ଭଦ୍ରକରୁ ପୁରୀକୁ ମେମୁ ଟ୍ରେନ ଚଳାଚଳ ଦାବି: ଚରମ୍ପା ଷ୍ଟେସନରେ ରେଳରୋକ

Advertisment
ଭଦ୍ରକରୁ ପୁରୀକୁ ମେମୁ ଟ୍ରେନ ଚଳାଚଳ ଦାବି: ଚରମ୍ପା ଷ୍ଟେସନରେ ରେଳରୋକ

ଭଦ୍ରକ: ଭଦ୍ରକରୁ ପୁରୀ ମେମୁ ଟ୍ରେନ ଚଳାଚକ ଦାବିରେ ଆଜି ସକାଳେ ଚରମ୍ପା ରେଳ ଷ୍ଟେସନରେ ପୂର୍ବତନ ବିଧାୟକ ନରେନ ପଲେଇଙ୍କ ନେତୃତ୍ୱରେ ରେଳରୋକ କରାଯାଇଥିଲା। ଶତାଧିକ ଲୋକ ଏହି ରେଳରୋକରେ ସାମିଲ ହୋଇଥିଲେ। ରେଳ ଧାରଣା ଉପରେ ଏକ ଘଣ୍ଟା ଧରି ଧାରଣା ଦିଆ ଯାଇଥିଲା। ଦାବି ପୂରଣ ନ ହେଲେ ପୁଣି ଆସନ୍ତା ଫେବ୍ରୁଆରି ମାସରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି।

publive-image

ସୂଚନାଯୋଗ୍ୟ,  ଭଦ୍ରକ-କଟକ ମେମୁ (୦୮୪୩୭/୩୮) (ପାସେଞ୍ଜର ଟ୍ରେନ୍) ଭଦ୍ରକରୁ ନ ଛାଡ଼ିବା ଫଳରେ ବହୁ ଡେଲି ଯାତ୍ରୀ ହଇରାଣ ହରକତ ହେଉଛନ୍ତି। ବାଲେଶ୍ଵର ପରିବର୍ତ୍ତେ ପୂର୍ବରୁ ଯେପରି ଏହି ମେମୁ ଟ୍ରେନଟି ଆଗରୁ ଭଦ୍ରକରୁ ଛାଡୁଥିଲା ସେପରି ଛାଡିବାକୁ ଦାବି ହୋଇଛି। ରେଳବାଇ କର୍ତ୍ତୃପକ୍ଷଙ୍କ ଵୈମାତୃକ ମନୋଭାବ ଯୋଗୁଁ ଭଦ୍ରକ ଜିଲ୍ଲାଵାସୀ ମେମୁ ଟ୍ରେନରେ ସିଟ୍ ପାଇ ପାରୁନାହାନ୍ତି। ଦଳମତ ନିର୍ବିଶେଷରେ ଜନସାଧାରଣ ଵହୁ ସଂଖ୍ୟାରେ ଯୋଗ ଦେଇ ଆନ୍ଦୋଳନକୁ ସଫଳ କରାଇଥିବାରୁ ନରେନ ପଲେଇଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ସ୍ଥାନୀୟ ଲୋକେ। ଯଦି ଦାବି ପୂରଣ ନ ହୁଏ, ତେବେ ଆସନ୍ତା ମାସ ପୁଣି ମେମୁ ଟ୍ରେନ ରୋକ କରାଯିବ ବୋଲି ନରେନ ପଲେଇ କହିଛନ୍ତି।

କଟକ ଭୁବନେଶ୍ବର ସହର ଦେଇ ଯା ଆସ କରୁଥିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଟ୍ରେନ୍, ହଜାର ହଜାର ଲୋକ ନିର୍ଭର କରୁଥିବା ଭଦ୍ରକ-କଟକ ମେମୁ (୦୮୪୩୭/୩୮) (ପାସେଞ୍ଜର ଟ୍ରେନ୍) ପ୍ରାୟ ଦୁଇ ବର୍ଷ ହେଲା ବନ୍ଦ ରହିଛି। କରୋନା ସଂକ୍ରମଣ ୨୦୨୦ ମାର୍ଚ୍ଚରୁ ଏହାର ପ୍ରଭାବ ଦେଖାଇବା ସମୟରୁ ଏହି ପାସେଞ୍ଜର ଟ୍ରେନ୍ ବନ୍ଦ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe