ଭଦ୍ରକ (ହରିହର ନାୟକ): ଭଦ୍ରକ ଜିଲ୍ଲାରେ  ଚାଷୀ ଆଉ ସରକାରୀ ମଣ୍ଡିକୁ ଭରସା କରି ପାରିଲେ ନାହିଁ। ଗାଁଗାଁରେ ରାତିରେ ବୁଲୁ ଥିବା ଆନ୍ଧ୍ର ଧାନ ବେପାରୀଙ୍କ ହାତକୁ ଟେକି ଦେଲେଣି ଧାନ। ଯାହା ମିଳୁଛି ମିଳୁ। ଆଗକୁ ଆସୁଛି ଲଘୁଚାପ ବର୍ଷା। ଆଉ ଧାନ ବସ୍ତା ରଖି ରାତି ଅନିଦ୍ରା ହୋଇ ମଣ୍ଡିରେ ବିକଳ ବସ୍ଥାରେ ଶୋଇ ହେବ ନାହିଁ। ଧାନ ଚାଷ କରି ଯାହା ପାପ କରିଛୁ। ଆଉ ତାହା ଭୁଲି ହେବ ନହିଁ। ସରକାର ଧାନ ସହାୟକ ମୂଲ୍ୟ ବୃଦ୍ଧି କରି ଚାଷୀଙ୍କୁ ଚଲିତ ବର୍ଷ ଭଲ ହଲାପଟା କଲେ। ବାଧ୍ୟ ହୋଇ ଚାଷୀ ଆଉ ସହ୍ୟ କରି ନପାରି ପଶ୍ଚିମବଙ୍ଗ ଆଉ ଆନ୍ଧ୍ରପ୍ରଦେଶ ବେପାରୀଙ୍କୁ ନିଜର ଧାନକୁ କମ ମୂଲ୍ୟରେ ଟେକି ଦେବାକୁ ବାଧ୍ୟ ହୋଉଛି।

Advertisment

ଗତ ଏକ ସପ୍ତାହ ଭିତରେ ହଜାର ହଜାର ବସ୍ତା ଧାନ ଆନ୍ଧ୍ର ଆଉ ପଶ୍ଚିମବଙ୍ଗ ବେପାରୀ ଭଦ୍ରକ ଜିଲ୍ଲାରୁ ବୋହି ନେଇ ଗଲେଣି। ରାତି ଅଧିଆ ଏହି ବେପାରୀମାନେ ଗାଡି ଧରି ଗାଁ ଭିତରକୁ  ପସୁଛନ୍ତି। ଏଠି ଆଉ ବାହାର ବେପାରୀ ଏଫ୍‌ଏକ୍ୟୁ ମାନର ଧାନ ଦେଖୁ ନାହିଁ। ସବୁ ଧାନକୁ ଉଠାଇ ନେଉଛି। କିନ୍ତୁ ବେପାରୀ ଚାଷୀକୁ କୁଇଣ୍ଟାଲ ପିଛା ୧୭ ଶହ ରୁ ୧୮ ଶହ ଟଙ୍କା ଦେଉଛି। ଚାଷୀ ବି ଦେଖୁଛି। ଲାଭ ନହେଲା ନାହିଁ। ମୂଳେମୂଳେ ଧାନ ଟଙ୍କା ଉଠି ଯାଉଛି। ବେପାରୀଙ୍କୁ କମ ମୂଲ୍ୟରେ ଧାନ ଟେକି ଦେଲାବେଳେ ଚାଷୀଙ୍କୁ କିଛି ତକଳିକ ହେଉ ନାହିଁ। ବେପାରୀ ଆସି ଚାଷୀ ଖଳାରୁ ଧାନ ଗାଡି ଲଗାଇ ଉଠାଇ ନେଉଛି। ଯାହା ଟଙ୍କା ମିଳୁଛି। ନଗଦ ଟଙ୍କା ମଧ୍ୟ ମିଲି ଯାଉଛି।

ଚଳିତ ବର୍ଷ ଚାଷୀ ଧାନ ଚାଷ କରି ଯେଉଁ ଦୁଇ ପଇସା ଲାଭ କରିବାକୁ ଯୋଜନା କରିଥିଲା। ତାର ସେ ଯୋଜନା ଫସର ଫାଟି ଯାଇଛି। ଧାନ  ବିକ୍ରି କରି ପୁଣି ଦାଦନ ଖଟିବାକୁ ପଳାଇବ ବୋଲି ବାହାରିଲାଣି। ଓଡ଼ିଶାରେ ଧାନ ଚାଷ କରି ବର ଦୁଆର ବୁଲିବା ଅପେକ୍ଷା ଦାଦନ ଖଟି ଦୁଇ ପଇସା ରୋଜଗାର କରିବାର ଆନନ୍ଦ ରହିଛି ବୋଲି ଭଦ୍ରକ ଜିଲ୍ଲାର ବହୁ ଚାଷୀ ନିଜର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଆଗକୁ ଲଘୁ ଚାପ୍ ବର୍ଷା ଆସୁଥିବାରୁ ସରକାରୀ ମଣ୍ଡିରେ ପଡ଼ିଛି ଚାଷୀର  ଧାନ। ଏହାକୁ ନେଇ ଚାଷୀଙ୍କ ଭିତରେ ଛାନିଆ ପଶିଛି। ବର୍ଷା ହେଲେ ଧାନ  ନଷ୍ଟ ହୋଇଯିବାର ସମ୍ଭାବନା ରହିଛି। 

ଗୋଟିଏ ପଟରେ ପ୍ରଶାସନ କହୁଛି ଚାଷୀର ସବୁ ଧାନ କିଣା ଯିବ। ଜିଲ୍ଲାରେ ପ୍ରାୟ ୪୦ ଲକ୍ଷ କୁଇଣ୍ଟାଲ ଧାନ କିଣା  ଯିବ ବୋଲି ପ୍ରଶାସନ କହୁଛି। ମାତ୍ର ବର୍ତ୍ତମାନ ସୁଦ୍ଧା ୨୧ ଲକ୍ଷ କୁଇଣ୍ଟାଲ୍ ଧାନ କିଣା ଯାଇଥିବା ଯୋଗାଣ ବିଭାଗ ସୂତ୍ରରୁ ଜଣାପଡିଛି। ସମବାୟ ସମିତି ସଭାପତି ସମ୍ପାଦକ ବି ଆସି ଧାନ ମଣ୍ଡିରୁ ମିଲର ଉଠାଉ ନାହାନ୍ତି ବୋଲି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ମିଲର, ସମବାୟ ସମିତି, ଆରଏମ୍‌ସି, ଯୋଗାଣ ବିଭାଗ ଓ ପ୍ରଶାସନର ମିଲି ଭାଗତରେ ଚାଲିଛି ଜିଲ୍ଲାର ଧାନ କିଣାର ଲୁଟ୍‌ ତରାଜ। ଏକଥା ଚାଷୀଙ୍କୁ ଆଉ ବୁଝିବାକୁ ବାକି ନାହିଁ। ଭଦ୍ରକ ଗୋଟାଏ ଏମିତି ଜିଲ୍ଲା ଯେଉଁଠି ମିଲର ଧମକାଉଛି ଚାଷୀ ଆଉ ପ୍ରଦର୍ଶନକୁ। ପ୍ରଶାସନ ଚାହିଁଲେ ଗୋଟିଏ ଦିନରେ ସବୁ ମିଲର ଧାନ କିଣିବାକୁ ବାଧ୍ୟ ହେବେ। ମାତ୍ର ଭିତରେ ସବୁ ସଲା ସୁତରା ହୋଇ ଚାଷୀଙ୍କୁ ଲୁଟ କରିବା ପାଇଁ ଯେଉଁ ଯୋଜନା ହୋଇଛି। ଏକଥା ଚାଷୀ ଭଲ ଭାବରେ ବୁଝି ଯିବା ପରେ ଏବେ ଗାଆଁ ଗାଁରେ ବୁଲୁ ଥିବା ଆନ୍ଧ୍ର ବେପାରୀ ହାତକୁ ଚାଷୀ ତାର କାଷ୍ଠ ଅର୍ଜିତ ଧାନ କାମ ମୂଲ୍ୟରେ ଟେକି ଦେବାକୁ ବାଧ୍ୟ ହୋଇଛି। ଭଦ୍ରକ ଜିଲ୍ଲାରେ ସବୁଠି ଦେଖିବାକୁ ମିଳୁଛି ଧାନ ବିକ୍ରିର ଏଭଳି ବିକଳ ଚିତ୍ର। ବସ୍ତାବସ୍ତା ଧାନ ପଡ଼ିଛି ବିଭିନ୍ନ ଧାନ ମଣ୍ଡିରେ। ରାତିରେ ଧାନ ବସ୍ତା ଷଣ୍ଢ ଖାଇ ଯାଉଛି। ସରକାର ଅଧିକ ୮୦୦ ଟଙ୍କା ଏମ୍‌ଏସ୍‌ପି ଦେବାକୁ ଘୋଷଣା କରି ଚାଷୀଙ୍କୁ ଏଭକି କଷ୍ଟ ହେଉଛି। 

ଆହୁରି ପଢ଼ନ୍ତୁ: Formula 1 Back: ବୁଦ୍ଧ ସର୍କିଟକୁ ଫେରିବ ଫର୍ମୁଲା-୧

ଜିଲ୍ଲାରେ ଚଳିତ ବର୍ଷ ୯୬ ହଜାରରୁ ଅଧିକ ଚାଷୀ ଧାନ ବିକ୍ରି କରିବା ପାଇଁ ଚାଷୀ ପଞ୍ଜୀକରଣ ଅନଲାଇନ୍ ମାଧ୍ୟମରେ କରିଥିଲେ। ଏହି ଚାଷୀମାନଙ୍କ ଠାରୁ ୧୦୮ ସମବାୟ ସଂସ୍ଥା ଓ ୪୯ ଟି ମହିଳା ସ୍ଵୟଂ ସହାୟକ ସଂସ୍ଥା ଦ୍ଵାରା ସରକାରୀ ଭାବରେ ମଣ୍ଡି ଖୋଲା ଯାଇ ଧାନ କିଣା ଯିବାକୁ ଯୋଜନା କରାଯାଇଥିଲା। ଏଥିପାଇଁ ଗତ ଜାନୁଆରୀ ମାସ ୫ ତାରିଖ ଠାରୁ  ଜିଲ୍ଲାରେ ସବୁ ମଣ୍ଡିରେ ଧାନ କିଣା  ଆରମ୍ଭ ହୋଇଥିବା। ଏବେ ସୁଦ୍ଧା  ୫୦ ପ୍ରତିଶତ ରୁ ଅଧିକ ଧାନ କିଣି ବାକୁ ବାକି ରହୁଛି।  ଜିଲ୍ଲାପାଳ କହିଛନ୍ତି, ଚାଷୀଙ୍କର ସବୁ ଧାନ କିଣା ଯିବ। ଚାଷୀଙ୍କର ସ୍ବାର୍ଥ ରକ୍ଷା ଦିଗରେ ପ୍ରଶାସନ ସଚେତନ ରହିଛି। ମିଲର ମାନଙ୍କୁ ନିର୍ଦ୍ଦେଶ  ଦିଆଯାଇଛି। ସେମାନେ ମଣ୍ଡିରୁ ଧାନ ଉଠାଇବାକୁ ତ୍ୱରାନ୍ୱିତ କରିବେ। ଅଧିକ ସଂଖ୍ୟକ ଗାଡି ପଠାଇ ଧାନ ଉଠାଇବେ। ଜିଲ୍ଲାପାଳ ଏଭଳି ପ୍ରତିଶ୍ରୁତି ଚାଷୀଙ୍କୁ ଦେଉଥିବା ବେକେ ଜିଲ୍ଲାରେ କିନ୍ତୁ ବସ୍ଥାବ ଚିତ୍ର ଭିନ୍ନ କିଛି ଦେଖିବାକୁ ମିଳିଛି। ଏବେ ଆନ୍ଧ୍ର ବେପାରୀ ଚାଷୀର ଧାନ ବୋହି ନେଉଛି।