ପରିବହନ କର୍ମଚାରୀ ସଂଘର ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ବିକ୍ଷୋଭ

ପରିବହନ କର୍ମଚାରୀ ସଂଘର ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ବିକ୍ଷୋଭ

ଭଦ୍ରକ: ଭଦ୍ରକ ଜିଲ୍ଲା ପରିବହନ କର୍ମଚାରୀ ସଂଘ ପକ୍ଷରୁ ଆଜି ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯିବା ପରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କ୍ଷତିଗ୍ରସ୍ତ ପରିବହନ କର୍ମଚାରୀଙ୍କୁ ମାସିକ ୭ ହଜାର ୫ ଶହ ଟଙ୍କା କ୍ଷତି ପୂରଣ ବାବଦକୁ ଦେବାକୁ ଦାବି କରାଯାଇଛି। ପରିବାର ପିଛା ୧୦ କେଜି ଚାଉଳ ପ୍ରଦାନ କରିବା ସହ ସମସ୍ତ ପରିବହନ କର୍ମଚାରୀଙ୍କ ନାମରେ ୫୦ ଲକ୍ଷ ଟଙ୍କା‌ର ବୀମା କରାଯିବା ଓ କରୋନାରେ ମୃତ୍ୟୁ ଘଟିଲେ ସଂପୃକ୍ତ ପରିବହନ କର୍ମଚାରୀଙ୍କ ପରିବାରକୁ ୨ କୋଟି ଟଙ୍କାର କ୍ଷତି ପୂରଣ ଦେବାକୁ ଦାବି କରାଯାଇଛି। ସେହିପରି ଭଦ୍ରକର ନୂଆ ବସ୍ ଷ୍ଟାଣ୍ଡ ନିକଟରେ ପରିବହନ କର୍ମଚାରୀଙ୍କ ୟୁନିୟନ ପାଇଁ ଏକ ଘର ପ୍ରଦାନ କରିବାକୁ ଦାବି କରାଯାଇଛି। ଏହି ଦାବି ପୂରଣ ନହେଲେ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

ପରିବହନ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଆଜି ମଧ୍ୟ ଭଦ୍ରକରେ ଘରୋଇ ବସ୍ ଚାଲିପାରିନାହିଁ। ସେହିପରି ଭଦ୍ରକ ଜିଲ୍ଲା ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ଆଜି ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ପ୍ରତିବାଦ କରିଥିଲେ। କରୋନା ସମୟରେ ମହିଳାମାନେ ନିଜ ଜୀବନକୁ ବାଜି ଲଗାଇ ବିଭିନ୍ନ କାର୍ଯ୍ୟରେ ସରକାରଙ୍କୁ ସହଯୋଗ କରି ଆସୁଥିବା ବେଳେ ସେମାନଙ୍କୁ ସରକାରୀ ସହାୟତା କିଛି ଦିଆଯାଇ ନାହିଁ। ଯେଉଁମାନଙ୍କର ରେସନ୍ କାର୍ଡ ନାହିଁ। ସେହିପରି ମହିଳା ସଦସ୍ୟଙ୍କୁ ମାସିକ ୭ ହଜାର ୫ ଶହ ଟଙ୍କା ସରକାରୀ ସହାୟତା ପ୍ରଦାନ କରାଯାଉ ବୋଲି ସମିତି ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି।

publive-image

ଗଣତାନ୍ତ୍ରିକ ମହିଳା ସମିତି ବିଭିନ୍ନ ସମୟରେ ମହିଳାମାନଙ୍କ ସ୍ବାର୍ଥରକ୍ଷା ଦିଗରେ ଆନ୍ଦୋଳନ, ଧାରଣା, ଧର୍ମଘଟ କରି ଆସିଛି। ଏବେ ସରକାର କରୋନା ପରି ମହାମାରୀ ସମୟରେ ମହିଳାମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରି କାର୍ଯ୍ୟ କରାଉଥିବା ବେଳେ ସେମାନଙ୍କ ସ୍ବାର୍ଥ ଓ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ସଂଘର ନେତ୍ରୀ ସୁରଜିତା ନାୟକ ଦାବି ଉପସ୍ଥାପନ କରିବା ସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe