ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଇ ଏନ୍ ଟି ବିଭାଗର ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ହେଲା

Advertisment
ଖେଳୁଥିବା ସମୟରେ କୀଟନାଶକ ପିଇଦେଲେ ୪ ଶିଶୁ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

Odisha Bytes

ଭଦ୍ରକ: ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାୟ ଦୁଇ ବର୍ଷ ଧରି କର୍ଣ୍ଣ ନାସା ଗଳା (ଇ ଏନ୍ ଟି) ବିଭାଗର ବିଶେଷଜ୍ଞ ଡାକ୍ତର ପଦବୀ ଖାଲିପଡ଼ିଥିଲା। ଦୀର୍ଘ ଦିନ ଧରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଇଏନଟି ଡାକ୍ତର ପଦବୀ ପୂରଣ ଲାଗି ଦାବି ହୋଇଆସୁଥିଲା। ହେଲେ ରାଜ୍ୟ ସରକାର ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଇ ଏନ୍ ଟି ବିଭାଗର ବିଶେଷଜ୍ଞ ଡାକ୍ତର ଭାବେ ଡାକ୍ତର ବୈଦ୍ୟନାଥ ଓଝାଙ୍କୁ ନିଯୁକ୍ତି ଦେଇଛନ୍ତି। ସେ ପ୍ରାୟ ଏକ ସପ୍ତାହ ହେଲା ସେଠାରେ କାର୍ଯ୍ୟରେ ଯୋଗ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଡାକ୍ତର ଓଝା କଟକର ଏସସିବି ମେଡିକାଲ କଲେଜରୁ ପିଜି କରିବା ପରେ  ଇ ଏନ୍ ଟି ବିଭାଗର ଏସ ଆର୍ ଭାବେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ବୁର୍ଲା ଭିମସାରରେ କାର୍ଯ୍ୟ କରିଛନ୍ତି। ପୂର୍ବରୁ ସେ ରାଇକିଆ ପିଏଚସି ଓ ଖଇରା(ବାଲେଶ୍ବର) ସିଏଚସିରେ ମଧ୍ୟ କାର୍ଯ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe