କୋଟି କୋଟି ଟଙ୍କାର ସଂପତ୍ତି ଥିବା ଭିଜିଲାନ୍ସ ଠାବ କରିଛି। ତଦନ୍ତ କାର୍ଯ୍ୟ ଜାରି ରହିଥିବାରୁ ଭିଜିଲାନ୍ସ ଟିମ୍ ଏଇ ଚଢ଼ଉ ସଂପର୍କରେ କୌଣସି ତଥ୍ୟ ଦେବାକୁ ମନା କରିଦେଇଛି।
ଭିଜିଲାନ୍ସ ଜାଲରେ ଭଦ୍ରକ କନିଷ୍ଠ ଏମ୍ଭିଆଇ:ଆୟ ର୍ବହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ
Advertisment
Follow Us