Photograph: (sambad.in)
ଭଦ୍ରକ (ହରିହର ନାୟକ): ଚାଷୀଙ୍କ ଠାରୁ ସରକାରୀ ମୂଲ୍ୟରେ ଧାନ କ୍ରୟ ପାଇଁ ଭଦ୍ରକ ଜିଲ୍ଲାର ସମସ୍ତ ମଣ୍ଡି ଖୋଲା ହୋଇଯାଇଛି। ମଣ୍ଡି ଖୋଲିବାକୁ ଏହା ଭିତରେ ୧୯ ଦିନ ବିତିଗଲାଣି। କିନ୍ତୁ ଚାଷୀଙ୍କ ଠାରୁ ଧାନ କିଣା ଯାଇନାହିଁ। ଅନ୍ୟପଟରେ ଜାନୁଆରି ମାସ ଶେଷ ହେବାକୁ ବସିଲାଣି। ଜିଲ୍ଲା ଯୋଗାଣ ବିଭାଗର ସୂଚନା ଅନୁଯାୟୀ ଜିଲ୍ଲାରେ ୮୦ ହଜାର ଟୋକନ ଇସ୍ୟୁ କରାଯାଇଛି। ଚାଷୀଙ୍କୁ ଦିଆଯାଇଥିବା ଟୋକନ୍ର ସମୟ ଶେଷ ହେବାକୁ ବସିଲାଣି। ଚାଷୀ ମଣ୍ଡିରେ ଧାନ ଜମା କରି ଅପେକ୍ଷା କରିଛି। ମାତ୍ର କୌଣସି ମଣ୍ଡିରେ ଧାନ କ୍ରୟ ହୋଇନାହିଁ।
ମିଲରମାନେ ଧାନ ନେଉନଥୁବାରୁ ମଣ୍ଡିରେ ଚାଷୀଙ୍କ ଧାନବସ୍ତା ଗଦା ହୋଇ ପଡିରହିଛି। ଏଫଏକ୍ୟୁ ମାନର ଧାନ ନହେଲେ ଧାନ ଉଠାଇବେ ନାହିଁ ବୋଲି ମିଲରମାନେ ନିଜ ଜିଦରେ ଅଟଳ ଅଛନ୍ତି। ଏଭଳି ପରିସ୍ଥିତିରେ ଜିଲ୍ଲାରେ ଚାଷୀ ଆନ୍ଦୋଳନ ଦାନା ବାନ୍ଧିବା ସହ ଗରିବ ଓ ମଧ୍ୟବିତ୍ତ ଚାଷୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସରକାର ଚାଷୀଙ୍କୁ ସବ୍ସିଡି୍ ଦେବ କ’ଣ ଓଲଟି ମିଲରଙ୍କ ଜରିଆରେ ଚାଷୀଙ୍କ ତଣ୍ଟି କାଟିବାକୁ ଯୋଜନା କରୁଛନ୍ତି ବୋଲି ମଧ୍ୟ ଅଭିଯୋଗ ହେଉଛି।
ଆହୁରି ପଢ଼ନ୍ତୁ: wife kill husband:ବିଜୟାୱାଡାରେ ବୟଫ୍ରେଣ୍ଡ ସହ ମିଶି ସ୍ବାମୀଙ୍କୁ ହତ୍ୟା କଲା ସ୍ତ୍ରୀ
ଆନ୍ଦୋଳନ ପାଇଁ ଚେତାବନୀ
ଭଦ୍ରକ ଜିଲ୍ଲାର ୭ଟି ବ୍ଲକରେ ଏଭଳି ପରିସ୍ଥିତି ସୃଷ୍ଠି ହେଉଛି। ଧାନ କ୍ରୟ ନହେଲେ ଧାନ ବସ୍ତା ଆଣି ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ରଖି ଆନ୍ଦୋଳନ କରିବା ପାଇଁ ଚାଷୀ ଚେତାବନୀ ଦେଉଛନ୍ତି। ଏ ଭଳି ପରିସ୍ଥିତି କୁ ଦୃଷ୍ଟିରେ ରଖି ବୁଧବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମ ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲ୍ଲା ଧାନ ସଂଗ୍ରହ କମିଟିର ସଦସ୍ୟ ଓ ଚାଷୀ ପ୍ରତିନିଧୁମାନେ ଯୋଗଦେଇଥିଲେ। ଧାନ ସଂଗ୍ରହ କମିଟିର ସଦସ୍ୟ ଓ ଚାଷୀ ପ୍ରତିନିଧୁମାନେ ମଣ୍ଡିରୁ ଧାନ ଉଠୁନଥିବା ସମ୍ପର୍କରେ ଓ ଟୋକନ ସମୟ ଶେଷ ହୋଇଯାଉଥିବାରୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଆହୁରି ପଢ଼ନ୍ତୁ: Surya Bhedi Pranayam: ସୂର୍ଯ୍ୟଭେଦ ପ୍ରାଣାୟମ୍ କରନ୍ତୁ, ରକ୍ତଚାପରୁ ଦୂରେଇ ରୁହନ୍ତୁ
ଚାଷୀଙ୍କୁ ମିଳିଲା ପ୍ରତିଶ୍ରୁତି
ଜିଲ୍ଲା ପ୍ରଶାସନ ପକ୍ଷରୁ ଟୋକନର ଅବଧୂ ବୃଦ୍ଧି କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ସହ ୨୩ ତାରିଖଠାରୁ ସବୁ ମଣ୍ଡିରେ ଧାନ କିଣା ଯିବ ବୋଲି କୁହାଯାଇଛି। ଏଫ୍ଏକ୍ୟୁମାନର ଧାନ ହୋଇଥିଲେ ଏହି ଧାନରୁ କେହି କତନୀ ଛଟଣୀ ନକରିବାକୁ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କହିଥିଲେ। ଏହି ବୈଠକରେ ଅତିରିକ୍ତ ଅତି ଜିଲ୍ଲାପାଳ ସରୋଜ ଦତ୍ତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀଙ୍କ ସହ ଜିଲ୍ଲା ଯୋଗାଣ ଅଧୁକାରୀ ମନମୋହନ ପଟ୍ଟନାୟକ, ଅତିରିକ୍ ଯୋଗାଣ ଅଧିକାରୀ ଅସିତ୍ ମହାନ୍ତି, ଆରଏମ୍ସି ସମ୍ପାଦକ୍ର ମୃତ୍ୟୁଞ୍ଜୟ ପଣ୍ଡା, ଚାନ୍ଦବାଲି ଆରଏମ୍ସି ସମ୍ପାଦକ ଶ୍ରୀ ମାଝୀ, ଡିଆରସିଏସ୍ ଦୁଃଖୁଆ ଟୁଡୁ ଙ୍କ ସମେତ ଭଦ୍ରକ ଜିଲା ମିଲର ଆସୋସିଏସନ୍ର ସଭାପତି ସନ୍ତୋଷ ଅଗ୍ରୱାଲ, ଶେଖର ମହାପାତ୍ର ଓ ଅନ୍ୟ ମିଲରମାନେ ଯୋଗଦେଇଥିଲେ।
Follow Us