ଚାନ୍ଦବାଲି ନୂଆ ବସଷ୍ଟାଣ୍ଡ ନିକଟରେ ସାଇକେଲ ଚାଳକଙ୍କୁ ଧକ୍କା ଦେଲା କାର୍: ପ୍ରାଣ ହରାଇଲେ ବୃଦ୍ଧ

Advertisment
ଚାନ୍ଦବାଲି ନୂଆ ବସଷ୍ଟାଣ୍ଡ ନିକଟରେ ସାଇକେଲ ଚାଳକଙ୍କୁ ଧକ୍କା ଦେଲା କାର୍: ପ୍ରାଣ ହରାଇଲେ ବୃଦ୍ଧ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ୍ଏସି ନୂଆ ବସଷ୍ଟାଣ୍ଡ ନିକଟରେ ଚାନ୍ଦବାଲି-କଟକ ରାଜ୍ୟ ରାଜପଥରେ ସୋମବାର ଦିବା ୧୦ ଘଟିକା ସମୟରେ ସଡ଼କ ଦୁର୍ଘଟଣା ଘଟି ଜଣେ ବୃଦ୍ଧ ପ୍ରାଣ ହରାଇଛନ୍ତି। ବିପରୀତ ଦିଗରୁ ଆସୁଥିବା ଏକ କାର୍ ସାଇକେଲ ଚାଳକଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ସାଇକେଲ ଚାଳକ ମୃତ୍ୟୁବରଣ କରିଛନ୍ତି। ବାଲେଶ୍ବରରୁ ଆସୁଥିବା କାର ( ଓଡି-୦୧ ଏଚ-୯୯୯୮) ପାରାଦୀପ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ମୃତକ ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳର ୧୩ ନମ୍ବର ୱାର୍ଡ ବାସିନ୍ଦା ସେକ୍ ଏକ୍ରାମ(୫୮) ବୋଲି ସୂଚନା ମିଳିଛି।

publive-image

ସେକ ଏକ୍ରାମ୍ ଚାନ୍ଦବାଲି ବଜାରୁ ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ନୂଆ ବସଷ୍ଟାଣ୍ଡ ନିକଟରେ ଉକ୍ତ କାର ପଛପଟରୁ ଆଘାତ ଦେଇଥିଲା ଏବଂ ସେଠାରେ ଏକ୍ରାମଙ୍କ ମୁଣ୍ଡ ରାସ୍ତାରେ ମାଡ଼ ହୋଇ ଗଭୀର ରକ୍ତସ୍ରାବ ହୋଇଥିଲା ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ଏକ୍ରାମଙ୍କୁ ଅଚେତ୍ ଅବସ୍ଥାରେ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣାକୁ ନେଇ କିଛି ସମୟ ପାଇଁ ଚାନ୍ଦବାଲି-କଟକ ରାସ୍ତା ରୋକ ହେବା ସହ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ୍ ଓ ଅତିରିକ୍ତ ତହସିଲଦାର ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାଇବା ପରେ ପରିସ୍ଥିତ ଆୟତ୍ତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe