ଚାନ୍ଦବାଲିରେ ମହିଳା ଡିଏଫଓଙ୍କ ବଡ଼ ପଦକ୍ଷେପ : ବେଆଇନ କରତ କଳ ଉପରେ ଚଢ଼ଉ, ୧୦ ଟ୍ରାକ୍ଟର କାଠ ଓ ଯନ୍ତ୍ରାଂଶ ଜବତ

Advertisment
ଚାନ୍ଦବାଲିରେ ମହିଳା ଡିଏଫଓଙ୍କ ବଡ଼ ପଦକ୍ଷେପ : ବେଆଇନ କରତ କଳ ଉପରେ ଚଢ଼ଉ, ୧୦ ଟ୍ରାକ୍ଟର କାଠ ଓ ଯନ୍ତ୍ରାଂଶ ଜବତ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଜ୍ଞାପିତ ଅଂଚଳ ନୟାହାଟରେ ବେଆଇନ କରତ କଳ ଉପରେ ଆଜି ଏକ ବଡ଼ ଧରଣର ଚଢ଼ଉ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇ ନୂତନ ଭାବରେ ନିଯୁକ୍ତି ପାଇଥିବା ଚାନ୍ଦବାଲି ଡ଼ିଏଫଓ ପୂର୍ଣ୍ଣିମା ପି ଏହି ପଦକ୍ଷେପ ନେଇଥିବା ଜଣାଯାଇଛି । ତାମିଲନାଡ଼ୁର ଲେଡ଼ି ଅଫିସର ପୂର୍ଣ୍ଣିମା ପିଙ୍କର ଏହି ଅଭିଯାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

କଲେଜ ନିକଟରେ ବେଆଇନ କରତ କଳ ଚାଲିଥିବା ବେଳେ ଅଚାନକ ସଦଳବଳେ ଚଢ଼ାଉକରି ୧୦ ଲକ୍ଷ ଟଙ୍କାର ସରଞ୍ଜାମ ଯନ୍ତ୍ରାଂଶ ସହିତ ୧୦ଟ୍ରାକ୍ଟର କାଠ ଜବତ କରାଯାଇଛି । ଜବତ ହୋଇଥିବା କାଠର ମୂଲ୍ୟ ଆନୁମାନିକ ୧୦ ଲକ୍ଷ ଟଙ୍କାର ହେବ ବୋଲି ଆକଳନ କରାଯାଇଛି । ଆଇନ ଶୃଙ୍ଖଳା ଦୃଷ୍ଟିରୁ ୨ପ୍ଲାଟୁନ ଫୋର୍ସ ମୁତୟନ କରିଥିବା ବେଳେ ଆଗାମୀ ଦିନରେ ଆହୁରି ବଡ଼ବଡ଼ ପଦକ୍ଷେପ ନେବାକୁ ଅଣ୍ଟା ଭିଡ଼ିଛନ୍ତି । ପୋକଲିନ ସାହାଯ୍ୟରେ ଏହି ମେସିନ ଉପାଡ଼ି ନିଆଯାଇଥିଲା । ଜବତ ହୋଇଥିବା ଯନ୍ତ୍ରାଂଶ ମଧ୍ୟରେ ୨ଗୋଟି ପମ୍ପ, ମଟର, ଡ଼ାଇନାମା, କଟର, କରତ,ଟ୍ରଲି, ବହୁତ ସରଞ୍ଜାମ ରହିଛି । ସମସ୍ତ ଯନ୍ତାଂଶ ଚାନ୍ଦବାଲି ଡ଼ିଏଫଓଙ୍କ କାର୍ଯ୍ୟାଳୟରେ ରଖାଯାଇଛି । ତେବେ ଆଗାମୀ ଦିନରେ ଭଦ୍ରକ ବନ୍ୟପ୍ରାଣୀ ଅଧିକାରୀଙ୍କ ତରଫରୁ ଏ ଦିଗରେ ତୀକ୍ଷ୍ମ ନଜର ଦିଆଯିବ ବୋଲି ସୂଚନା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe