ଭଦ୍ରକ (ହରିହର ନାୟକ): ଭଦ୍ରକ ଜିଲ୍ଲାରେ ଧାନ କିଣାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଯେଉଁ ଚାଷୀମାନେ ଆରମ୍ଭରୁ ଟୋକନ ପାଇଥିଲେ ସେମାନଙ୍କର ମଧ୍ୟରୁ ଅନେକ ଚାଷୀ ଧାନ ମଣ୍ଡିରେ ଧାନ ବିକ୍ରି କରିପାରି ନାହାନ୍ତି। ଅନେକଙ୍କର ଟୋକନ ଅବଧି ଶେଷ ହୋଇ ଆସୁଥିବା ବେଳେ ସେମାନେ କିଭଳି ଧାନ ବିକ୍ରି କରିବେ ଚିନ୍ତାରେ ରହିଛନ୍ତି। ମଣ୍ଡିରୁ ଧାନ ଉଠୁ ନଥିବା ବେକେ ଆହୁରି ୧୧ ହଜାର ଚାଷୀ ଧାନ ଦେଇ ସେମାନଙ୍କ ପ୍ରାପ୍ୟ ପାଇ ନାହାନ୍ତି। ସରକାର କହିଥିଲେ ଧାନ ଦେବାର ୪୮ ଘଣ୍ଟାରେ ଚାଷୀଙ୍କ ଆକାଉଣ୍ଟକୁ ଧାନ ମୂଲ୍ୟ ପଠାଯିବ। କେବଳ ସେତିକି ନୁହେଁ ଆହୁରି ୫ ହଜାରରୁ ଅଧିକ ଚାଷୀ ଧାନ ବିକ୍ରି କରିବାକୁ ବସିଥିବା ବେଳେ ସେମାନଙ୍କୁ ଟୋକନ୍ ଏପର୍ଯ୍ୟନ୍ତ ଦିଆଯାଇନାହିଁ। ଏହି ଚାଷୀ କିଭଳି ଧାନ ବିକ୍ରି କରିବେ ମୁଣ୍ଡରେ ହାତଦେଇ ବସିଛନ୍ତି।
ଗତ ଜାନୁଆରି ୫ ତାରିଖରୁ ଧାନ ମଣ୍ଡି ସରକାରୀ ଭାବରେ ଖୋଲା ଯାଇଥିଲା। ମଣ୍ଡି ଖୋଲିବାର ୨୦ ଦିନ ପର୍ଯ୍ୟନ୍ତ ଧାନ କିଣା ଗଲା ନାହିଁ। ମିଲାରଙ୍କର ମୁଲ ଚାଲ ଠିକ ନହେବାରୁ ସେମାନେ ଧାନ ଉଠାଇଲେ ନାହିଁ। କଟଣୀ ଛଟନିକୁ ନେଇ କିଛି ଦିନ ଧରି ମିଲର ପ୍ରଶାସନ ଚାଷୀଙ୍କ ଭିତରେ ଟଣା ଓଟରା ଚାଲିଲା। ପରେ ଧାନ କିଣା ଆରମ୍ଭ ହେଲା। ଚାଷୀଙ୍କ ଠାରୁ ଧାନ ଜଟଣୀ ଛଟଣୀ ହେବ ନାହିଁ ବୋଲି ଯୋଗାଣ ମନ୍ତ୍ରୀ କହିଗଲେ। ମାତ୍ର ସବୁ ସରକାରୀ ମଣ୍ଡିରେ କୁଇଣ୍ଟାଲ ଉପରେ ୮ରୁ ୯ କିଲୋ ଧାନ କଟା ଯାଉଛି। ଏବେବି ଚାଷୀ କ୍ଷତି ସହୁଛନ୍ତି। ଏଫ୍ଏକ୍ୟୁ ମାନର ଧାନ ନାହିଁ। ତେଣୁ ଧାନରେ କଟନୀ ଛଟନୀ କରାଯାଉଛି ବୋଲି ଚାଷୀଙ୍କୁ କୁହାଯାଉଛି। ଚାଷୀ ବାଧ୍ୟ ହୋଇ ଏଭଳି ଭାବରେ ଧାନ ବିକୁଛି।
ଅନ୍ୟପକ୍ଷରେ ଜିଲ୍ଲାରେ ମୋଟ ୨୨ଟି ମିଲାରଙ୍କୁ ୧୦୮ଟି ସମବାୟ ସଂସ୍ଥା ଓ ୫୨ଟି ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ଧାନ କିଣାଯିବାର ବ୍ୟବସ୍ଥା କରାଯାଇଥିଲଧ୍ୟ ମିଲାରମାନେ ମାତ୍ର ଗୋଟିଏ ଦୁଇଟି ଗାଡ଼ି ପଠାଇ ଧାନ ଉଠାଉଛନ୍ତି। ଧାନ ମଣ୍ଡିରେ ଧାନ ଉଠାଇବା ପାଇଁ ଭଦ୍ରକ ଜିଲ୍ଲାର ମିଲରମାନେ କୌଶଳ ଖଞ୍ଜୁଛନ୍ତି। ଚାଷୀ ଯେମିତି ସିଧାସଳଖ ମୁଣ୍ଡରେ ଧାନ ଦେଇ ସରଙ୍କର ୩୧୦୦ ଟଙ୍କାର ଲଭାନପାଉ। ଚାଷୀର ସବସିଡ ଟଙ୍କାକୁ ମିଲର ଓ ଦଲାଲ ଚଲୁ କରିବାକୁ ଚକ୍ରାନ୍ତ କରିଛନ୍ତି। ଧାନ ଦଲାଲ ସବୁ ଗାଁ ଗାଁରେ ସକ୍ରିୟ ହୋଇଛନ୍ତି। ସେମାନେ ଚାଷୀଙ୍କ ପାଖରେ ପହଞ୍ଚି ୧୮ ଶହରୁ ୧୯ ଟଙ୍କା ମୂଲ୍ୟରେ ଧାନ ଉଠାଇ ନେଉଛନ୍ତି।
ଆହୁରି ପଢ଼ନ୍ତୁ: Cricket: ଅନେକ ରେକର୍ଡର ଅଧିକାରୀ ହେଲେ ବୈଭବ ସୂର୍ଯ୍ୟବଂଶୀ
କମ ମୂଲ୍ୟରେ ଚାଷୀ ବାଧ୍ୟ ହୋଇ ଦଲାଲଙ୍କ ଜରିଆରେ ଧାନ ବିକ୍ରି କରି ଦେଉଛି। ଏହି ଦଲାଲମାନେ ପୁଣି ସେହି ଧାନକୁ ମିଲରଙ୍କ ଜରିଆରେ ବିକ୍ରି କରୁଛନ୍ତି। ଏଭଳି ଧାନ କିଣା ଭଦ୍ରକ ଜିଲ୍ଲାରେ ଖୋଲମ ଖୋଲିଛି, ଯାହାକୁ ନେଇ ଭଦ୍ରକ ଜିଲ୍ଲାରେ ଚାଷୀ କ୍ଷତି ସହୁଛି। କଷ୍ଠ କରି ଧାନ ଚାଷ କରୁଥିବା ଚାଷୀ ଲାଭବାନ ହେବା ବଦଳରେ ଜିଲ୍ଲାରେ ମିଲର୍ ଆଉ ଦଲାଲ ମାଲାମାଲ ହେଉଛନ୍ତି। ଏବେ ସୁଦ୍ଧା ଜିଲ୍ଲାରେ ୨ ଲକ୍ଷ ୭୫ ହଜାର କୁଇଣ୍ଟାଲ ଧାନ କିଣା ଯାଇଥିବା ନେଇ ଯୋଗାଣ ବିଭାଗ କହୁଥିବା ବେଳେ ଆହୁରି ଅନେକ ଚାଷୀ ଟୋକନ ନପାଇ ଧାନ କିଭଳି ବିକ୍ରି କରିବେ ବୋଲି ଚିନ୍ତାରେ ରହିଛନ୍ତି। ଅନେକ ଚାଷୀଙ୍କର ଟୋକନ ଅବଧି ଶେଷ ହେବାକୁ ଯାଉଛି। ମାତ୍ର ସେମାନଙ୍କ ଠାରୁ ଧାନ ଉଠାଇ ନାହିଁ ମଣ୍ଡି। ଅନେକ ଚାଷୀ ଧାନ ବିକ୍ରି କରିବା ପାଇଁ ମଣ୍ଡିରେ ଶୀତ କାକରରେ ପଡ଼ି ରହୁଛି। ମିଲର୍ ଟ୍ରକ ପଠାଉ ନଥିବାରୁ ଚାଷୀ ଧାନ ମଣ୍ଡିରେ ଉଠା ଯାଉନାହିଁ। ବାଧ୍ୟ ହୋଇ ଚାଷୀ ଅଭାବୀ ଧାନ ବିକ୍ତିର ଦିକର ହେଉଛି ବୋଲି ଅଭିଯୋଗ କରିଛନ୍ତି।
ଆହୁରି ପଢ଼ନ୍ତୁ: Maoists: ଅସ୍ତ୍ର ଛାଡ଼ି ଭଲ ମାର୍ଗ ବାଛିଲେ ୧୫ ମାଓବାଦୀ; ପୁଲିସ ନିକଟରେ କଲେ ଆତ୍ମସମର୍ପଣ
ଧାନ ବିକ୍ରିକୁ ନେଇ ଜିଲ୍ଲାରେ ବାହାର ମିଲରଙ୍କୁ ସୁଯୋଗ ଦେଲେ ଜିଲ୍ଲାରେ ଯେତେ ଧାନ ଅମଳ ହୋଉଛି। ତାହା ଉପଯୁକ୍ତ ସମୟ ସୀମା ମଧ୍ୟରେ କିଣାଯାଇ ପାରନ୍ତା। ମାତ୍ର ବାହାର ମିଲରଙ୍କର ବାଟ ଓଗଲୁଛନ୍ତି। ଭଦ୍ରକ ଚାଷୀ ବାହାର ମିଲର ଆସୀ ଧାନ କିନୁ ବୋଲି ଦାବି କରିଥିବା ବେଳେ ଯୋଗାଣ ମନ୍ତ୍ରୀଙ୍କର ଭଦ୍ରକ ଗସ୍ତ ବେକେ ମଧ୍ୟ ବାହାର ମିଲାର୍ ଭଦ୍ରକ ଆସିଲେ ସବୁ ଧାନ ଉଥିପରିବ ବୋଲି କହିଥିଲେ। କିନ୍ତୁ ଯୋଗାଣ ନିଗମ ଏ ନେଇ କିଛି ସ୍ପଷ୍ଟ କରୁ ନାହିଁ। ଏବେ ଭଦ୍ରକ ମିଲରଙ୍କ ମନ ମନିରେ ଧାନ କିଣା ହେଉଥିବାରୁ ଏହି ନେଇ ଭଦ୍ରକର ସବୁ ବ୍ଲକରେ ଚାଷୀ ପ୍ରତିବାଦର ସ୍ବର ଉଠିଛି। ଚାଷୀ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ବେକେ ନବନିର୍ମାଣ କୃଷକ ସଂଗଠନର ନେତା ତ୍ରିଲୋଚନ ପଣ୍ଡା, କୃଷକ ନେତା ଚନ୍ଦ୍ରଶେଖର ନାୟକ, ଦିବ୍ୟ ସିଂ ନାୟକ, ସୀତାକାନ୍ତ ସାହୁ, ପ୍ରମୋଦ ଦାସ, ବିକାଶ ସାମଲ ପ୍ରମୁଖ ଚାଷୀ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି। ଧାନ କିଣା ଠିକ ଭାବରେ ହେଉ ନଥିବାରୁ କଂଗ୍ରେସର ଜିଲ୍ଲା ସଭାପତି ନଳିନୀକାନ୍ତ ମାହାନ୍ତି ଆଗାମୀ ଦିନରେ ଆନ୍ଦୋଳନକୁ ଉଲହାଇବେ ବୋଲି ଚେତାବନୀ ଦେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/06/untitled-23jpg-2026-02-06-18-15-49.jpeg)