ପେଟ୍ରୋଲ ପମ୍ପ ନିକଟରୁ ନବଜାତ ଶିଶୁକନ୍ୟା ଉଦ୍ଧାର

Advertisment
ପେଟ୍ରୋଲ ପମ୍ପ ନିକଟରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଧାମରା: ଧାମରା ନିକଟସ୍ଥ ପେଟ୍ରୋଲ ପମ୍ପ ନିକଟରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହେବା ଘଟଣା ଧାମରା ଅଞ୍ଚଳର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଗତକାଲି ମା ଧାମରାଇଙ୍କ ପବିତ୍ର ମକର ସଂକ୍ରାନ୍ତି ଓ ଧାମରାର ଅଧିଷ୍ଠାତ୍ରୀ ଦେବୀ ମା ଧାମରାଇଙ୍କ ପବିତ୍ର ପର୍ବ ହେତୁ ସେଠାରେ ନାହିଁ ନ ଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ଦିନ ତମାମ ହଜାର ହଜାର ଲୋକଙ୍କ ସମାବେଶର ସୁବିଧା ନେଇ କେହି ନିଜ ପାପ ଲୁଚାଇବାକୁ ହେଉ କିମ୍ବା ଝିଅ ଜନ୍ମ କରିଥିବା ନେଇ ହେଉ ଧାମରା ଠାରୁ ମାତ୍ର ୫୦୦ ମିଟର ଦୂର ପେଟ୍ରୋଲ ପମ୍ପ ନିକଟରେ ନିଜର ନବଜାତ ଶିଶୁକନ୍ୟାକୁ ଛାଡ଼ି ପଳାଇ ଯାଇଥିବା ଜଣାଯାଇଛି।

ତେବେ ଧାମରାରୁ ମଣିଶଙ୍କର ଗ୍ରୁପର ସୁମନ୍ତ କୁମାର ମହାନ୍ତି ନିଜର ଗାଡ଼ି ନେଇ ଫେରୁଥିବା ବେଳେ ରାତ୍ରି ୧୧ଟା ସମୟରେ ରାସ୍ତାକଡ଼ରୁ ଏହି ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଧାମରା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ତେବେ ନବଜାତ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ତାକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe