ଭଦ୍ରକ: ଖାଁ ଖାଁ ପୁରୁଣା ଡାକ୍ତରଖାନା, ନୂଆ ଡାକ୍ତରଖାନାକୁ ରକ୍ତ ଭଣ୍ଡାର ସ୍ଥାନାନ୍ତର କେବେ?

Advertisment

ଭଦ୍ରକ ସହରରେ ଥିବା ପୁରୁଣା ଡାକ୍ତରଖାନାକୁ ଗେଲପୁରସ୍ଥିତ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତର କରାଯାଉଛି। ପୁରୁଣା ଡାକ୍ତରଖାନା ଏବେ ଖାଁ ଖାଁ ଲାଗୁଛି। ସେଠି ସକାଳ ସନ୍ଧ୍ୟା ଦୁଇ ହଜାରରୁ ଅଧିକ ଲୋକ ଗହଳି ଲାଗୁଥିଲା। ସେ ସ୍ଥାନରେ ଏବେ ମାଛିଟିଏ ବି ଉଡୁନାହିଁ।

ଭଦ୍ରକ ସହରରେ ଥିବା ପୁରୁଣା ଡାକ୍ତରଖାନାକୁ ଗେଲପୁରସ୍ଥିତ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତର କରାଯାଉଛି। ପୁରୁଣା ଡାକ୍ତରଖାନା ଏବେ ଖାଁ ଖାଁ ଲାଗୁଛି। ସେଠି ସକାଳ ସନ୍ଧ୍ୟା ଦୁଇ ହଜାରରୁ ଅଧିକ ଲୋକ ଗହଳି ଲାଗୁଥିଲା। ସେ ସ୍ଥାନରେ ଏବେ ମାଛିଟିଏ ବି ଉଡୁନାହିଁ।

e08532dc-011a-4f30-b048-febd47a0c487

ଭଦ୍ରକ: ଭଦ୍ରକ ସହରରେ ଥିବା ପୁରୁଣା ଡାକ୍ତରଖାନାକୁ ଗେଲପୁରସ୍ଥିତ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତର କରାଯାଉଛି। ପୁରୁଣା ଡାକ୍ତରଖାନା ଏବେ ଖାଁ ଖାଁ ଲାଗୁଛି। ସେଠି ସକାଳ ସନ୍ଧ୍ୟା ଦୁଇ ହଜାରରୁ ଅଧିକ ଲୋକ ଗହଳି ଲାଗୁଥିଲା। ସେ ସ୍ଥାନରେ ଏବେ ମାଛିଟିଏ ବି ଉଡୁନାହିଁ।  ଏବେ ପୁରୁଣା ଡାକ୍ତରଖନାନାରେ ଏକ ସିଟି ହସ୍ପିଟାଲ ପାଇଁ ଜିଲ୍ଲାବାସୀଙ୍କ ପକ୍ଷରୁ ଦାବି ହୋଇ ଆସୁଥିବା ବେଳେ ରାଜ୍ୟ ସରକାର ଏଠାରେ ଏକ ଡାକ୍ତରଖାନା ରଖିବା ସହ ଆଉଟ୍  ଡୋର ସିଷ୍ଟମ ରଖନ୍ତୁ ବୋଲି ଲୋକେ ଦାବି କରିଛନ୍ତି। ମାତ୍ର ସରକାର ଏ ଦିଗରେ କଣ ନିଷ୍ପତ୍ତି ନେବେ ତାହା ଜଣା ପଡିନାହିଁ।

ଏହି ଡାକ୍ତରଖାନା ପରିସରରେ ରାତି ହେଲେ ମଦୁଆ ଓ ଅସାମାଜିକ ଯୁବକମାନେ ଆଡ୍ଡା ଜମେଇବା ପୂର୍ବରୁ ଏଠାରେ  ସରକାର ସିଟି ହସ୍ପିଟାଲ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ସହରବାସୀ ଦାବି କରିଛନ୍ତି। ସେହିପରି ନୂଆ ଡାକ୍ତରଖାନାରୁ ପୁରୁଣା ଡାକ୍ତରଖାନାରୁ ସବୁ ସାମଗ୍ରୀ ଉଠିଯିବା ପରେ ରକ୍ତ ଭଣ୍ଡାର ପୁରୁଣା ହସ୍ପିଟାଲରେ ରହିଯାଇଥିବା ଲୋକେ ନୂଆ ପୁରୁଣା ହସ୍ପିଟାଲକୁ ଦୌଡ଼ି ଦୌଡ଼ି କଷ୍ଟ ପାଉଛନ୍ତି। ଅଯଥାରେ ଅଟୋ ଭଡା ଗଣୁଛନ୍ତି।

ରାତିରେ ସେଠୁ ଏଠାକୁ ଆସିବାରେ ଅସୁବିଧା ହେଉଛି। ଗେଲପୂର୍ ସ୍ଥିତ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କେବେ ରକ୍ତ ଭଣ୍ଡାର ସ୍ଥାନାନ୍ତର ହେବ ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ରୋଗୀ ଓ  ସେମାନଙ୍କ ସମ୍ପର୍କୀୟମାନେ ତୁରନ୍ତ ରକ୍ତ ଭଣ୍ଡାର ଗେଲପୁରକୁ ସ୍ଥାନାନ୍ତର ପାଇଁ ଦାବି କରିଛନ୍ତି। ରକ୍ତ ଭଣ୍ଡାର ଖୁବ ଶୀଘ୍ର ସ୍ଥାନାନ୍ତର ହେବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe