ଜଳୁଛି ଇଟାଭାଟି, ଦୂଷିତ ହେଉଛି ପରିବେଶ: ପ୍ରଶାସନ ନୀରବ

Advertisment

ସାଳନ୍ଦୀ ନଦୀ ପଠାରେ ବେଆଇନ ଭାବରେ ଇଟାଭାଟି ତିଆରି କରିବା ସହ ଇଟାଭାଟିର ନିର୍ଗତ ଧୂଆଁ ବାୟୁ ପ୍ରଦୂଷଣ କରୁଥିବାବେଳେ ନଦୀ ପଠା ଖୋଳି ମାଟି ଉଠାଇବା ଯୋଗୁଁ ମୃତ୍ତିକା କ୍ଷୟ ହୋଇଯାଉଛି।

ସାଳନ୍ଦୀ ନଦୀ ପଠାରେ ବେଆଇନ ଭାବରେ ଇଟାଭାଟି ତିଆରି କରିବା ସହ ଇଟାଭାଟିର ନିର୍ଗତ ଧୂଆଁ ବାୟୁ ପ୍ରଦୂଷଣ କରୁଥିବାବେଳେ ନଦୀ ପଠା ଖୋଳି ମାଟି ଉଠାଇବା ଯୋଗୁଁ ମୃତ୍ତିକା କ୍ଷୟ ହୋଇଯାଉଛି।

aawww

ଭଦ୍ରକ: ଭଦ୍ରକ ଜିଲ୍ଲାରେ ବନ୍ତ ତହସିଲ ଅଞ୍ଚଳର ଅଗରପଡା, ଭଦ୍ରକ ତହସିଲ ଅଞ୍ଚଳର କାଉପୁର, ଚଢ଼ିଆ, ଓଲଙ୍ଗ ଅଞ୍ଚଳରେ ସାଳନ୍ଦୀ ନଦୀ ପଠାରେ ବେଆଇନ ଭାବରେ ଇଟାଭାଟି ତିଆରି କରିବା ସହ ଇଟାଭାଟିର ନିର୍ଗତ ଧୂଆଁ ବାୟୁ ପ୍ରଦୂଷଣ କରୁଥିବାବେଳେ ନଦୀ ପଠା ଖୋଳି ମାଟି ଉଠାଇବା ଯୋଗୁଁ ମୃତ୍ତିକା କ୍ଷୟ ହୋଇଯାଉଛି। ବାୟୁ ପ୍ରଦୂଷଣ ଯୋଗୁଁ ଲୋକେ ଅତିଷ୍ଠ ହୋଇ ପଡିଲେଣି। ଜନସାଧାରଣ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି । ନଦୀ ତାଡି କିଛି ଲୋକ ବେଆଇନ ଭାବରେ ଇଟା ବ୍ୟବସାୟ କରୁଛନ୍ତି ।

ଏଭଳି ବେଆଇନ ଇଟା ଭାଟି ସମ୍ପର୍କରେ ଲୋକେ ବାରମ୍ବାର ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁନି । ଏଠାରେ ପ୍ରଶ୍ନ ଉଠୁଛି ଯେ ବନ୍ତ ଓ ଭଦ୍ରକ ତହସିଲଦାରଙ୍କ ଅଧୀନରେ ଏହି ଅଞ୍ଚଳ ଆସିଥିବାବେଳେ ତହସିଲଦାରମାନେ ଏ ଦିଗରେ କିଛି ପଦକ୍ଷେପ ନେଉ ନାହାନ୍ତି। ସେହିପରି ଧାମନଗର ଓ ଭଣ୍ଡାରୀପୋଖରୀ ତହସିଲ ଅଞ୍ଚଳରେ ବୈତରଣୀ ନଦୀ କୂଳରେ ବହୁ ବେଆଇନ ଇଟାଭାଟି କରାଯାଇ ଏହି ଅଞ୍ଚଳର ବାୟୁ ପ୍ରଦୂଷଣ କରାଯାଉଥିବାବେଳେ ମୃତ୍ତିକା କ୍ଷୟ କରାଯାଉଛି।

ଏଥିପାଇଁ ନଦୀବନ୍ଧ ନଷ୍ଟ ହେଉଥିବାବେଳେ ବେଆଇନ ଇଟା ବ୍ୟବସାୟ କରୁଥିବା ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି। ବନ୍ତ ତହସିଲ୍ ଅଧୀନରେ ଥିବା ଆଗରପଡ଼ା ଓ ଏହାର ଆଖପାଖ ଅଞ୍ଚଳ କାଣ୍ଡବା, ମହାନ୍ତିପଡ଼ା, ଗୋପିନାଥପୁର, ଅଣିଜୋ ଆଦି ସାଳନ୍ଦୀ ନଦୀ କୂଳରେ ବହୁ  ଇଟାଭାଟି ଜଳୁଛି। ଇଟାଭାଟି ପୋଡ଼ିବା ଯୋଗୁଁ ବାୟୁମଣ୍ଡଳ ପ୍ରଦୂଷିତ ହେବା ସହ ଇଟାଭାଟିର ଧୂଆଁ ଲୋକଙ୍କ ସ୍ବାସ୍ଥ୍ୟ ପରି କ୍ଷତି ପହଞ୍ଚାଉଛି। ତହସିଲ୍‌ଦାର ଓ କର୍ମଚାରୀ ଏ ଦିଗରେ ଅବଗତ ଥାଇ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଓ ପରୋକ୍ଷରେ ଇଟାଭାଟି ମାଲିକମାନଙ୍କୁ ସହଯୋଗ କରୁଥିବାର ଅଭିଯୋଗ ହେଉଛି |

ଇଟା ପକାଇବା ପାଇଁ ରାଜସ୍ଵ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଏନ୍‌ଜିଟି ନିୟମ ଉଲ୍ଲଘଂନ କରାଯାଇଛି। କେବଳ ଇଟାଭାଟି ମାଲିକଙ୍କ ନିକଟରୁ ଜରିମାନା ଆଦାୟ କରି ଛାଡ଼ି ଦିଆଯାଉଛି। ଭଦ୍ରକରେ ଏହି ବେଆଇନ ଇଟା ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହୋଇଥିବାବେଳେ ଏ ସମ୍ପର୍କରେ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ସବୁ ତହସିଲକୁ ବେଆଇନ ଇଟା ପୋଡ଼ିବା ଉପରେ ରୋକ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବେଆଇନ ବାଲି ଚାଲାଣ ଉପରେ ମଧ୍ୟ ରୋକ ଲଗାଯିବା ଉପରେ ଲଘୁ ଖଣିଜ ସଂପଦ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏ ଦିଗରେ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe